ପଞ୍ଚାୟତ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ତାଲା ପକାଇଲେ ଗ୍ରାମବାସୀ
ଲୋଇସିଂହା,୨୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନା ଶିବିର ଚାଲିଥିବାବେଳେ ତହସିଲଦାର ସଂଘମିତ୍ରା କାଲୋ, ବିଡ଼ିଓ ଅକ୍ଷୟ ପାଣି ଉଡୁ, ଏବିଡିଓ ସୁରେନ୍ଦ୍ର ସିଂ ବାବୁ, ବିଏସଏସଓ ଆଶା ପଧାନ, ଏପିଓ ପୁଷ୍ପଞ୍ଜଳି ସ୍ବାଇଁ, ରଜସ ନିରୀକ୍ଷକ ଆଦି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଗ୍ରାମବାସୀ ତାଲା ପକାଇ ରଖିଛନ୍ତି। ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନ ପାଇଥିବା ଗ୍ରାମର […] The post ପଞ୍ଚାୟତ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ତାଲା ପକାଇଲେ ଗ୍ରାମବାସୀ appeared first on Dharitri Odia News.
ଲୋଇସିଂହା,୨୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନା ଶିବିର ଚାଲିଥିବାବେଳେ ତହସିଲଦାର ସଂଘମିତ୍ରା କାଲୋ, ବିଡ଼ିଓ ଅକ୍ଷୟ ପାଣି ଉଡୁ, ଏବିଡିଓ ସୁରେନ୍ଦ୍ର ସିଂ ବାବୁ, ବିଏସଏସଓ ଆଶା ପଧାନ, ଏପିଓ ପୁଷ୍ପଞ୍ଜଳି ସ୍ବାଇଁ, ରଜସ ନିରୀକ୍ଷକ ଆଦି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଗ୍ରାମବାସୀ ତାଲା ପକାଇ ରଖିଛନ୍ତି।
ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନ ପାଇଥିବା ଗ୍ରାମର ପ୍ରସିଦ୍ଧ ଯୋଗେଶ୍ୱର ପୀଠ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୪ କୋଟିରୁ ଅଧିକ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। ମନ୍ଦିର ପ୍ରାୟ ୪୨ ଏକର ଜମି ରହିଛି। ମନ୍ଦିର ସଂଲଗ୍ନରେ ୭ ଏକର ଜମି ରହିଛି। ଯାତ୍ରା ପଡ଼ିଆ ଓ ଦେବୋତ୍ତର ଜମିକୁ କେତେକ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଜବରଦଖଲ କରି ଅବୈଧ ଭାବେ ଗୃହ ସାଙ୍ଗକୁ ଦୋକାନ ଘର କରିଛନ୍ତି। ଉନ୍ନତିମୂଳକ କାମ ପାଇଁ ପ୍ରସ୍ତୁତ ଡିପିଆରରେ ଶିଶୁ ପାର୍କ ଓ ଗାଡ଼ି ପାର୍କିଂ ପାଇଁ ରହିଛି। ହେଲେ ଏହା ନିର୍ମାଣ ପାଇଁ ଜମି ବାଧକ ସାଜିଛି। ଏହାର ସମସ୍ୟା ସମାଧାନ ପାଇଁ ଗ୍ରାମବାସୀ ବହୁବାର ଜିଲା ପ୍ରଶାସନ ଓ ସ୍ଥାନୀୟ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛି। ସମାଧାନ ପରିବର୍ତ୍ତେ ସମସ୍ୟା ଜଟିଳ ହେବାକୁ ଲାଗିଛି। ଅନୁଦାନ ଥାଇ ସୁଦ୍ଧା କାମ ହେଉନାହିଁ।
ଅପରପକ୍ଷେ ଗ୍ରାମବାସୀ ଓ ପ୍ରତିପକ୍ଷ ମଧ୍ୟରେ ବିବାଦ ଉପୁଜିିଛି। ଆଜିର ଶିବିରରେ ଏହି ସମସ୍ୟାର ସମାଧାନ ଦାବି କରି ଅଧିକାରୀଙ୍କୁ ତାଲା ପକାଇଥିବା ଜଣାପଡ଼ିଛି। ଖବର ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି।
The post ପଞ୍ଚାୟତ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ତାଲା ପକାଇଲେ ଗ୍ରାମବାସୀ appeared first on Dharitri Odia News.