କାଉଡିଆଙ୍କୁ ଚାପୁଡା ମାରିବା ପୋଲିସକୁ ପଡ଼ିଲା ମହଙ୍ଗା
ଜୟପୁର,୨୯।୭: ରାଜସ୍ଥାନର ଜୟପୁରର ସାମ୍ବର ପୋଲିସ ଷ୍ଟେସନ ଅଞ୍ଚଳରେ କାଉଡିଆଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଜଣେ ପୋଲିସ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ପୋଲିସ ଅଧୀକ୍ଷକ ଶାନ୍ତନୁ କୁମାର ସିଂ ଏନେଇ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କାଉଡିଆମାନେ ନିକଟସ୍ଥ ଏକ ଗାଁ ଦେଇ ଯାଉଥିଲେ। ‘ଡିଜେ’ ବଜାଇବା ଅଭିଯୋଗରେ ପୋଲିସ ଗାଡିଟିକୁ ଅଟକାଇ ଗୀତ ବନ୍ଦ କରିବାକୁ କହିଥିଲେ। ଏହି ସମୟରେ କାଉଡିଆଙ୍କୁ ସହ କନଷ୍ଟେବଳ କେମଚାନ୍ଦଙ୍କ ଝଗଡା ହୋଇଥିଲା। ସୂଚନାନୁସାରେ, ବିବାଦ ସମୟରେ କନଷ୍ଟେବଳ […] The post କାଉଡିଆଙ୍କୁ ଚାପୁଡା ମାରିବା ପୋଲିସକୁ ପଡ଼ିଲା ମହଙ୍ଗା appeared first on Dharitri Odia News.
ଜୟପୁର,୨୯।୭: ରାଜସ୍ଥାନର ଜୟପୁରର ସାମ୍ବର ପୋଲିସ ଷ୍ଟେସନ ଅଞ୍ଚଳରେ କାଉଡିଆଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଜଣେ ପୋଲିସ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ପୋଲିସ ଅଧୀକ୍ଷକ ଶାନ୍ତନୁ କୁମାର ସିଂ ଏନେଇ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କାଉଡିଆମାନେ ନିକଟସ୍ଥ ଏକ ଗାଁ ଦେଇ ଯାଉଥିଲେ। ‘ଡିଜେ’ ବଜାଇବା ଅଭିଯୋଗରେ ପୋଲିସ ଗାଡିଟିକୁ ଅଟକାଇ ଗୀତ ବନ୍ଦ କରିବାକୁ କହିଥିଲେ। ଏହି ସମୟରେ କାଉଡିଆଙ୍କୁ ସହ କନଷ୍ଟେବଳ କେମଚାନ୍ଦଙ୍କ ଝଗଡା ହୋଇଥିଲା।
ସୂଚନାନୁସାରେ, ବିବାଦ ସମୟରେ କନଷ୍ଟେବଳ କାଉଡିଆଙ୍କୁ ଚାପୁଡ଼ା ମାରିଥିଲେ। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଧୀକ୍ଷକ କେମଚାନ୍ଦଙ୍କୁ ନିଲମ୍ବିତ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
The post କାଉଡିଆଙ୍କୁ ଚାପୁଡା ମାରିବା ପୋଲିସକୁ ପଡ଼ିଲା ମହଙ୍ଗା appeared first on Dharitri Odia News.