ସିପାହୀ ନିର୍ଯାତନା ଅଭିଯୋଗକୁ ଖଣ୍ଡନ, ୮ମ ବାଟାଲିୟନ କମାଣ୍ଡାଣ୍ଟ କହିଲେ ସମସ୍ତ କର୍ମଚାରୀଙ୍କୁ…

ଗଞ୍ଜାମ,୨୬ା୩(ବିଦ୍ୟାଧର ସାହୁ): ଛତ୍ରପୁର ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟଙ୍କ ସମେତ କିଛି କର୍ମଚାରୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି ସିପାହୀ। ଏନେଇ ସେ ସୋସାଆଲ ମିଡିଆ ମାଧ୍ୟମରେ ନିଜର ଏକ ଭିଡିଓ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଓ ଆଡିଶନାଲ ଡିଜିଙ୍କୁ ନ୍ୟାୟ ନେଇ ଅନୁରୋଧ କରିଥିବା ଭିଡିଓରୁ ଜଣାପଡ଼ିଛି। ଅଭିଯୋଗ ଆଣିଥିବା ସିପାହୀ ହେଲେ ଅଷ୍ଟମ ବାଟାଲିୟନର ସିପାହୀ ୪୧୬ କୃଷ୍ଣଚନ୍ଦ୍ର ପାତ୍ର । ତାଙ୍କୁ ବାଟାଲିୟନରେ ବହୁତ ହଇରାଣ କରାଯିବା ସହ ମେଣ୍ଟାଲ ହାରାସମେଣ୍ଟ କରାଯାଉଛି […] The post ସିପାହୀ ନିର୍ଯାତନା ଅଭିଯୋଗକୁ ଖଣ୍ଡନ, ୮ମ ବାଟାଲିୟନ କମାଣ୍ଡାଣ୍ଟ କହିଲେ ସମସ୍ତ କର୍ମଚାରୀଙ୍କୁ… appeared first on Dharitri Odia News.

ସିପାହୀ ନିର୍ଯାତନା ଅଭିଯୋଗକୁ ଖଣ୍ଡନ, ୮ମ ବାଟାଲିୟନ କମାଣ୍ଡାଣ୍ଟ କହିଲେ ସମସ୍ତ କର୍ମଚାରୀଙ୍କୁ…

ଗଞ୍ଜାମ,୨୬ା୩(ବିଦ୍ୟାଧର ସାହୁ): ଛତ୍ରପୁର ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟଙ୍କ ସମେତ କିଛି କର୍ମଚାରୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି ସିପାହୀ। ଏନେଇ ସେ ସୋସାଆଲ ମିଡିଆ ମାଧ୍ୟମରେ ନିଜର ଏକ ଭିଡିଓ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଓ ଆଡିଶନାଲ ଡିଜିଙ୍କୁ ନ୍ୟାୟ ନେଇ ଅନୁରୋଧ କରିଥିବା ଭିଡିଓରୁ ଜଣାପଡ଼ିଛି। ଅଭିଯୋଗ ଆଣିଥିବା ସିପାହୀ ହେଲେ ଅଷ୍ଟମ ବାଟାଲିୟନର ସିପାହୀ ୪୧୬ କୃଷ୍ଣଚନ୍ଦ୍ର ପାତ୍ର । ତାଙ୍କୁ ବାଟାଲିୟନରେ ବହୁତ ହଇରାଣ କରାଯିବା ସହ ମେଣ୍ଟାଲ ହାରାସମେଣ୍ଟ କରାଯାଉଛି ବୋଲି ଏକ ଭିଡିଓ ବାର୍ତା ସୋସିଆଲ ମିଡିଆରେ ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଛୁଟି ମିଳୁନି କିମ୍ବା ଛୁଟି ପାଇଁ ଟଙ୍କା ମଗାଯାଉଛି ବୋଲି ଅଭିଯୋଗ ହୋଇଛି l ଏଥିରେ କିଛି କର୍ମଚାରୀ ବି ସାମିଲ ଥିବା ସିପାହୀ ଜଣକ ଅଭିଯୋଗ କରିଛନ୍ତି। ମୋର ଯଦି ମୃତ୍ୟୁ ହୁଏ କି ଆତ୍ମହତ୍ୟା କରେ ସେଥିପାଇଁ କମାଣ୍ଡାଣ୍ଟ ଏବଂ ଅନ୍ୟ କିଛି କର୍ମଚାରୀ ଦାୟୀ ରହିବେ ବୋଲି ଭିଡିଓ ମାଧ୍ୟମରେ ଅବଗତ କରାଇଛନ୍ତି।

ଏନେଇ ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାସଙ୍କୁ ପଚାରିବାରେ ଡ୍ୟୁଟିରେ ଅବହେଳା କରିଥିବା, ବାଟାଲିୟନ ପରିସରରେ ଅସଭ୍ୟ ବ୍ୟବହାର ପାଇଁ ତାଙ୍କୁ ନିଳମ୍ବନ କରାଯାଇଛି ବୋଲି କହିଥିଲେ। ସେ ଯେଉଁ ଭିଡିଓ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଥିଲେ। ଏଥିରେ କୌଣସି ସତ୍ୟତା ନାହିଁ। ସମସ୍ତ କର୍ମଚାରୀଙ୍କୁ ଅବଶ୍ୟକ ଅନୁସାରେ ଛୁଟି ଦିଆଯାଉଛି ବୋଲି କହିଥିଲେ। ଏପରିକି ୮ମ ବାଟାଲିୟନ ସିପାହୀ ସଂଘର ସଭାପତି ମଧ୍ୟ ଯଶୋବନ୍ତ ସ୍ବାଇଁ ମଧ୍ୟ ଘଟଣାକୁ ଖଣ୍ଡନ କରିଛନ୍ତି। ଏହି ଭିଡିଓରେ କୌଣସି ସତ୍ୟାତା ନାହିଁ। ସିଏ ଯାହା କହୁଛନ୍ତି ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ଅଟେ ବୋଲି କହିଥିଲେ। ଏନେଇ ଅଭିଯୋଗ କରିଥିବା ସିପାହୀଙ୍କ ଉକ୍ତ ଅଷ୍ଟମ ବାଟାଲିୟନରେ କାର୍ଯ୍ୟରତ ନିଜ ଭାଇ ସରୋଜ କୁମାର ପାତ୍ର ମଧ୍ୟ ଘଟଣାରେ ସତ୍ୟତା ନ ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

The post ସିପାହୀ ନିର୍ଯାତନା ଅଭିଯୋଗକୁ ଖଣ୍ଡନ, ୮ମ ବାଟାଲିୟନ କମାଣ୍ଡାଣ୍ଟ କହିଲେ ସମସ୍ତ କର୍ମଚାରୀଙ୍କୁ… appeared first on Dharitri Odia News.