ରାଜ୍ୟ ସଭା ଉପ ନିର୍ବାଚନ: ସଂଧ୍ୟା ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା! ଓଡ଼ିଶାରୁ…
ନୂଆଦିଲ୍ଲୀ,୨୦।୮: ରାଜ୍ୟ ସଭା ଉପ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିବାବେଳେ କେବଳ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି। ଏନେଇ ମଙ୍ଗଳବାର ସଂଧ୍ୟା ସୁଦ୍ଧା ତାଲିକା ଆସିପାରେ ବୋଲି କୁହାଯାଉଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଭାଜପାର ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୭ଟି ରାଜ୍ୟର ୧୦ ଟି ରାଜ୍ୟ ସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ଉପରେ ଆଲୋଚନା କରାଯିବା ସହ ରଣନୀତି ପ୍ରସ୍ତୁତ କରାଯାଇଛି। […] The post ରାଜ୍ୟ ସଭା ଉପ ନିର୍ବାଚନ: ସଂଧ୍ୟା ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା! ଓଡ଼ିଶାରୁ… appeared first on Dharitri Odia News.
ନୂଆଦିଲ୍ଲୀ,୨୦।୮: ରାଜ୍ୟ ସଭା ଉପ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିବାବେଳେ କେବଳ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି। ଏନେଇ ମଙ୍ଗଳବାର ସଂଧ୍ୟା ସୁଦ୍ଧା ତାଲିକା ଆସିପାରେ ବୋଲି କୁହାଯାଉଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଭାଜପାର ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୭ଟି ରାଜ୍ୟର ୧୦ ଟି ରାଜ୍ୟ ସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ଉପରେ ଆଲୋଚନା କରାଯିବା ସହ ରଣନୀତି ପ୍ରସ୍ତୁତ କରାଯାଇଛି। ଏକ ଜାତୀୟ ଗଣମାଧ୍ୟମ ସୂଚନାନୁସାରେ, ଭାଜପା ଆଜି ସଂଧ୍ୟା ସୁଦ୍ଧା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। କାରଣ ଆସନ୍ତାକାଲି ନିର୍ବାଚନ ପାଇଁ ନାମାଙ୍କନ କରିବାର ଶେଷ ଦିନ।
ଦିଲ୍ଲୀରେ ଅନଚଷ୍ଠିତ ହୋଇଥିବା ଏହି ବୈଠକରେ ଭାଜପାର ବରିଷ୍ଠ ନେତୃତ୍ୱ କହିଛନ୍ତି ଯେ, ସଂସଦୀୟ ବୋର୍ଡ ସଦସ୍ୟଙ୍କ ସହ କଥାବାର୍ତ୍ତା ହେବା ପରେ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଏଥିସହ ବୈଠକରେ ଉପ-ନିର୍ବାଚନ ସମ୍ପର୍କିତ ରାଜନୈତିକ ସମୀକରଣ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି। ବିଶେଷକରି ବିହାର, ମହାରାଷ୍ଟ୍ର ଏବଂ ହରିୟାଣାରେ ପରିସ୍ଥିତିକୁ ନେଇ ଆଲୋଚନା କରାଯାଇଛି। ମହାରାଷ୍ଟ୍ରରେ ଏନଡିଏ ମେଣ୍ଟ ସହଯୋଗୀମାନଙ୍କୁ କିପରି ପରିଚାଳନା କରାଯିବ ସେନେଇ ନେତାଙ୍କ ସହ ଆଲୋଚନା କରାଯାଇଛି।
ରାଜ୍ୟ ସଭାର ଅନେକ ସିଟ୍ ଖାଲି ପଡିଛି। ବିହାରରୁ ଦୁଇଟି ସିଟ ଖାଲି ପଡିଛି। ଆରଜେଡି ରାଜ୍ୟସଭା ଏମପି ମିସା ଭାରତୀଙ୍କ ଇସ୍ତଫା ଯୋଗୁଁ ଗୋଟିଏ ଆସନ ଖାଲି ପଡ଼ିଛି। ବିବେକ ଠାକୁରଙ୍କ ଇସ୍ତଫା ଯୋଗୁଁ ଦ୍ୱିତୀୟ ଆସନ ଖାଲି ପଡିଛି। ଗୋଟିଏ ଆସନରେ ଭାଜପା ନିଜର ସହଯୋଗୀ ରାଷ୍ଟ୍ରିୟ ଲୋକ ମୋର୍ଚ୍ଚା ସଭାପତି ଉପେନ୍ଦ୍ର କୁଶୱାଙ୍କୁ କୋଟାରୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଦ୍ୱିତୀୟ ଆସନ ପାଇଁ ପ୍ରାର୍ଥୀ କିଏ ହେବ ଏନେଇ ବୈଠକରେ ଅମିତ ଶାହା ଏବଂ ଜେପି ନଡ୍ଡା ମନ୍ଥନ କରିଛନ୍ତି।
ମହାରାଷ୍ଟ୍ରରେ ଦୁଇଟି ରାଜ୍ୟ ସଭା ଆସନ ଖାଲି ପଡିଛି। ଉଭୟଙ୍କ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଉଦୟରାଜ ଭୋସଲେ ଓ ପୀୟୁଷ ଗୋୟଲଙ୍କ ଇସ୍ତଫା ପରେ ଦୁଇଟି ସିଟ୍ ଖାଲି ପଡିଛି। ଚଳିତ ଲୋକ ସଭା ନିର୍ବାଚନରେ ପୀୟୁଷ ଗୋୟଲ ମୁମ୍ବାଇ ଉତ୍ତରରୁ ଏମପି ଭାବରେ ନିର୍ବାଚିତ ହୋଇଛନ୍ତି। ତେବେ ମହାରାଷ୍ଟ୍ରର ଏହି ଦୁଇଟି ଆନସରେ ଗୋଟିଏରେ ଭାଜପା ନିଜ ପାଖରେ ରଖିବାକୁ ଚିନ୍ତା କରିଥିବାବେଳେ ଅନ୍ୟଟି ଏନସିପି (ଅଜିତ ପାୱାର) କୁ ଦେବାକୁ ନିଷ୍ପତ୍ତି ନେଇଛି।
ସର୍ବାନନ୍ଦ ସୋନୋୱାଲ ଏବଂ କାମାଖୀ ପ୍ରସାଦ ତାସାଙ୍କ ଇସ୍ତଫା ଯୋଗୁଁ ଆସାମରୁ ଦୁଇଟି ସିଟ ଖାଲି ପଡିଛି। ଆସାମରୁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ପାଇଁ ହିମନ୍ତ ବିଶ୍ୱ ଶର୍ମା ଉପସ୍ଥିତ ଅଛନ୍ତି। କେସି ଭେନୁଗୋପାଳ ରାଜସ୍ଥାନରୁ ଲୋକ ସଭାକୁ ଯିବା କାରଣରୁ ଗୋଟିଏ ରାଜ୍ୟ ସଭା ଆସନ ଖାଲି ପଡିଛି। ଭାଜପା କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟୁଙ୍କୁ ରାଜସ୍ଥାନରୁ ରାଜ୍ୟ ସଭାକୁ ପଠାଇପାରେ। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ଯୋଗୁଁ ମଧ୍ୟପ୍ରଦେଶରେ ରାଜ୍ୟ ସଭାର ଗୋଟିଏ ଆସନ ଖାଲି ପଡିଛି।
କଂଗ୍ରେସ ନେତା ଦୀପେନ୍ଦ୍ର ହୁଡା ଲୋକ ସଭା ଏମପି ହେବା ପରେ ଗୋଟିଏ ଆସନ ଖାଲି ପଡିଛି। ଏହି ଆସନ ଭାଜପା ଆକାଉଣ୍ଟକୁ ଯାଇପାରେ ବୋଲି ବିଶ୍ୱାସ କୁହାଯାଉଛି। ଓଡିଶାରୁ ବିଜେଡିର ରାଜ୍ୟ ସଭା ଏମପି ଥିବା ମମତା ମହାନ୍ତଙ୍କ ଇସ୍ତଫା ଯୋଗୁଁ ଗୋଟିଏ ଆସନ ଖାଲି ପଡିଛି। ଯାହା ଭାଜପା ପାଖକୁ ଯାଇପାରେ ବୋଲି କୁହାଯାଉଛି। ଆଉ ଏହି ଆସନରେ ଭାଜପା ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।
The post ରାଜ୍ୟ ସଭା ଉପ ନିର୍ବାଚନ: ସଂଧ୍ୟା ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା! ଓଡ଼ିଶାରୁ… appeared first on Dharitri Odia News.