ବଜାରକୁ ଆସିଲା ଓପୋର ନୂଆ ରେନୋ ୧୨ ସିରିଜ

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ଦେଶର ପ୍ରମୁଖ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂଆ ‘ରେନୋ୧୨ ୫ଜି ସିରିଜ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ବଜାରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ଫୋନ୍‌ଗୁଡ଼ିକର ଉପଲବ୍ଧତାକୁ ତ୍ୱରାନ୍ବିତ କରିବା ପାଇଁ ବ୍ରାଣ୍ଡ୍‌ର ଏହା ପ୍ରଥମ ପଦକ୍ଷେପ ହୋଇଥିଲାବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସମସ୍ତ ପ୍ରକାର ବୈଶିଷ୍ଟ୍ୟ ଏହି ସିରିଜରେ ଉପଲବ୍ଧ ରହିଛି। ଏପରିକି ଏହି ନୂତନ ସିରିଜରେ ଜଟିଳ ଫଟୋ ଏଡିଟିଂର ସମସ୍ୟା ବିନା ତ୍ରୁଟିହୀନ […] The post ବଜାରକୁ ଆସିଲା ଓପୋର ନୂଆ ରେନୋ ୧୨ ସିରିଜ appeared first on Dharitri Odia News.

ବଜାରକୁ ଆସିଲା ଓପୋର ନୂଆ ରେନୋ ୧୨ ସିରିଜ

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ଦେଶର ପ୍ରମୁଖ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂଆ ‘ରେନୋ୧୨ ୫ଜି ସିରିଜ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ବଜାରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ଫୋନ୍‌ଗୁଡ଼ିକର ଉପଲବ୍ଧତାକୁ ତ୍ୱରାନ୍ବିତ କରିବା ପାଇଁ ବ୍ରାଣ୍ଡ୍‌ର ଏହା ପ୍ରଥମ ପଦକ୍ଷେପ ହୋଇଥିଲାବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସମସ୍ତ ପ୍ରକାର ବୈଶିଷ୍ଟ୍ୟ ଏହି ସିରିଜରେ ଉପଲବ୍ଧ ରହିଛି। ଏପରିକି ଏହି ନୂତନ ସିରିଜରେ ଜଟିଳ ଫଟୋ ଏଡିଟିଂର ସମସ୍ୟା ବିନା ତ୍ରୁଟିହୀନ ଓ ମଜାଦାର ଫଟୋଗୁଡ଼ିକ ପାଇଁ ଏଆଇ ଇରେଜର ୨.୦, ଏଆଇ କ୍ଲିୟର ଫେସ୍‌, ଏଆଇ ବେଷ୍ଟ ଫେସ୍‌ ଓ ସ୍ମାର୍ଟ ଇମେଜ ମ୍ୟାଟିଂ ୨.୦ ଭଳି ଫିଚର ସାମିଲ ରହିଛି। ସେହିଭଳି ଏହି ଡିଭାଇସ୍‌ରେ ଗୁଗଲ ଜେମିନି ଏଲ୍‌ଏଲ୍‌ଏମ୍‌ ଦ୍ୱାରା ପରିଚାଳିତ ଏଆଇ ଟୁଲ୍‌ବକ୍ସ ମଧ୍ୟ ସାମିଲ ରହିଛି, ଯେଉଁଥିରେ ଏଆଇ ରାଇଟର,ଏଆଇ ସମରୀ ଓ ଏଆଇ ସ୍ପିକ୍‌ ଭଳି ଫିଚର ସାମିଲ ରହିଛି।ଏ ସମ୍ପର୍କରେ ଓପୋ ଇଣ୍ଡିଆର ମୁଖ୍ୟ (ପ୍ରଡକ୍ଟ ଷ୍ଟ୍ରାଟେଜି ବିଭାଗ) ପିଟର ଡୋୟଙ୍ଗ୍‌ ଲି କହିଛନ୍ତି, ରେନୋ ୧୨ ସିରିଜ୍‌ ଓପୋ ପାଇଁ ଏକ ବଡ଼ ସଫଳତାକୁ ଚିହ୍ନିତ କରିଛି। କାରଣ ଆମେ ଏଆଇ ଫୋନ୍‌ର ଗ୍ରହଣୀୟତାକୁ ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧ ରହିଛୁ।

The post ବଜାରକୁ ଆସିଲା ଓପୋର ନୂଆ ରେନୋ ୧୨ ସିରିଜ appeared first on Dharitri Odia News.