ଭିନ୍ନମୋଡ଼ରେ ମୋରଡ଼ା ରାଜନୀତି, ବିଧାୟକ ଛାନିଆ
ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ହୋଇଥିବାରୁ ଜିଲା ତଥା ରାଜ୍ୟ ରାଜନୀତିରେ ଏହା ଗୁରୁତ୍ୱ ବହନ କରେ। ନିର୍ବାଚନମଣ୍ଡଳୀ ଗଠନ ହେବାଠାରୁ ଏହା ବିଜେଡିର ଗଡ଼ ହୋଇ ରହିଆସିଥିବା ବେଳେ ୨୦୧୯ରେ ବିଜେଡି ଶରଣରେ ପଶି ପ୍ରଥମଥର ପାଇଁ ରାଜକିଶୋର ଦାସ ବିଧାୟକ ହୋଇଥିଲେ ସତ କିନ୍ତୁ ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ତେବେ ବିଗତ ୫ ବର୍ଷ ମଧ୍ୟରେ ଅଞ୍ଚଳର ବହୁ ସମସ୍ୟାକୁ ଉପସ୍ଥାପନା […] The post ଭିନ୍ନମୋଡ଼ରେ ମୋରଡ଼ା ରାଜନୀତି, ବିଧାୟକ ଛାନିଆ appeared first on Dharitri Odia News.
ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ହୋଇଥିବାରୁ ଜିଲା ତଥା ରାଜ୍ୟ ରାଜନୀତିରେ ଏହା ଗୁରୁତ୍ୱ ବହନ କରେ। ନିର୍ବାଚନମଣ୍ଡଳୀ ଗଠନ ହେବାଠାରୁ ଏହା ବିଜେଡିର ଗଡ଼ ହୋଇ ରହିଆସିଥିବା ବେଳେ ୨୦୧୯ରେ ବିଜେଡି ଶରଣରେ ପଶି ପ୍ରଥମଥର ପାଇଁ ରାଜକିଶୋର ଦାସ ବିଧାୟକ ହୋଇଥିଲେ ସତ କିନ୍ତୁ ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ତେବେ ବିଗତ ୫ ବର୍ଷ ମଧ୍ୟରେ ଅଞ୍ଚଳର ବହୁ ସମସ୍ୟାକୁ ଉପସ୍ଥାପନା ତଥା ସମାଧାନ କରି ପାରି ନ ଥିବା ନିର୍ବାଚନମଣ୍ଡଳୀର ଭୋଟର କହୁଛନ୍ତି। ସେଥିପାଇଁ ଏଥର କୌଣସି ଦଳ ନୁହେଁ ବରଂ ଲୋକଙ୍କ ପାଇଁ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମର୍ଥନ ଦେବେ ବୋଲି ଭୋଟରମାନେ କହିଛନ୍ତି।
୨୦୧୯ ନିର୍ବାଚନ ପୂର୍ବରୁ ଭାଜପାରେ ଥିବା ରାଜକିଶୋର ଦାସ୍ ହଠାତ ଦଳ ବଦଳ କରି ବିଜେଡି ଟିକେଟରେ ଲଢ଼ି ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ। ସ୍ଥାନୀୟ ବିଜେଡି ସଂଗଠନ ଜଣେ ଆଗ ଧାଡିର ନେତୃତ୍ୱ ପାଇ ଶ୍ରୀ ଦାସଙ୍କୁ କୋଳେଇ ନେଇଥିଲା। ତେବେ ଦଳୀୟ କର୍ମୀମାନଙ୍କର ସେ ଆସ୍ଥା ଭାଜନ ହୋଇପାରି ନ ଥିବା କୁହାଯାଉଛି। ବହୁ ବର୍ଷ ଧରି ବିଜେଡି ସହିତ ଜଡ଼ିତ ଥିବା ତଥା ତୃଣମୂଳ ସ୍ତରର କର୍ମୀ ଅଣଦେଖା ହେଉଥିବା ଏବଂ ଶ୍ରୀ ଦାସ କେବଳ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହିତ ରହି ସେ ପରିଚାଳିତ ହେଉଥିବାର ସାଧାରଣରେ ଆଲୋଚନା ହେଉଛି। ତେଣୁ ଆଗାମୀ ନିର୍ବାଚନ ଶ୍ରୀ ଦାସଙ୍କ ପାଇଁ କଷ୍ଟସାଧ୍ୟ ହେବ ବୋଲି ଜଣାପଡୁଛି। ଫଳରେ ଦଳ ତାଙ୍କ ଉପରେ ଭରସା ରଖି ପୁନର୍ବାର ଟିକେଟ ଦେବ ନା ନାହିଁ ତାହା ଅସ୍ପଷ୍ଟ ହୋଇରହିଛି।
ସେପଟେ ଏବେଠୁ ରାଜୁଙ୍କ ପ୍ରତି ବିଦ୍ରୋହର ସୁଅ ଛୁଟୁଥିବାର ଦେଖିବାକୁ ମିଳିଲାଣି। ବିଜେଡି ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ ବିଧାୟକ ଶ୍ରୀ ଦାସଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, ସ୍ଥାନୀୟ ଅଞ୍ଚଳବାସୀଙ୍କ ସୁବିଧା ଅସୁବିଧାରେ ସାମିଲ ହେଉନାହାନ୍ତି ବିଧାୟକ, ତେଣୁ ଅଞ୍ଚଳବାସୀ ମୋରଡ଼ାର ବିକାଶକୁ ଆଗକୁ ନେବା ପାଇଁ ଆଗାମୀ ଦିନରେ ତାଙ୍କ ନେତୃତ୍ୱକୁ ପସନ୍ଦ କରୁଛନ୍ତି।
ସେହିପରି ଅଳ୍ପ କିଛି ଦିନ ହେବ ବିଜେଡି ଛାଡିଥିବା ବରିଷ୍ଠ ନେତା ତଥା ଆଶାୟୀ ବିଧାୟକ ପ୍ରାର୍ଥୀ ସମୀର ରାଜ ମଧ୍ୟ ରାଜକିଶୋରଙ୍କ ଉପରେ ବର୍ଷିଛନ୍ତି। ସରକାରୀ ଯୋଜନାର ଉନ୍ନତିମୂଳକ କାର୍ଯ୍ୟ ଚାଲିଛି କିନ୍ତୁ ମୋରଡାର ବିକାଶ ପାଇଁ ବିଧାୟକ ନିଜ ଆଡୁ କୌଣସି ଆଖିଦୃଶିଆ କାର୍ଯ୍ୟ କରି ନାହାନ୍ତି ଏବଂ ବିଧାୟକଙ୍କୁ ବର୍ତ୍ତମାନ ସମସ୍ତେ ବିରୋଧ କରୁଛନ୍ତି। ବିଧାୟକଙ୍କ ସହିତ ବର୍ତ୍ତମାନ ଯେଉଁମାନେ ଅଛନ୍ତି, ସେମାନେ ଭାରତୀୟ ଜନତା ପାର୍ଟିର ବୋଲି କହିଛନ୍ତି ଶ୍ରୀ ରାଜ।
ସେପଟେ ବିଧାୟକ ଶ୍ରୀ ଦାସଙ୍କୁ କିଛି ପୁରୁଖା ବିଜେଡି ନେତା, କର୍ମୀ ସର୍ବ ସମ୍ମୁଖରେ ମୁହଁ ଖୋଲି ପାରୁ ନ ଥିଲେ ମଧ୍ୟ ବିଧାୟକଙ୍କ ପ୍ରତି ଅସନ୍ତୁଷ୍ଟ ଥିବାର ଜଣାପଡ଼ିଛି ଏବଂ ସେମାନେ ଆଗାମୀ ଦିନରେ ବିଧାୟକଙ୍କୁ ଉଚିତ ଜବାବ ଦେବେ ବୋଲି ସାଧାରଣର ଆଲୋଚନା ହେଉଛି।
The post ଭିନ୍ନମୋଡ଼ରେ ମୋରଡ଼ା ରାଜନୀତି, ବିଧାୟକ ଛାନିଆ appeared first on Dharitri Odia News.