ଏତେ ବଡ଼ ନିମନ୍ତ୍ରଣ କାର୍ଡ, ଯାହାକୁ ନେବା ପାଇଁ ଆବଶ୍ୟକ ପଡ଼ିଲା ଟ୍ରକ୍‌, ଏଥିରେ ଲେଖାଅଛି ଏମିତି…

ପୁଣେ,୧୨ା୪: ବର୍ତ୍ତମାନ ବିବାହ ଋତୁ ସାଙ୍ଗକୁ ଲୋକ ସଭା ନିର୍ବାଚନର ପରିବେଶ ବେଶ୍‌ ପ୍ରାଧାନ୍ୟ ବିସ୍ତାର କରିଛି। ସବୁ ସ୍ଥାନରେ ନିର୍ବାଚନ ପ୍ରଚାର ଏବଂ ରାଲି ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ବିବାହ ଏବଂ ନିର୍ବାଚନର ମିଳନ ହେବା ଅନିବାର୍ଯ୍ୟ। ନିକଟରେ ଏକ ଭାରତୀୟ ସହରରେ ନିର୍ବାଚନ ଏବଂ ବିବାହର ଏପରି ମିଶ୍ରଣ ଦେଖିବାକୁ ମିଳିଥିଲା ଯେ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ। ଏକ ବିରାଟ ନିମନ୍ତ୍ରଣ କାର୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। […] The post ଏତେ ବଡ଼ ନିମନ୍ତ୍ରଣ କାର୍ଡ, ଯାହାକୁ ନେବା ପାଇଁ ଆବଶ୍ୟକ ପଡ଼ିଲା ଟ୍ରକ୍‌, ଏଥିରେ ଲେଖାଅଛି ଏମିତି… appeared first on Dharitri Odia News.

ଏତେ ବଡ଼ ନିମନ୍ତ୍ରଣ କାର୍ଡ, ଯାହାକୁ ନେବା ପାଇଁ ଆବଶ୍ୟକ ପଡ଼ିଲା ଟ୍ରକ୍‌, ଏଥିରେ ଲେଖାଅଛି ଏମିତି…

ପୁଣେ,୧୨ା୪: ବର୍ତ୍ତମାନ ବିବାହ ଋତୁ ସାଙ୍ଗକୁ ଲୋକ ସଭା ନିର୍ବାଚନର ପରିବେଶ ବେଶ୍‌ ପ୍ରାଧାନ୍ୟ ବିସ୍ତାର କରିଛି। ସବୁ ସ୍ଥାନରେ ନିର୍ବାଚନ ପ୍ରଚାର ଏବଂ ରାଲି ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ବିବାହ ଏବଂ ନିର୍ବାଚନର ମିଳନ ହେବା ଅନିବାର୍ଯ୍ୟ। ନିକଟରେ ଏକ ଭାରତୀୟ ସହରରେ ନିର୍ବାଚନ ଏବଂ ବିବାହର ଏପରି ମିଶ୍ରଣ ଦେଖିବାକୁ ମିଳିଥିଲା ଯେ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ। ଏକ ବିରାଟ ନିମନ୍ତ୍ରଣ କାର୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ଏତେ ବଡ଼ କାର୍ଡ ଯେ, ଏହାକୁ ନେବା ପାଇଁ ଏକ ଟ୍ରକ ଆବଶ୍ୟକ ପଡ଼ିଲା। ଏଥିରେ ଏପରି ଜିନିଷ ଲେଖାଯାଇଛି, ଲୋକମାନେ ଏହାକୁ ପଢ଼ିବା ପରେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ସୋସିଆଲ ମିଡିଆରେ ଏହି କାର୍ଡର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସମ୍ପ୍ରତି ପୁଣେ ସହରର @ r/unitedstatesofindia ନାମକ ଏକ ଗ୍ରୁପ୍‌ରେ ଏହି ବିବାହ କାର୍ଡ ଭାଇରାଲ ହେଉଛି। ଏହି କାର୍ଡରେ ବର ଏବଂ କନ୍ୟାଙ୍କ ନାମ ଲେଖାଯାଇଛି, କିନ୍ତୁ ସେହି ନାମ ଅଲଗା ଅଟେ। ବାସ୍ତବରେ ଏହି ବିବାହ କାର୍ଡରେ କୌଣସି ବ୍ୟକ୍ତିଙ୍କ ନାମ ବିଷୟରେ ନାହିଁ ବରଂ ଭୋଟରଙ୍କ ବିବାହ ଏବଂ ଗଣତନ୍ତ୍ର ବିଷୟରେ ଲେଖାଯାଇଛି। ଏହି କାର୍ଡ ଲୋକମାନଙ୍କୁ ଭୋଟ୍‌ରେ ଅଂଶଗ୍ରହଣ କରିବା ପାଇଁ ସଚେତନ କରାଯାଉଛି। ଯାହା ଏକ ଟ୍ରକ୍‌ରେ ଯାଉଛି।

ଏହା ଏକ ହୋର୍ଡିଂ ଆକାରର ନିମନ୍ତ୍ରଣ କାର୍ଡ। ଯେଉଁଥିରେ ବରର ନାମ ମତଦାତା ଏବଂ କନ୍ୟାର ନାମ ଲୋକସାଥୀ ଅର୍ଥାତ୍‌ ଗଣତନ୍ତ୍ର ଲେଖାଯାଇଛି। ବିବାହ ତାରିଖ ମେ’ ୧୩ ସକାଳ ୭ରୁ ୫ଟା ପର୍ଯ୍ୟନ୍ତ ଲେଖାଯାଇଛି, ଯାହା ପୁଣେ ସହରରେ ଭୋଟ୍‌ ଦେବାର ତାରିଖ ଏବଂ ସମୟ ଅଟେ। ଏହା ବ୍ୟତୀତ ନିକଟସ୍ଥ ମତଦାନ କେନ୍ଦ୍ରରେ ବିବାହ ସ୍ଥାନ ସମ୍ପର୍କରେ ଲେଖାଯାଇଛି।

କିଛି ଲୋକ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ଥଟ୍ଟା କରି କହିଛନ୍ତି, ଗଣତନ୍ତ୍ର ବରକୁ ପ୍ରତାରଣା କରିସାରିଛି। ଜଣେ କହିଛନ୍ତି, କେତେକ ଦେଶରେ ଭୋଟ୍‌ ନ ଦେବା ପାଇଁ ଜରିମାନା ଅଛି। ବାସ୍ତବରେ ଏହିପରି ଅନନ୍ୟ ବିବାହ କାର୍ଡ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

The post ଏତେ ବଡ଼ ନିମନ୍ତ୍ରଣ କାର୍ଡ, ଯାହାକୁ ନେବା ପାଇଁ ଆବଶ୍ୟକ ପଡ଼ିଲା ଟ୍ରକ୍‌, ଏଥିରେ ଲେଖାଅଛି ଏମିତି… appeared first on Dharitri Odia News.