ମମତା ହୋଇଯାଇଛନ୍ତି ନିର୍ଦ୍ଦୟ, ତାଙ୍କୁ ଭୋଗିବାକୁ ପଡିବ ଏହାର ପରିଣାମ: ଭାଜପା
ନୂଆଦିଲ୍ଲୀ,୧।୯: ପଶ୍ଚିମବଙ୍ଗର ସ୍ଥିତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମମତା ବାନାର୍ଜୀ ନିର୍ଦ୍ଦୟ ହୋଇଯାଇଛନ୍ତି। ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡିବ। କୋଲକାତାର ଆର.ଜି କର ମେଡିକାଲ କଲେଜରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଶିବରାଜ ସିଂ ଚୌହାନ ମମତା ବାନାର୍ଜୀଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ କହିଥିଲେ ଯେ ମୁଁ ବୁଝିପାରୁ ନାହିଁ ଜଣେ ମହିଳା ହେବା […] The post ମମତା ହୋଇଯାଇଛନ୍ତି ନିର୍ଦ୍ଦୟ, ତାଙ୍କୁ ଭୋଗିବାକୁ ପଡିବ ଏହାର ପରିଣାମ: ଭାଜପା appeared first on Dharitri Odia News.
ନୂଆଦିଲ୍ଲୀ,୧।୯: ପଶ୍ଚିମବଙ୍ଗର ସ୍ଥିତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମମତା ବାନାର୍ଜୀ ନିର୍ଦ୍ଦୟ ହୋଇଯାଇଛନ୍ତି। ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡିବ।
କୋଲକାତାର ଆର.ଜି କର ମେଡିକାଲ କଲେଜରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଶିବରାଜ ସିଂ ଚୌହାନ ମମତା ବାନାର୍ଜୀଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ କହିଥିଲେ ଯେ ମୁଁ ବୁଝିପାରୁ ନାହିଁ ଜଣେ ମହିଳା ହେବା ସତ୍ତ୍ୱେ ଜଣେ ଝିଅ ପାଇଁ ତାଙ୍କର ଚିନ୍ତାଧାରା କ’ଣ? ଅନେକ ଝିଅଙ୍କ ସହିତ ଏପରି ଘଟଣା ଘଟୁଛି, ସେମାନେ କିପରି ଏପରି ଭାଷା କହିପାରିବେ?
ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାକୁ ଦମନ କରିବାକୁ ଉଦ୍ୟମ କରାଯାଉଛି। ପ୍ରଥମେ ଝିଅର ମାତାପିତାଙ୍କୁ ଡକାଯାଇ ସେ ଅସୁସ୍ଥ ଥିବା କଥା ମିଛ କହିଥିଲେ ଏବଂ ପରେ ସେମାନଙ୍କୁ କୁହାଯାଇଥିଲା ଯେ ସେ ଆତ୍ମହତ୍ୟା କରଛନ୍ତି। ଘଣ୍ଟା ଘଣ୍ଟା ଧରି ଏଫଆଇଆର ପଞ୍ଜିକୃତ ହୋଇନଥିଲା । ତା’ପରେ ପ୍ରମାଣ ନଷ୍ଟ କରିବାକୁ ଭିଡ ହୋଇଯାଇଥିଲା ଏବଂ ପୋଲିସ ଏହା ଦେଖୁଥିଲା, ଏହା ହେଉଛି ଅନ୍ୟାୟର ପରାକାଷ୍ଠା। ଏହି ଅତ୍ୟାଚାର ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ ନାହିଁ, ମମତା ବାନାର୍ଜୀଙ୍କୁ ଏହାର ପରିଣାମର ସାମ୍ନା କରିବାକୁ ପଡିବ।
ସୂଚନାଯୋଗ୍ୟ, କୋଲକାତାର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ପୀଡିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଏବଂ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ବିଷୟରେ କହିଛନ୍ତି। ଏହି ଚିଠିରେ ବଳାତ୍କାର ଘଟଣାକୁ ନେଇ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।
The post ମମତା ହୋଇଯାଇଛନ୍ତି ନିର୍ଦ୍ଦୟ, ତାଙ୍କୁ ଭୋଗିବାକୁ ପଡିବ ଏହାର ପରିଣାମ: ଭାଜପା appeared first on Dharitri Odia News.