ଅସୁସ୍ଥ ଟିଟିଲାଗଡ଼ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଆଶୁ ଆରୋଗ୍ୟ କାମନା କଲେ

ଭୁବନେଶ୍ୱର : ଟିଟିଲାଗଡ଼ ବିଧାୟକ  ନବୀନ କୁମାର ଜୈନ ଅସୁସ୍ଥ ଥିବାରୁ ସେ ରାୟପୁରର ରାମକୃଷ୍ଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଟେଲିଫୋନ ଯୋଗେ ଶ୍ରୀ ଜୈନଙ୍କ ସହ କଥା ହୋଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଶ୍ରୀ ଜୈନ ଡାଇରିଆ ରୋଗରେ ପୀଡିତ ହୋଇ ପ୍ରଥମେ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ […] The post ଅସୁସ୍ଥ ଟିଟିଲାଗଡ଼ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଆଶୁ ଆରୋଗ୍ୟ କାମନା କଲେ appeared first on KNews Odisha.

ଅସୁସ୍ଥ ଟିଟିଲାଗଡ଼ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଆଶୁ ଆରୋଗ୍ୟ କାମନା କଲେ
mla

ଭୁବନେଶ୍ୱର : ଟିଟିଲାଗଡ଼ ବିଧାୟକ  ନବୀନ କୁମାର ଜୈନ ଅସୁସ୍ଥ ଥିବାରୁ ସେ ରାୟପୁରର ରାମକୃଷ୍ଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଟେଲିଫୋନ ଯୋଗେ ଶ୍ରୀ ଜୈନଙ୍କ ସହ କଥା ହୋଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଶ୍ରୀ ଜୈନ ଡାଇରିଆ ରୋଗରେ ପୀଡିତ ହୋଇ ପ୍ରଥମେ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

The post ଅସୁସ୍ଥ ଟିଟିଲାଗଡ଼ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଆଶୁ ଆରୋଗ୍ୟ କାମନା କଲେ appeared first on KNews Odisha.