ଦୁର୍ଦ୍ଦାନ୍ତ ଡକାୟତ ଗ୍ୟାଙ୍ଗ ଗିରଫ, ଅନେକ ଅଳଙ୍କାର ସହ ନଗଦ ୩୩ ହଜାର ଜବତ

ବାଲିଗୁଡ଼ା: ତୁମୁଡିବନ୍ଧ ଥାନା ଅଞ୍ଚଳରେ ଦୀର୍ଘ ଦୁଇ ମାସ ଧରି ଆତଙ୍କ ଖେଳାଇଥିବା କୁଖ୍ୟାତ ଡକାୟତି ଗ୍ୟାଙ୍ଗ ଗିରଫ ।   ଗିରଫ ପାଞ୍ଚ ଦୁର୍ଦ୍ଦାନ୍ତ ଡକାୟତ ହେଲେ ପ୍ରିୟ ରଞ୍ଜନ ମଣ୍ଡଳ, ମୋତିରାମ ପରାସେଟ, ପିଙ୍କୁ ନାୟକ, ରିଚାର୍ଡ ନାୟକ ଓ ଜନକ ନାୟକ। ସେମାନଙ୍କ ନିକଟରୁ ୧୫୦ ଗ୍ରାମ ସୁନା ଅଳଙ୍କାର, ୧୬ ଗ୍ରାମ ରୁପା ଅଳଙ୍କାର ସମେତ ନଗଦ ୩୩ ହଜାର ଟଙ୍କା, ଦୁଇଟି ମୋବାଇଲ ଓ ପାଞ୍ଚଟି କଳା ମାସ୍କ ଜବତ କରିଛି […] The post ଦୁର୍ଦ୍ଦାନ୍ତ ଡକାୟତ ଗ୍ୟାଙ୍ଗ ଗିରଫ, ଅନେକ ଅଳଙ୍କାର ସହ ନଗଦ ୩୩ ହଜାର ଜବତ appeared first on KNews Odisha.

ଦୁର୍ଦ୍ଦାନ୍ତ ଡକାୟତ ଗ୍ୟାଙ୍ଗ ଗିରଫ, ଅନେକ ଅଳଙ୍କାର ସହ ନଗଦ ୩୩ ହଜାର ଜବତ
tumudibandha police

ବାଲିଗୁଡ଼ା: ତୁମୁଡିବନ୍ଧ ଥାନା ଅଞ୍ଚଳରେ ଦୀର୍ଘ ଦୁଇ ମାସ ଧରି ଆତଙ୍କ ଖେଳାଇଥିବା କୁଖ୍ୟାତ ଡକାୟତି ଗ୍ୟାଙ୍ଗ ଗିରଫ ।   ଗିରଫ ପାଞ୍ଚ ଦୁର୍ଦ୍ଦାନ୍ତ ଡକାୟତ ହେଲେ ପ୍ରିୟ ରଞ୍ଜନ ମଣ୍ଡଳ, ମୋତିରାମ ପରାସେଟ, ପିଙ୍କୁ ନାୟକ, ରିଚାର୍ଡ ନାୟକ ଓ ଜନକ ନାୟକ। ସେମାନଙ୍କ ନିକଟରୁ ୧୫୦ ଗ୍ରାମ ସୁନା ଅଳଙ୍କାର, ୧୬ ଗ୍ରାମ ରୁପା ଅଳଙ୍କାର ସମେତ ନଗଦ ୩୩ ହଜାର ଟଙ୍କା, ଦୁଇଟି ମୋବାଇଲ ଓ ପାଞ୍ଚଟି କଳା ମାସ୍କ ଜବତ କରିଛି ତୁମୁଡିବନ୍ଧ ପୋଲିସ ।

ଗିରଫ ୫ ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି ।  ଏହି ଗ୍ୟାଙ୍ଗ ମାସ୍କ ପିନ୍ଧି ବନ୍ଧୁକ ମୁନରେ ଡକାୟତି କରିବା ସହ ଭୁଜାଲି ଦେଖାଇ ଆତଙ୍କ ଖେଳାଇ ଠିକାଦାର ଓ ବ୍ୟବସାୟୀ ଘରେ ପଶି ଲୁଟୁଥିଲେ ।  ଏହା ପରେ ମୁନିଗୁଡା ଅଂଚଳର ବିଭିନ୍ନ ଜଙ୍ଗଲରେ ଆତ୍ମଗୋପନ କରୁଥିଲେ ।  ଗିରଫ ଅଭିଯୁକ୍ତଙ୍କ ବହୁତ ବଡ଼ ନେଟୱର୍କ ରହିଥିବା ବେଳେ ଏହି ଗ୍ୟାଙ୍ଗରେ ଆଉ କେହି ସାମିଲ ଅଛି କି ନାହିଁ ସେ ନେଇ ଅଧିକ ତଦନ୍ତ ଜାରୀ ରହିଥିବା କହିଛନ୍ତି ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ।

Also read: ବଡ଼ ଧରଣର ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ, ୬ ଗିରଫ

 

The post ଦୁର୍ଦ୍ଦାନ୍ତ ଡକାୟତ ଗ୍ୟାଙ୍ଗ ଗିରଫ, ଅନେକ ଅଳଙ୍କାର ସହ ନଗଦ ୩୩ ହଜାର ଜବତ appeared first on KNews Odisha.