ଜର୍ମାନରେ ଗବେଷଣା କରିବେ ବୀରମହାରାଜପୁରର ଯୁବ ବୈଜ୍ଞାନିକ ଶିଭାଜିତ୍
ଅମରପାଲି,୨୨ା୭(ପୀତାମ୍ବର ସାହୁ): ଦୃଢ଼ ଇଚ୍ଛାଶକ୍ତି ଥିଲେ ସଂଘର୍ଷ କରିବାକୁ ପଡ଼େ ଏବଂ ସଂଘର୍ଷ କଲେ ସଫଳତାର ଶୀର୍ଷରେ ପହଞ୍ଚିବାର ସୁଯୋଗ ମିଳେ। ପ୍ରତିକୂଳ ପରିସ୍ଥିତିରେ ବି ଯିଏ ସଂଘର୍ଷ କରିଛି ସିଏ ହିଁ ସଫଳତାର ହକ୍ଦାର ହୋଇପାରିଛି। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି, ବୀରମହାରାଜପୁରର ଜଣେ ଯୁବକ। ସଫଳତାର ଶିଖରକୁ ପହଞ୍ଚିବାକୁ ପ୍ରୟାସ କରିଥିବା ଯୁବକ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଶିଭାଜିତ ଚାନ୍ଦ। ବାପା ଶ୍ରୀନିବାସ ଚାନ୍ଦ ଜଣେ ଓକିଲ ହୋଇଥିବାବେଳେ […] The post ଜର୍ମାନରେ ଗବେଷଣା କରିବେ ବୀରମହାରାଜପୁରର ଯୁବ ବୈଜ୍ଞାନିକ ଶିଭାଜିତ୍ appeared first on Dharitri Odia News.
ଅମରପାଲି,୨୨ା୭(ପୀତାମ୍ବର ସାହୁ): ଦୃଢ଼ ଇଚ୍ଛାଶକ୍ତି ଥିଲେ ସଂଘର୍ଷ କରିବାକୁ ପଡ଼େ ଏବଂ ସଂଘର୍ଷ କଲେ ସଫଳତାର ଶୀର୍ଷରେ ପହଞ୍ଚିବାର ସୁଯୋଗ ମିଳେ। ପ୍ରତିକୂଳ ପରିସ୍ଥିତିରେ ବି ଯିଏ ସଂଘର୍ଷ କରିଛି ସିଏ ହିଁ ସଫଳତାର ହକ୍ଦାର ହୋଇପାରିଛି। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି, ବୀରମହାରାଜପୁରର ଜଣେ ଯୁବକ। ସଫଳତାର ଶିଖରକୁ ପହଞ୍ଚିବାକୁ ପ୍ରୟାସ କରିଥିବା ଯୁବକ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଶିଭାଜିତ ଚାନ୍ଦ। ବାପା ଶ୍ରୀନିବାସ ଚାନ୍ଦ ଜଣେ ଓକିଲ ହୋଇଥିବାବେଳେ ମା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ। ପିଲାଟି ଦିନରୁ ପ୍ରତିକୂଳ ପରିସ୍ଥିତିରେ ବି କିଛି କରି ଦେଖାଇବାକୁ ପ୍ରୟାସ ଆରମ୍ଭ କରିଥିବା ଶିଭାଜିତ ଏବେ ସଫଳତାର ଶେଷ ପାହାଚରେ ପହଞ୍ଚି ପାରିଛନ୍ତି। ସ୍ବିଡେନରେ ସଫଳତାର ସହ ଡିଗ୍ରୀ ହାସଲ କରି ଏବେ ସୁଦୂର ଜର୍ମାନୀରେ ଗବେଷଣା କ୍ଷେତ୍ରରେ ପାଦ ଥାପିଛନ୍ତି। ତାହା ପୁଣି ସାଂପ୍ରତିକ ସମୟର ବେଶୀ ଚର୍ଚ୍ଚାରେ ଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ (ଏଆଇ)ଉପରେ। ଯାହାକୁ ନେଇ ସେ ଖୁସି ବ୍ୟକ୍ତ କରିବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଦାୟୀ। ଶିଭାଜିତ ବୀରମହାରାଜପୁରରେ ନିଜର ଅଧ୍ୟୟନ ଆରମ୍ଭ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ବାହାରେ ରହି ଶିକ୍ଷା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଟେକ୍ନୋଲଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବିଡେନର ଚାଲମର ୟୁନିଭର୍ସିଟି ଅଫ୍ ଟେକ୍ନୋଲଜିରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏବେ ଏଆଇ (AI)କ୍ଷେତ୍ରରେ ସେ ଜଣେ ଜୁନିଅର ବୈଜ୍ଞାନିକ ଭାବରେ ଜର୍ମାନୀରେ ଯୋଗ ଦେବେ। ଯାହାକୁ ନେଇ ପୂରା ପରିବାର ବେଶ ଖୁସି ଓ ଗର୍ବ ଅନୁଭବ କରିବା ସହିତ ତାଙ୍କ ପରିଶ୍ରମ ଫଳରେ ଆଜି ଶିଭାଜିତ ଏହି ସ୍ଥାନକୁ ପହଞ୍ଚିଛନ୍ତି ବୋଲି କହିଛନ୍ତି ପରିବାର ଲୋକ।
The post ଜର୍ମାନରେ ଗବେଷଣା କରିବେ ବୀରମହାରାଜପୁରର ଯୁବ ବୈଜ୍ଞାନିକ ଶିଭାଜିତ୍ appeared first on Dharitri Odia News.