ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ ଭାଜପାରୁ ଇସ୍ତଫା ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଅରୁନ୍ଧତୀଙ୍କ ସହ ତାଙ୍କ ପୁଅ ନମନ ଗଙ୍ଗଦେବ ବି ବିଜେଡିରେ ମିଶିଛନ୍ତି। ସୂଚନାଥାଉ କି, ଏମପି ନିତେଶ ଗଙ୍ଗଦେବଙ୍କ ସ୍ତ୍ରୀ ତଥା ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ମଙ୍ଗଳବାର ଅପରାହ୍ନରେ ସୋସିଆଲ […] The post ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ appeared first on Dharitri Odia News.

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ ଭାଜପାରୁ ଇସ୍ତଫା ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଅରୁନ୍ଧତୀଙ୍କ ସହ ତାଙ୍କ ପୁଅ ନମନ ଗଙ୍ଗଦେବ ବି ବିଜେଡିରେ ମିଶିଛନ୍ତି।

ସୂଚନାଥାଉ କି, ଏମପି ନିତେଶ ଗଙ୍ଗଦେବଙ୍କ ସ୍ତ୍ରୀ ତଥା ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ମଙ୍ଗଳବାର ଅପରାହ୍ନରେ ସୋସିଆଲ ମିଡିଆ ମାଧ୍ୟମରେ ଭାଜପାରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଥିଲେ । ଏହାର କିଛିଘଣ୍ଟା ମଧ୍ୟରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ।

The post ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ appeared first on Dharitri Odia News.