ଏଟିଏମ୍ କାର୍ଡ ଲୁଟ୍ ଘଟଣା: ପଶ୍ଚିମବଙ୍ଗର ୩ ଲୁଟେରା ଗିରଫ
ଖୋର୍ଦ୍ଧା,୭ା୫(ପ୍ରଭାତ ପାଣିଗ୍ରାହୀ): ବିଭିନ୍ନ ସମୟରେ ଅଶିକ୍ଷିତ କିମ୍ବା ବୃଦ୍ଧ ବୃଦ୍ଧା ଏଟିଏମ୍ କାଉଣ୍ଟରରୁ ଟଙ୍କା ବାହାର କଲା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗର ତିନି ସାଇବର ଲୁଟେରା ବିଭିନ୍ନ କାଉଣ୍ଟରରେ ତୀକ୍ଷଣ ନଜର ରଖି ଏଟିଏମ କାର୍ଡ ଚୋରି କରି ଆକାଉଣ୍ଟରୁ ଅର୍ଥ ଲୁଟ୍ କରିବାରେ ସଫଳ ହୋଇଥିଲେ। ଗତ ତିନିମାସ ଧରି ଏହି ପ୍ରକାର ଅଭିଯୋଗ ଖୋର୍ଦ୍ଧା ଜିଲାର ଜଙ୍କିଆ, ନାଚୁଣୀ, ଟାଙ୍ଗି, ବାଲୁଗାଁ ଥାନାରେ ଅଭିଯୋଗ ହୋଇ […] The post ଏଟିଏମ୍ କାର୍ଡ ଲୁଟ୍ ଘଟଣା: ପଶ୍ଚିମବଙ୍ଗର ୩ ଲୁଟେରା ଗିରଫ appeared first on Dharitri Odia News.
ଖୋର୍ଦ୍ଧା,୭ା୫(ପ୍ରଭାତ ପାଣିଗ୍ରାହୀ): ବିଭିନ୍ନ ସମୟରେ ଅଶିକ୍ଷିତ କିମ୍ବା ବୃଦ୍ଧ ବୃଦ୍ଧା ଏଟିଏମ୍ କାଉଣ୍ଟରରୁ ଟଙ୍କା ବାହାର କଲା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗର ତିନି ସାଇବର ଲୁଟେରା ବିଭିନ୍ନ କାଉଣ୍ଟରରେ ତୀକ୍ଷଣ ନଜର ରଖି ଏଟିଏମ କାର୍ଡ ଚୋରି କରି ଆକାଉଣ୍ଟରୁ ଅର୍ଥ ଲୁଟ୍ କରିବାରେ ସଫଳ ହୋଇଥିଲେ। ଗତ ତିନିମାସ ଧରି ଏହି ପ୍ରକାର ଅଭିଯୋଗ ଖୋର୍ଦ୍ଧା ଜିଲାର ଜଙ୍କିଆ, ନାଚୁଣୀ, ଟାଙ୍ଗି, ବାଲୁଗାଁ ଥାନାରେ ଅଭିଯୋଗ ହୋଇ ଆସୁଥିଲା। ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇ ତାଙ୍କଠାରୁ ୫୧ଟି ଏଟିଏମ୍ କାର୍ଡ ଜବତ କରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି।
ଅନ୍ୟ ଏକ ଘଟଣାରେ ବାଲୁଗାଁରେ ଥିବା ଏକ ସର୍ଣ୍ଣ ଅଳଙ୍କାର ଶୋ’ ରୁମ୍ରୁ ଗତ ୨ ତାରିଖ ରାତିରେ ଚୋରି ହୋଇଥିବା ୭୦ ଗ୍ରାମ ସୁନା, ୪କିଲୋ ରୁପା ସାମଗ୍ରୀ ୨୦୦ଗ୍ରାମ ସୁନା ଅଳଙ୍କାରକୁ ପୋଲିସ ଧରିବାରେ ସଫଳ ହେବା ସହ ଦୁଇଜଣଙ୍କୁ ଗିରଫ କରିଛି ବୋଲି ଖୋର୍ଦ୍ଧା ଏସ୍ପି ସାଗରିକା ନାଥ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
The post ଏଟିଏମ୍ କାର୍ଡ ଲୁଟ୍ ଘଟଣା: ପଶ୍ଚିମବଙ୍ଗର ୩ ଲୁଟେରା ଗିରଫ appeared first on Dharitri Odia News.