ବଲାଙ୍ଗୀରରେ ଚାଞ୍ଚଲ୍ୟ: ମହିଳା କନ୍ଷ୍ଟେବଲଙ୍କୁ ହତ୍ୟା ଉଦ୍ୟମ କଲେ ସ୍ବାମୀ
ବଲାଙ୍ଗୀର,୯।୧୨: ବଲାଙ୍ଗୀର ଜିଲା ତୁଷୁରା ଥାନା ଅଧୀନ ସମରା ଗାଁ ଛକରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କନ୍ଷ୍ଟେବଲ ସ୍ତ୍ରୀଙ୍କୁ କନ୍ଷ୍ଟେବଲ ସ୍ବାମୀଙ୍କ ହତ୍ୟା ଉଦ୍ୟମ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ମହିଳା କନ୍ଷ୍ଟେବଲ ତୁଷୁରା ଥାନାରେ ପହଞ୍ଚି କନ୍ଷ୍ଟେବଲ ସ୍ବାମୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ କରିଛନ୍ତି। ମହିଳା କନ୍ଷ୍ଟେବଲଙ୍କ ଅଭିଯୋଗ ମୁତାବକ, ତାଙ୍କ ସ୍ବାମୀ ଏବଂ ତାଙ୍କର ଜଣେ ସହଯୋଗ ମିଶି ଲୁହା ରଡ୍ରେ ତାଙ୍କୁ ଆକ୍ରମଣ କରି […] The post ବଲାଙ୍ଗୀରରେ ଚାଞ୍ଚଲ୍ୟ: ମହିଳା କନ୍ଷ୍ଟେବଲଙ୍କୁ ହତ୍ୟା ଉଦ୍ୟମ କଲେ ସ୍ବାମୀ appeared first on Dharitri Odia News.
ବଲାଙ୍ଗୀର,୯।୧୨: ବଲାଙ୍ଗୀର ଜିଲା ତୁଷୁରା ଥାନା ଅଧୀନ ସମରା ଗାଁ ଛକରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କନ୍ଷ୍ଟେବଲ ସ୍ତ୍ରୀଙ୍କୁ କନ୍ଷ୍ଟେବଲ ସ୍ବାମୀଙ୍କ ହତ୍ୟା ଉଦ୍ୟମ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଅନ୍ୟପକ୍ଷେ ମହିଳା କନ୍ଷ୍ଟେବଲ ତୁଷୁରା ଥାନାରେ ପହଞ୍ଚି କନ୍ଷ୍ଟେବଲ ସ୍ବାମୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ କରିଛନ୍ତି। ମହିଳା କନ୍ଷ୍ଟେବଲଙ୍କ ଅଭିଯୋଗ ମୁତାବକ, ତାଙ୍କ ସ୍ବାମୀ ଏବଂ ତାଙ୍କର ଜଣେ ସହଯୋଗ ମିଶି ଲୁହା ରଡ୍ରେ ତାଙ୍କୁ ଆକ୍ରମଣ କରି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ। ପରବର୍ତ୍ତୀ ସମୟରେ ସେ ଥାନାରେ ୨ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣା ତଦନ୍ତ ଆରମ୍ଭ କରିଛି।
The post ବଲାଙ୍ଗୀରରେ ଚାଞ୍ଚଲ୍ୟ: ମହିଳା କନ୍ଷ୍ଟେବଲଙ୍କୁ ହତ୍ୟା ଉଦ୍ୟମ କଲେ ସ୍ବାମୀ appeared first on Dharitri Odia News.