ଦାୟିତ୍ୱ ନେଲେ ଥାନା ଅଧିକାରୀ
ଗୋପାଳପୁର,୯ା୩(ନବୀନ ରାଜ ଆଚାର): ବ୍ରହ୍ମପୁର ପୋଲିସ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ଥାନାଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୋଳନ୍ଥରା ଥାନାଧିକାରୀ ଭାବେ ବିବେକାନନ୍ଦ ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ଫେବୃଆରୀରେ ଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କୁ ଅନୁଗୋଳ ଜିଲାକୁ ବଦଳି ହୋଇଥିବା ବେଳେ ଗତ ଏକ ମାସ ହେଲା ଉକ୍ତ ପଦବୀ ଖାଲି ରହିଥିଲା। ଶନିବାର ଥାନା ଅଧିକାରୀ ଭାବେ ଶ୍ରୀ ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ […] The post ଦାୟିତ୍ୱ ନେଲେ ଥାନା ଅଧିକାରୀ appeared first on Dharitri Odia News.
ଗୋପାଳପୁର,୯ା୩(ନବୀନ ରାଜ ଆଚାର): ବ୍ରହ୍ମପୁର ପୋଲିସ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ଥାନାଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୋଳନ୍ଥରା ଥାନାଧିକାରୀ ଭାବେ ବିବେକାନନ୍ଦ ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ଫେବୃଆରୀରେ ଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କୁ ଅନୁଗୋଳ ଜିଲାକୁ ବଦଳି ହୋଇଥିବା ବେଳେ ଗତ ଏକ ମାସ ହେଲା ଉକ୍ତ ପଦବୀ ଖାଲି ରହିଥିଲା। ଶନିବାର ଥାନା ଅଧିକାରୀ ଭାବେ ଶ୍ରୀ ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଖଲ୍ଲିକୋଟ, ପାରଳାଖେମୁଣ୍ଡି, ଗୋପାଳପୁର ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଥାନା ଅଞ୍ଚଳରେ ଆଇନଶୃଙ୍ଖଳାଙ୍କୁ ଗୁରୁତ୍ୱ ଦିଆଯିବା ସହ ଆପରାଧିକ କାର୍ଯ୍ୟକଳାପକୁ ଦୃଢ଼ ହସ୍ତରେ ଦମନ କରାଯିବା ସହିତ ଜନସାଧାରଣ କିପରି ଆଇନ ସେବା ଠିକ୍ ରୂପେ ପାଇପାରିବେ ପ୍ରାଥମିକତା ଦିଆଯିବ ବୋଲି ଥାନାଧିକାରୀ କହିଛନ୍ତି। ସେହିପରି ଗୋପାଳପୁର ଥାନା ଅଧିକାରୀ ଭାବେ ଶରତ କୁମାର ମହାଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଡେଙ୍କାନାଳ ଜିଲାରେ ଥିଲେ। କିଛିଦିନ ତଳେ ବ୍ରହ୍ମପୁର ପୋଲିସ ଜିଲାକୁ ବଦଳି ହୋଇଥିଲା। ଜିଲାର ମୁଖ୍ୟାଳୟରେ ମହାଲିକ କାର୍ଯ୍ୟରତ ଥିଲେ।
The post ଦାୟିତ୍ୱ ନେଲେ ଥାନା ଅଧିକାରୀ appeared first on Dharitri Odia News.