ରଥ ଉପରେ ମୋବାଇଲ୍ ଫୋନ୍ ନିଷେଧ

ଯିଏ ବିଶୃଙ୍ଖଳା ଆଚରଣ କରିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ରଥ ଉପରେ ମୋବାଇଲ୍ ଫୋନ୍ ନିଷେଧ

ଆସୁ ଆସୁ ଆକ୍ସନ ମୋଡ୍ । ବିଶୃଙ୍ଖଳିତ ସେବକଙ୍କୁ ଚେତାବନୀ । ରଥ ଉପରେ ମୋବାଇଲ୍ ଫୋନ୍ ନିଷେଧ । ଗତକାଲି ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେବା ପରେ ଆଜି ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଠାକୁରଙ୍କ ନୀତିକାନ୍ତିରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ସଫା ସଫା ଚେତାବନୀ ଦେଇଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ। ତାସହ କହିଛନ୍ତି ଆଡ଼ପ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ଚାରମାଳ ଉପରେ ଖସିପଡ଼ିବା ଘଟଣାର ଯେପରି ଆଉ ପୁନରାବୃତ୍ତି ନଘଟେ, ସେଥିପ୍ରତି ଧ୍ୟାନ ଦିଆଯିବ। ଯିଏ ବିଶୃଙ୍ଖଳା ଆଚରଣ କରିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।