୩୧ ଜାନୁଆରୀରୁ ବଜେଟ ଅଧିବେଶନ, ଫେବୃଆରୀ ୧ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ…

ନୂଆଦିଲ୍ଲୀ,୧୧।୧ : ୨୦୨୪ ବର୍ଷ ପାଇଁ ସଂସଦର ବଜେଟ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ ହେବ। ବଜେଟ ଅଧିବେଶନ ୧୦ ଦିନର ହେବ । ଏହା ୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବଜେଟ ମଧ୍ୟ ଫେବୃଆରୀ ୧ ରେ ଉପସ୍ଥାପିତ ହେବ। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳର ଶେଷ ବଜେଟ। ଏହା ମଧ୍ୟ ୧୭ତମ ଲୋକସଭାର ଶେଷ ସଂସଦ ଅଧିବେଶନ ହେବ। ଏଥର ସାଧାରଣ ନିର୍ବାଚନ […] The post ୩୧ ଜାନୁଆରୀରୁ ବଜେଟ ଅଧିବେଶନ, ଫେବୃଆରୀ ୧ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ… appeared first on Dharitri Odia News.

୩୧ ଜାନୁଆରୀରୁ ବଜେଟ ଅଧିବେଶନ, ଫେବୃଆରୀ ୧ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ…

ନୂଆଦିଲ୍ଲୀ,୧୧।୧ : ୨୦୨୪ ବର୍ଷ ପାଇଁ ସଂସଦର ବଜେଟ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ ହେବ। ବଜେଟ ଅଧିବେଶନ ୧୦ ଦିନର ହେବ । ଏହା ୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବଜେଟ ମଧ୍ୟ ଫେବୃଆରୀ ୧ ରେ ଉପସ୍ଥାପିତ ହେବ। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳର ଶେଷ ବଜେଟ।

ଏହା ମଧ୍ୟ ୧୭ତମ ଲୋକସଭାର ଶେଷ ସଂସଦ ଅଧିବେଶନ ହେବ। ଏଥର ସାଧାରଣ ନିର୍ବାଚନ ପୂର୍ବରୁ ବଜେଟ ଉପସ୍ଥାପନ କରାଯିବ। ଏହି ବଜେଟ ଅଧିବେଶନରେ ସରକାର ଅନେକ ପ୍ରକାରର ଯୋଜନା ଘୋଷଣା କରିବାର ଆଶା ରହିଛି। ଏହା ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ସାଧାରଣ ବଜେଟ ହେବ।

The post ୩୧ ଜାନୁଆରୀରୁ ବଜେଟ ଅଧିବେଶନ, ଫେବୃଆରୀ ୧ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ… appeared first on Dharitri Odia News.