ନିର୍ବାଚନ ଲଢ଼ିବା ନେଇ ଏପରି କହିଲେ ଏମ୍ପି ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର,୨୮।୨: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ଭାଜପା ଟିକେଟ୍ରେ ପୁଣି ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି ପୂର୍ବତନ ଏମ୍ପି ଖାରବେଳ ସ୍ବାଇଁ। ଏ ନେଇ ସେ ତାଙ୍କ ପ୍ରତିକ୍ରିୟା ରଖିଥିଲେ ‘ବର୍ତ୍ତମାନ ବାଲେଶ୍ୱରରେ ଭାଜପାରୁ ପ୍ରତାପ ଏମ୍ପି ଅଛନ୍ତି ମାନେ ନୁହେଁ ଯେ ସେ ଆଉଥରେ ଲୋକସଭା ଟିକେଟ ପାଇବେ। ଦଳ ଯଦି ତାଙ୍କୁ ପୁଣିଥରେ ଟିକେଟ ଦେବ, ମୋର କିଛି କହିବାର ନାହିଁ। ହେଲେ, ପ୍ରତାପ ଆଉ ନିର୍ବାଚନ ଜିତି ପାରିବେ ନାହିଁ।’ ଅନ୍ୟପକ୍ଷରେ ଖାରବେଳଙ୍କ ଏହି […] The post ନିର୍ବାଚନ ଲଢ଼ିବା ନେଇ ଏପରି କହିଲେ ଏମ୍ପି ପ୍ରତାପ ଷଡ଼ଙ୍ଗୀ appeared first on Dharitri Odia News.
ଭୁବନେଶ୍ୱର,୨୮।୨: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ଭାଜପା ଟିକେଟ୍ରେ ପୁଣି ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି ପୂର୍ବତନ ଏମ୍ପି ଖାରବେଳ ସ୍ବାଇଁ। ଏ ନେଇ ସେ ତାଙ୍କ ପ୍ରତିକ୍ରିୟା ରଖିଥିଲେ ‘ବର୍ତ୍ତମାନ ବାଲେଶ୍ୱରରେ ଭାଜପାରୁ ପ୍ରତାପ ଏମ୍ପି ଅଛନ୍ତି ମାନେ ନୁହେଁ ଯେ ସେ ଆଉଥରେ ଲୋକସଭା ଟିକେଟ ପାଇବେ। ଦଳ ଯଦି ତାଙ୍କୁ ପୁଣିଥରେ ଟିକେଟ ଦେବ, ମୋର କିଛି କହିବାର ନାହିଁ। ହେଲେ, ପ୍ରତାପ ଆଉ ନିର୍ବାଚନ ଜିତି ପାରିବେ ନାହିଁ।’
ଅନ୍ୟପକ୍ଷରେ ଖାରବେଳଙ୍କ ଏହି ମନ୍ତବ୍ୟରେ ଏମ୍ପି ପ୍ରତାପ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଖାରବେଳ ଦଳର ଜଣେ ବରିଷ୍ଠ ନେତା। ବାଲେଶ୍ବରରେ ଭାଜପାର ଲୋକସଭା ଟିକେଟ ଏଥର କାହାକୁ ମିଳିବ, ସେନେଇ ହୁଏତ ସେ ଦଳର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିବେ। ମୋ ପାଖରେ କିନ୍ତୁ ଏ ନେଇ କେଣସି ସୂଚନା ନାହିଁ। ଖାରବେଳ ବାଲେଶ୍ବରରୁ ୬ ଥର ନିର୍ବାବାଚନ ଲଢ଼ିଛନ୍ତି ଏବଂ ୩ ଥର ଜିତିଛନ୍ତି, ଏକଥା କିଏ ନଜାଣିଛନ୍ତି! ମୁଁ ଆଗକୁ ନିର୍ବାଚନ ଲଢ଼ିବି କି ନ ଲଢ଼ିବି, ତାହା ନେତୃବୃନ୍ଦ ନିଷ୍ପତ୍ତି ନେବେ। ଦଳ ଆଗାମୀ ନିର୍ବାଚନରେ ଯାହାକୁ ପ୍ରାର୍ଥୀ କରିଲେ ବି ମୋର କେଣସି ଆପତ୍ତି ନାହିଁ।’
The post ନିର୍ବାଚନ ଲଢ଼ିବା ନେଇ ଏପରି କହିଲେ ଏମ୍ପି ପ୍ରତାପ ଷଡ଼ଙ୍ଗୀ appeared first on Dharitri Odia News.