ଚାମ୍ପିଅନ୍ସ ଟ୍ରଫି ଖେଳିବ ନାହିଁ ପାକିସ୍ତାନ! ପିସିବିକୁ ନେଇ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ,୧୨।୧୧: ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବଡ଼ ନିଷ୍ପତ୍ତି ନେଇପାରେ ପାକିସ୍ତାନ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଆଇସିସିକୁ ଚିଠି ଲେଖି ସିଧାସିଧା ଧମକ ଦେଇଛି। କାହିଁକି ଭାରତୀୟ ଟିମ୍‌ ପାକିସ୍ତାନ ଆସିବାକୁ ଚାହୁଁନାହାନ୍ତି ବୋଲି ବୋର୍ଡ ଆଇସିସିକୁ ପଚାରିଛି। ଯଦି ଟୁର୍ନାମେଣ୍ଟର ଆୟୋଜନ ଦଳଠାରୁ ଛଡ଼ାଇ ନିଆଯାଏ ତେବେ ସେ ଏହାକୁ ବହିଷ୍କାର କରିବ। ପାକିସ୍ତାନ ସରକାରଙ୍କ ସହ ବିଚାର ବିମର୍ଶ କରିବା ପରେ ପିସିବି ଏଭଳି କହିଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, […] The post ଚାମ୍ପିଅନ୍ସ ଟ୍ରଫି ଖେଳିବ ନାହିଁ ପାକିସ୍ତାନ! ପିସିବିକୁ ନେଇ ଆସିଲା ବଡ଼ ଖବର… appeared first on Dharitri Odia News.

ଚାମ୍ପିଅନ୍ସ ଟ୍ରଫି ଖେଳିବ ନାହିଁ ପାକିସ୍ତାନ! ପିସିବିକୁ ନେଇ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ,୧୨।୧୧: ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବଡ଼ ନିଷ୍ପତ୍ତି ନେଇପାରେ ପାକିସ୍ତାନ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଆଇସିସିକୁ ଚିଠି ଲେଖି ସିଧାସିଧା ଧମକ ଦେଇଛି। କାହିଁକି ଭାରତୀୟ ଟିମ୍‌ ପାକିସ୍ତାନ ଆସିବାକୁ ଚାହୁଁନାହାନ୍ତି ବୋଲି ବୋର୍ଡ ଆଇସିସିକୁ ପଚାରିଛି। ଯଦି ଟୁର୍ନାମେଣ୍ଟର ଆୟୋଜନ ଦଳଠାରୁ ଛଡ଼ାଇ ନିଆଯାଏ ତେବେ ସେ ଏହାକୁ ବହିଷ୍କାର କରିବ। ପାକିସ୍ତାନ ସରକାରଙ୍କ ସହ ବିଚାର ବିମର୍ଶ କରିବା ପରେ ପିସିବି ଏଭଳି କହିଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଆଇସିସି ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଦକ୍ଷିଣ ଆଫ୍ରିକା କରିପାରେ। ହେଲେ ପାକିସ୍ତାନ ଚାହୁଁଛି ଯେ ଟିମ୍‌ ଇଣ୍ଡିଆ ଏହି ଟୁର୍ନାମେଣ୍ଟ ଲାଗି ତାଙ୍କ ଦେଶକୁ ଯାଉ। ହେଲେ ବିସିସିଆଇ ସଫାସଫା ଏହାକୁ ମନା କରିଦେଇସାରିଛି। ଭାରତର ମ୍ୟାଚ୍‌ ପାକିସ୍ତାନଠାରୁ ଦୂରରେ ଅର୍ଥାତ ଦୁବାଇରେ ହେଉ ବୋଲି ବିସିସିଆଇ ଚାହୁଁଛି। ହେଲେ ପାକିସ୍ତାନ ହାଇବ୍ରିଡ ମଡେଲ ଲାଗି ପ୍ରସ୍ତୁତ ନୁହେଁ। ଗତ ବର୍ଷ ଏସିଆ କପ୍‌ର ଆୟୋଜକ ଦାୟିତ୍ୱ ପାକିସ୍ତାନ ପାଖରେ ଥିଲା। ହେଲେ ଭାରତୀୟ ଟିମ୍‌ ଯିବା ଲାଗି ମନା କରିଥିଲା। ଏହାପରେ ଦଳର ମୁକାବିଲା ଦୁବାଇରେ ଆୟୋଜିତ କରାଯାଇଥିଲା। ଏହାଦ୍ୱାରା ପାକିସ୍ତାନ ବୋର୍ଡ ବହୁତ କ୍ଷତି ସହିଥିଲା। ଏବେ ସେଭଳି କିଛି ହେଉ ବୋଲି ବୋର୍ଡ ଚାହୁଁନାହିଁ। ହେଲେ ଆଇସିସିର ନିଷ୍ପତ୍ତିକୁ ଦଳକୁ ମାନିବାକୁ ହେବ।

The post ଚାମ୍ପିଅନ୍ସ ଟ୍ରଫି ଖେଳିବ ନାହିଁ ପାକିସ୍ତାନ! ପିସିବିକୁ ନେଇ ଆସିଲା ବଡ଼ ଖବର… appeared first on Dharitri Odia News.