ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ ଫାଟି ୪ ଶ୍ରମିକ ଗୁରୁତର

ବଲାଙ୍ଗୀର,୫ା୧୨(ସୁନୀଲ କୁମାର ମହାନ୍ତି): ଗ୍ୟାସ୍‌ ସିଲିଣ୍ଡର ଫାଟି ୪ ଶ୍ରମିକ ଗୁରୁତର ହୋଇଛନ୍ତି। ଟିଟିଲାଗଡ଼ ସହର ନିକଟସ୍ଥ ପିପଲ ପଦରଠାରେ ଥିବା ଶୁଭ ମଙ୍ଗଳମ ମ୍ୟାରେଜ ପ୍ୟାଲେସ୍‌ଠାରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ସେଠାରେ ବାହାର ରାଜ୍ୟ ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ୟୁପି ଅଞ୍ଚଳର ଶ୍ରମିକମାନେ ରୋଷେଇ କରୁଥିବା ସମୟରେ ହଠାତ୍‌ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ ଫାଟି ଯାଇଥିଲା। ପାଖରେ କାମ କରୁଥିବା ୪ ଜଣ ଶ୍ରମିକ ପୋଡ଼ି ହୋଇଯାଇଥିଲେ। ଗୁରୁତରମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି […] The post ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ ଫାଟି ୪ ଶ୍ରମିକ ଗୁରୁତର appeared first on Dharitri Odia News.

ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ ଫାଟି ୪ ଶ୍ରମିକ ଗୁରୁତର

ବଲାଙ୍ଗୀର,୫ା୧୨(ସୁନୀଲ କୁମାର ମହାନ୍ତି): ଗ୍ୟାସ୍‌ ସିଲିଣ୍ଡର ଫାଟି ୪ ଶ୍ରମିକ ଗୁରୁତର ହୋଇଛନ୍ତି। ଟିଟିଲାଗଡ଼ ସହର ନିକଟସ୍ଥ ପିପଲ ପଦରଠାରେ ଥିବା ଶୁଭ ମଙ୍ଗଳମ ମ୍ୟାରେଜ ପ୍ୟାଲେସ୍‌ଠାରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ସେଠାରେ ବାହାର ରାଜ୍ୟ ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ୟୁପି ଅଞ୍ଚଳର ଶ୍ରମିକମାନେ ରୋଷେଇ କରୁଥିବା ସମୟରେ ହଠାତ୍‌ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ ଫାଟି ଯାଇଥିଲା। ପାଖରେ କାମ କରୁଥିବା ୪ ଜଣ ଶ୍ରମିକ ପୋଡ଼ି ହୋଇଯାଇଥିଲେ। ଗୁରୁତରମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରଯାଇଥିଲା। ଜଣେ ଅଧିକ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହେଲେ ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ ରାୟପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିବା ଜଣାପଡ଼ିଛି।

The post ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ ଫାଟି ୪ ଶ୍ରମିକ ଗୁରୁତର appeared first on Dharitri Odia News.