‘ମୋ ନାଁ ଅରବିନ୍ଦ କେଜ୍ରିୱାଲ୍, ମୁଁ ଆତଙ୍କବାଦୀ ନୁହେଁ’

ନୂଆଦିଲ୍ଳୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଳୀ ବାସିନ୍ଦାଙ୍କ ନିମନ୍ତେ ବାର୍ତ୍ତା ଦେଇଛନ୍ତି। ଆପ୍ ସାଂସଦ ସଂଜୟ ସିଂହଙ୍କ ମାଧ୍ୟମରେ କେଜ୍ରିୱାଲ ଦିଲ୍ଲୀ ବାସିନ୍ଦାଙ୍କ ନିମନ୍ତେ ବାର୍ତ୍ତା ରଖିଛନ୍ତି। କେଜ୍ରିୱାଲ୍ଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ କେଜ୍ରୱାଲ୍ଙ୍କ ବାର୍ତ୍ତା ହେଉଛି, ‘ତାଙ୍କ ନାମ ଅରବିନ୍ଦ କେଜ୍ରିୱାଲ୍ ଓ ସେ ଆତଙ୍କବାଦୀ ନୁହନ୍ତି’। କେଜ୍ରିୱାଲ୍ଙ୍କ ଏହି ବାର୍ତ୍ତାକୁ […]

‘ମୋ ନାଁ ଅରବିନ୍ଦ କେଜ୍ରିୱାଲ୍, ମୁଁ ଆତଙ୍କବାଦୀ ନୁହେଁ’

ନୂଆଦିଲ୍ଳୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଳୀ ବାସିନ୍ଦାଙ୍କ ନିମନ୍ତେ ବାର୍ତ୍ତା ଦେଇଛନ୍ତି। ଆପ୍ ସାଂସଦ ସଂଜୟ ସିଂହଙ୍କ ମାଧ୍ୟମରେ କେଜ୍ରିୱାଲ ଦିଲ୍ଲୀ ବାସିନ୍ଦାଙ୍କ ନିମନ୍ତେ ବାର୍ତ୍ତା ରଖିଛନ୍ତି। କେଜ୍ରିୱାଲ୍ଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ କେଜ୍ରୱାଲ୍ଙ୍କ ବାର୍ତ୍ତା ହେଉଛି, ‘ତାଙ୍କ ନାମ ଅରବିନ୍ଦ କେଜ୍ରିୱାଲ୍ ଓ ସେ ଆତଙ୍କବାଦୀ ନୁହନ୍ତି’। କେଜ୍ରିୱାଲ୍ଙ୍କ ଏହି ବାର୍ତ୍ତାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ରୋଚକ ଟିପ୍ପଣୀ ପ୍ରକାଶ ପାଇଛି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଆପ୍ ସାଂସଦ ସିଂହ କହିଛନ୍ତି ଯେ କେଜ୍ରିୱାଲ୍ଙ୍କୁ ଜଣେ ଆତଙ୍କବାଦୀ ଭଳି ଜେଲ୍ରେ ରଖାଯାଇଛି। ଜଣେ କୁଖ୍ୟାତ ଅପରାଧୀକୁ ବି ନିଜ ପତ୍ନୀ ଏବଂ ଓକିଲଙ୍କୁ ଭେଟିବାକୁ ଅନୁମତି ଦିଆଯାଉଛି, କିନ୍ତୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ଜେଲ୍ରେ କେଜ୍ରିୱାଲ୍ଙ୍କୁ ଭେଟିବା ବେଳେ କାଚ ପରଦା ଦିଆଯାଇଥିଲା। ଏଭଳି ବ୍ୟବହାରରେ କେଜ୍ରିୱାଲ୍ ବ୍ୟଥିତ ହୋଇ ଏଭଳି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ନାଁ ଅରବିନ୍ଦ କେଜ୍ରିୱାଲ୍ ଓ ସେ ଆତଙ୍କବାଦୀ ନୁହନ୍ତି।