ବରଗଡ଼ ଧନୁଯାତ୍ରା: ବଦଳିବେ ଶ୍ରୀକୃଷ୍ଣ-ବଳରାମ-ଶ୍ରୀରାଧା

ବରଗଡ଼,୧ା୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଜାନୁଆରୀ ୧୩ ପର୍ଯ୍ୟନ୍ତ ଏହା ଚାଲିବ। ତେବେ ଏଥର ଧନୁଯାତ୍ରାର କଂସ କଳାକାର ବଦଳିଛନ୍ତି। ରବିବାର ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ବରଗଡ଼ ବ୍ଲକ ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଅନୁରୂପଭାବେ ଏଥର ଏହି ମହୋତ୍ସବରେ […] The post ବରଗଡ଼ ଧନୁଯାତ୍ରା: ବଦଳିବେ ଶ୍ରୀକୃଷ୍ଣ-ବଳରାମ-ଶ୍ରୀରାଧା appeared first on Dharitri Odia News.

ବରଗଡ଼ ଧନୁଯାତ୍ରା: ବଦଳିବେ ଶ୍ରୀକୃଷ୍ଣ-ବଳରାମ-ଶ୍ରୀରାଧା

ବରଗଡ଼,୧ା୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଜାନୁଆରୀ ୧୩ ପର୍ଯ୍ୟନ୍ତ ଏହା ଚାଲିବ। ତେବେ ଏଥର ଧନୁଯାତ୍ରାର କଂସ କଳାକାର ବଦଳିଛନ୍ତି। ରବିବାର ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ବରଗଡ଼ ବ୍ଲକ ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଅନୁରୂପଭାବେ ଏଥର ଏହି ମହୋତ୍ସବରେ ଶ୍ରୀକୃଷ୍ଣ, ବଳରାମ ଏବଂ ଶ୍ରୀରାଧା ଭୂମିକାରେ ଅଭିନୟ କରି ଆସୁଥିବା ଶିଶୁ କଳାକାର ମଧ୍ୟ ବଦଳିବେ ବୋଲି ଜଣାପଡ଼ିଛି। ଏ ନେଇ ବିଧିବଦ୍ଧ ଭାବରେ ଘୋଷଣା ହୋଇ ନ ଥିଲେ ହେଁ ଆସନ୍ତା ୫ ତାରିଖ ଏଥିପାଇଁ ଚୟନ ପ୍ରକ୍ରିୟା ହେବ ବୋଲି ସୂଚନା ମିଳିଛି।
ପ୍ରକାଶ ଥାଉକି, ପୂର୍ବରୁ ସମ୍ରାଟ୍‌ ମହାପାତ୍ର ଶ୍ରୀକୃଷ୍ଣ, କିଶନ କୁମାର ବର୍ତ୍ତିଆ ବଳରାମ ଏବଂ ବୈଷ୍ଣବୀ ବର୍ତ୍ତିଆ ଶ୍ରୀରାଧା ଭୂମିକାରେ ଅଭିନୟ କରି ଆସୁଥିଲେ।

The post ବରଗଡ଼ ଧନୁଯାତ୍ରା: ବଦଳିବେ ଶ୍ରୀକୃଷ୍ଣ-ବଳରାମ-ଶ୍ରୀରାଧା appeared first on Dharitri Odia News.