ବସରୁ ସୁନା ହାର ଚୋରି: ଧରାପଡ଼ିଲେ ଅଭିଯୁକ୍ତ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଜଣେ ଲୁଟେରାଙ୍କୁ ରବିବାର ଗିରଫ କରିଛି। ସେ ହେଲେ ଗାମୁଣ୍ଡି ଗ୍ରାମର ଅବଳ କୁମାର ଜେନା। ପୋଲିସ ଗିରଫ ଅବଳଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ମୁତାବକ, ଗୁଣ୍ଡିରିବାଡ଼ିର ସୁଶାନ୍ତ ସେଠୀ ଗତ ୩ତାରିଖରେ କୌଣସି କାମରେ ଭଞ୍ଜନଗର ଆସିଥିଲେ। କାମ ସାରି ସେ ଏକ ଘରୋଇ ବସ୍‌ରେ ଗାଁକୁ ଫେରୁଥିଲେ। ସେତିକିବେଳେ ସେ ଧରିଥିବା ଏକ ସୁନା ହାର ବ୍ୟାଗଟି ଚୋରି ହୋଇଯାଇଥିଲା। ସୁଶାନ୍ତ […] The post ବସରୁ ସୁନା ହାର ଚୋରି: ଧରାପଡ଼ିଲେ ଅଭିଯୁକ୍ତ appeared first on Dharitri Odia News.

ବସରୁ ସୁନା ହାର ଚୋରି: ଧରାପଡ଼ିଲେ ଅଭିଯୁକ୍ତ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଜଣେ ଲୁଟେରାଙ୍କୁ ରବିବାର ଗିରଫ କରିଛି। ସେ ହେଲେ ଗାମୁଣ୍ଡି ଗ୍ରାମର ଅବଳ କୁମାର ଜେନା। ପୋଲିସ ଗିରଫ ଅବଳଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ, ଗୁଣ୍ଡିରିବାଡ଼ିର ସୁଶାନ୍ତ ସେଠୀ ଗତ ୩ତାରିଖରେ କୌଣସି କାମରେ ଭଞ୍ଜନଗର ଆସିଥିଲେ। କାମ ସାରି ସେ ଏକ ଘରୋଇ ବସ୍‌ରେ ଗାଁକୁ ଫେରୁଥିଲେ। ସେତିକିବେଳେ ସେ ଧରିଥିବା ଏକ ସୁନା ହାର ବ୍ୟାଗଟି ଚୋରି ହୋଇଯାଇଥିଲା। ସୁଶାନ୍ତ ମୁଜାଗଡଠାରେ ସୁନା ହାର ବ୍ୟାଗଟି ଚୋରି ହୋଇଥିବା ଜାଣି ପାଟି କରିଥିଲେ। ପରେ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ପରେ ଅଭିଯୁକ୍ତ ଅବଳଙ୍କୁ ରବିବାର ଗିରଫ କରିବାରେ ସକ୍ଷମ ହୋଇଥିଲା। ପୋଲିସ ତାଙ୍କଠାରୁ ଚୋରି ସୁନା ହାର ଜବତ କରିଛି।

The post ବସରୁ ସୁନା ହାର ଚୋରି: ଧରାପଡ଼ିଲେ ଅଭିଯୁକ୍ତ appeared first on Dharitri Odia News.