ହୋଇଗଲା ଫାଇନାଲ! ଏହି ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ନାଁରେ ଲାଗିଲା ମୋହର

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀରେ ଭାଜପାର ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇସାରିଛି। ସୂତ୍ର ଅନୁସାରେ, ପ୍ରବେଶ ବର୍ମା ଦିଲ୍ଲୀର ଦାୟିତ୍ୱ ନେବେ। ତାଙ୍କ ନାମ ଉପରେ ଭାଜପା ଏବଂ ଆରଏସଏସ ମଧ୍ୟରେ ସହମତି ରହିଛି। ନୂଆଦିଲ୍ଲୀ ଆସନରୁ ଏଏପିର ଜାତୀୟ ସଂଯୋଜକ ଏବଂ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ପରାସ୍ତ କରିଥିବା ପ୍ରବେଶ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଦୃଢ଼ ଦାବିଦାର ବୋଲି ବିବେଚନା କରାଯାଉଛି। ଯଦି ଆରଏସଏସର ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ସର୍ବସମ୍ମତି ହାସଲ […] The post ହୋଇଗଲା ଫାଇନାଲ! ଏହି ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ନାଁରେ ଲାଗିଲା ମୋହର appeared first on Dharitri Odia News.

ହୋଇଗଲା ଫାଇନାଲ! ଏହି ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ନାଁରେ ଲାଗିଲା ମୋହର

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀରେ ଭାଜପାର ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇସାରିଛି। ସୂତ୍ର ଅନୁସାରେ, ପ୍ରବେଶ ବର୍ମା ଦିଲ୍ଲୀର ଦାୟିତ୍ୱ ନେବେ। ତାଙ୍କ ନାମ ଉପରେ ଭାଜପା ଏବଂ ଆରଏସଏସ ମଧ୍ୟରେ ସହମତି ରହିଛି। ନୂଆଦିଲ୍ଲୀ ଆସନରୁ ଏଏପିର ଜାତୀୟ ସଂଯୋଜକ ଏବଂ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ପରାସ୍ତ କରିଥିବା ପ୍ରବେଶ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଦୃଢ଼ ଦାବିଦାର ବୋଲି ବିବେଚନା କରାଯାଉଛି।

ଯଦି ଆରଏସଏସର ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ସର୍ବସମ୍ମତି ହାସଲ ହେବା ପରେ, ଭାଜପା ନେତୃତ୍ୱ ପ୍ରବେଶ ବର୍ମାଙ୍କ ନାମକୁ ଚୂଡ଼ାନ୍ତ କରିବେ। ଅରବିନ୍ଦ କେଜ୍‌ରିୱାଲଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ପୁରସ୍କୃତ କରାଯିବ।

ଦିଲ୍ଲୀ ରାଜନୀତିରେ ପ୍ରବେଶ ବର୍ମାଙ୍କ ନାମ ଚର୍ଚ୍ଚା ହୋଇଛି। ସେ ଯମୁନା ପ୍ରସଙ୍ଗକୁ ପ୍ରମୁଖ ଭାବରେ ଉଠାଇଥିଲେ ଏବଂ ତାଙ୍କ ଅଞ୍ଚଳରେ କେଜ୍‌ରିୱାଲଙ୍କୁ ଚାରିପାଖରୁ ଘେରିଥିଲେ।

The post ହୋଇଗଲା ଫାଇନାଲ! ଏହି ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ନାଁରେ ଲାଗିଲା ମୋହର appeared first on Dharitri Odia News.