ବାରିପଦାରେ ଫାଇନାଲ କହିଦେଲେ ମୋଦି, କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ
ବାରିପଦା,୨୯।୫: ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୁଧବାର ବାରିପଦାରେ ପହଞ୍ଚିବା ସହ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ‘ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ। ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳୁଛି। ତୃତୀୟ ଥର ମଜବୁତ ମୋଦି ସରକାର ବନିବା ନିଶ୍ଚିତ ହୋଇଛି’। ମୋଦି ଆହୁରି କହିଛନ୍ତି, ‘ଜୁନ ୧୦ରେ ଭାଜପାର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶପଥ ନେବେ। ଆଜି ଓଡ଼ିଶା କହୁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ […] The post ବାରିପଦାରେ ଫାଇନାଲ କହିଦେଲେ ମୋଦି, କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ବାରିପଦା,୨୯।୫: ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୁଧବାର ବାରିପଦାରେ ପହଞ୍ଚିବା ସହ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ‘ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ। ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳୁଛି। ତୃତୀୟ ଥର ମଜବୁତ ମୋଦି ସରକାର ବନିବା ନିଶ୍ଚିତ ହୋଇଛି’।
ମୋଦି ଆହୁରି କହିଛନ୍ତି, ‘ଜୁନ ୧୦ରେ ଭାଜପାର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶପଥ ନେବେ। ଆଜି ଓଡ଼ିଶା କହୁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ। ଓଡ଼ିଶା କହୁଛି, ଦୁଇଥର ପଦ୍ମ, ଦୁଇ ଗୁଣ ବିକାଶ। ଓଡ଼ିଶା ଲୋକ ସବୁବେଳେ ମୋଦି ଗ୍ୟାରେଣ୍ଟି ଚାହାଁନ୍ତି। ମୟୂରଭଂଜ ମାଟି ନାରୀ ସଶକ୍ତୀକରଣର ପ୍ରମୁଖ ସ୍ଥଳ। ଆଜି ମୟୂରଭଂଜର ଝିଅ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ଯେପରି ଓଡ଼ିଆ ଝିଅ ଆମ ଦେଶର ରାଷ୍ଟ୍ରପତି ହେଲେ ସେହିପରି ଓଡ଼ିଆ ପୁଅ ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ।
The post ବାରିପଦାରେ ଫାଇନାଲ କହିଦେଲେ ମୋଦି, କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ appeared first on Dharitri Odia News.