ଆଇପିଏଲ ପୂର୍ବରୁ ଧୋନୀଙ୍କ ବଢିଲା ଅଡୁଆ, ଏହି ମାମଲାରେ ହାଇକୋର୍ଟ ପଠାଇଲେ ନୋଟିସ
ନୂଆଦିଲ୍ଲୀ,୧୩।୧୧: ବ୍ୟବସାୟିକ ଠକେଇ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଏମଏସ ଧୋନୀଙ୍କୁ ନୋଟିସ ପଠାଇଛନ୍ତି। ଭାରତୀୟ କ୍ରିକେଟରଙ୍କ ପୁରୁଣା ବ୍ୟବସାୟ ସହଯୋଗୀ ମିହିର ଦିୱାକର ଏବଂ ସୌମ୍ୟ ଦାସ ଏକାଠି ଧୋନୀଙ୍କ ବିରୋଧରେ କାଉଣ୍ଟର ମାମଲା ଦାୟର କରିଛନ୍ତି। ବାସ୍ତବରେ, ଏହି ବିଷୟ ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ’ ନାମକ ଏକ କମ୍ପାନୀ ସହିତ ଜଡିତ, ଯେଉଁଥିରେ ଦିୱାକର ଏବଂ ସୌମ୍ୟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟକରୁଥିଲେ। ଚଳିତ ବର୍ଷ ଜାନୁଆରୀରେ ଧୋନୀତାଙ୍କର ପୂର୍ବତନ ସହଯୋଗୀମାନଙ୍କଉପରେ ଅଭିଯୋଗ […] The post ଆଇପିଏଲ ପୂର୍ବରୁ ଧୋନୀଙ୍କ ବଢିଲା ଅଡୁଆ, ଏହି ମାମଲାରେ ହାଇକୋର୍ଟ ପଠାଇଲେ ନୋଟିସ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୧୧: ବ୍ୟବସାୟିକ ଠକେଇ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଏମଏସ ଧୋନୀଙ୍କୁ ନୋଟିସ ପଠାଇଛନ୍ତି। ଭାରତୀୟ କ୍ରିକେଟରଙ୍କ ପୁରୁଣା ବ୍ୟବସାୟ ସହଯୋଗୀ ମିହିର ଦିୱାକର ଏବଂ ସୌମ୍ୟ ଦାସ ଏକାଠି ଧୋନୀଙ୍କ ବିରୋଧରେ କାଉଣ୍ଟର ମାମଲା ଦାୟର କରିଛନ୍ତି। ବାସ୍ତବରେ, ଏହି ବିଷୟ ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ’ ନାମକ ଏକ କମ୍ପାନୀ ସହିତ ଜଡିତ, ଯେଉଁଥିରେ ଦିୱାକର ଏବଂ ସୌମ୍ୟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟକରୁଥିଲେ। ଚଳିତ ବର୍ଷ ଜାନୁଆରୀରେ ଧୋନୀତାଙ୍କର ପୂର୍ବତନ ସହଯୋଗୀମାନଙ୍କଉପରେ ଅଭିଯୋଗ ଆଣିଥିଲେ କି ସେମାନେ ଡାଇରେକ୍ଟର ପଦରେ ରହି ଠକେଇ କରିଥିଲେ।
ଧୋନୀଙ୍କ ସହ ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ କମ୍ପାନୀ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲା ଯେ ସେ ଏମଏସ ଧୋନୀ ନାମରେ ଭାରତ ତଥା ବିଦେଶରେ ମଧ୍ୟ କ୍ରିକେଟ ଏକାଡେମୀ ଆରମ୍ଭ କରିବେ। ଜାନୁଆରୀ ୫ରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାଞ୍ଚିରେ ତାଙ୍କର ଦୁଇ ପୂର୍ବତନ ବ୍ୟବସାୟିକ ଭାଗିଦାରୀଙ୍କ ବିରୋଧରେ ଠକେଇ ମାମଲା ଦାୟର କରିଥିବା ବେଳେ ଏହି ମାମଲା ସାମ୍ନାକୁ ଆସିଥିଲା। ଧୋନୀଙ୍କ କହିବାନୁସାରେ, ତାଙ୍କ ଚୁକ୍ତି ୨୦୨୧ରେ ସମାପ୍ତ ହୋଇଛି, ତଥାପି ମିହିର ଦିୱାକର ଏବଂ ସୌମ୍ୟ ଦାସ ତାଙ୍କ ନାମରେ କ୍ରିକେଟ ଏକାଡେମୀ ଖୋଲିବାରେ ଲାଗିଛନ୍ତି। ଏହି କାରଣରୁ ଧୋନୀ ୧୫ କୋଟି ଟଙ୍କା କ୍ଷତି ହେବାର ଦାବି କରିଥିଲେ।
ରାଞ୍ଚିର ଏକ ଘରୋଇ କୋର୍ଟରେ ସେମାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାର ଯାଞ୍ଚ ପାଇଁ ମିହିର ଦିୱାକର ଏବଂ ସୌମ୍ୟ ଦାସ ଝାଡଖଣ୍ଡ ହାଇକୋର୍ଟରେ ପହଞ୍ଚିଛନ୍ତି। ଏହି କାରଣର ଝାଡଖଣ୍ଡ ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଏମଏସ ଧୋନୀଙ୍କୁ ନୋଟିସ ପଠାଇଛନ୍ତି। ପରବର୍ତ୍ତୀ ଶୁଣାଣି ତାରିଖ ଉପରେ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ଆସିନାହିଁ।
The post ଆଇପିଏଲ ପୂର୍ବରୁ ଧୋନୀଙ୍କ ବଢିଲା ଅଡୁଆ, ଏହି ମାମଲାରେ ହାଇକୋର୍ଟ ପଠାଇଲେ ନୋଟିସ appeared first on Dharitri Odia News.