୭୫,୦୦୦ ବର୍ଷ ପୂର୍ବେ ହୋଇଥିଲା ମୃତ୍ୟୁ, ଖପୁରିକୁ ନେଇ ପୁଣି ଥରେ ଚେହେରା ତିଆରି କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ବ୍ରିଟେନର ପ୍ରତ୍ନତତ୍ତ୍ୱବିତଙ୍କ ଏକ ଟିମ୍ ୭୫ ହଜାର ବର୍ଷ ତଳର ଜଣେ ମହିଳାଙ୍କ ଚେହେରାକୁ ପୁଣି ଥରେ ତିଆରି କରିବାରେ ସଫଳ ହୋଇଛନ୍ତି । ଗୁରୁବାର ନିଏଣ୍ଡରଥଲ ଆଦିମ ପ୍ରଜାତିର ମହିଳାଙ୍କ ପୁଣି ଥରେ ତିଆରି କରାଯାଇଥିବା ଚେହେରାକୁ ଦୁନିଆ ସାମନାରେ ରଖାଯାଇଛି । ଆଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ମହିଳାଙ୍କ ଚେହେରା ତାଙ୍କ ଖପୁରି ଆଧାରରେ ତିଆରି କରାଯାଇଛି । ମହିଳାଙ୍କ ଖପୁରି ୨୦୧୮ରେ ଇରାକର କୁର୍ଦିସ୍ତାନ ଅଞ୍ଚଳର ଏକ ଗୁମ୍ପା ନିକଟରୁ ମିଳିଥିଲା । ଗବେଷକମାନେ ମହିଳାଙ୍କ ନାଁ ଶାନିଦାର ଜେଡ୍ ରଖିଛନ୍ତି । ପ୍ରାୟ ୪୦ ବର୍ଷ ବୟସରେ ମୃତ ଏହି ମହିଳାଙ୍କ ଖପୁରି ଏକ ବଡ଼ ପଥର ତଳୁ ମିଳିଥିଲା । ଅନୁମାନ କରାଯାଉଛି ଯେ ମହିଳାଙ୍କ କଙ୍କାଳର ତଳ ଭାଗକୁ ୧୯୬୦ରେ ହୋଇଥିବା ଖନନରେ ବାହାର କରାଯାଇ ଥାଇପାରେ । ଆମେରିକାର ପ୍ରତ୍ନତତ୍ତ୍ୱବିତ ରାଲଫା ସୋଲେକି ସେହି ବର୍ଷ ଖନନରେ ଅତି କମରେ ୧୦ ନିଏଣ୍ଡରଥଲ ଲୋକଙ୍କ ଅବଶେଷ ପାଇଥିଲେ । ନିଏଣ୍ଡରଥଲ ପ୍ରାୟ ୪୦ ହଜାର ବର୍ଷ ପୂର୍ବେ ରହସ୍ୟମୟ ଭାବେ ବିଲୁପ୍ତ ହୋଇଥିଲେ । ମଣିଷର ପୃଥିବୀକୁ ଆସିବାର କିଛି ହଜାର ବର୍ଷ ପରେ ଏପରି ହୋଇଥିଲା ।ଶାନିଦାର ଜେଡର ଖପୁରି ଚଳିତ ଶତାବ୍ଦୀର ସବୁଠୁ ସଠିକ୍ ରୂପେ ସଂରକ୍ଷିତ ନିଏଣ୍ଡରଥଲ ଆବିଷ୍କାର ବୋଲି କୁହାଯାଉଛି । ଅନୁମାନ କରାଯାଉଛି ଯେ ଏହାର ମୃତ୍ୟୁର ତୁରନ୍ତ ପରେ କୌଣସି ଚଟାଣରେ ମାଡ଼ ହୋଇଥିଲା, ଯେଉଁଥି ପାଇଁ ଖପୁରି ଚେପେଟା ହୋ

୭୫,୦୦୦ ବର୍ଷ ପୂର୍ବେ ହୋଇଥିଲା ମୃତ୍ୟୁ, ଖପୁରିକୁ ନେଇ ପୁଣି ଥରେ ଚେହେରା ତିଆରି କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ବ୍ରିଟେନର ପ୍ରତ୍ନତତ୍ତ୍ୱବିତଙ୍କ ଏକ ଟିମ୍ ୭୫ ହଜାର ବର୍ଷ ତଳର ଜଣେ ମହିଳାଙ୍କ ଚେହେରାକୁ ପୁଣି ଥରେ ତିଆରି କରିବାରେ ସଫଳ ହୋଇଛନ୍ତି । ଗୁରୁବାର ନିଏଣ୍ଡରଥଲ ଆଦିମ ପ୍ରଜାତିର ମହିଳାଙ୍କ ପୁଣି ଥରେ ତିଆରି କରାଯାଇଥିବା ଚେହେରାକୁ ଦୁନିଆ ସାମନାରେ ରଖାଯାଇଛି । ଆଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ମହିଳାଙ୍କ ଚେହେରା ତାଙ୍କ ଖପୁରି ଆଧାରରେ ତିଆରି କରାଯାଇଛି । 

ମହିଳାଙ୍କ ଖପୁରି ୨୦୧୮ରେ ଇରାକର କୁର୍ଦିସ୍ତାନ ଅଞ୍ଚଳର ଏକ ଗୁମ୍ପା ନିକଟରୁ ମିଳିଥିଲା । ଗବେଷକମାନେ ମହିଳାଙ୍କ ନାଁ ଶାନିଦାର ଜେଡ୍ ରଖିଛନ୍ତି । ପ୍ରାୟ ୪୦ ବର୍ଷ ବୟସରେ ମୃତ ଏହି ମହିଳାଙ୍କ ଖପୁରି ଏକ ବଡ଼ ପଥର ତଳୁ ମିଳିଥିଲା । ଅନୁମାନ କରାଯାଉଛି ଯେ ମହିଳାଙ୍କ କଙ୍କାଳର ତଳ ଭାଗକୁ ୧୯୬୦ରେ ହୋଇଥିବା ଖନନରେ ବାହାର କରାଯାଇ ଥାଇପାରେ । ଆମେରିକାର ପ୍ରତ୍ନତତ୍ତ୍ୱବିତ ରାଲଫା ସୋଲେକି ସେହି ବର୍ଷ ଖନନରେ ଅତି କମରେ ୧୦ ନିଏଣ୍ଡରଥଲ ଲୋକଙ୍କ ଅବଶେଷ ପାଇଥିଲେ । ନିଏଣ୍ଡରଥଲ ପ୍ରାୟ ୪୦ ହଜାର ବର୍ଷ ପୂର୍ବେ ରହସ୍ୟମୟ ଭାବେ ବିଲୁପ୍ତ ହୋଇଥିଲେ । ମଣିଷର ପୃଥିବୀକୁ ଆସିବାର କିଛି ହଜାର ବର୍ଷ ପରେ ଏପରି ହୋଇଥିଲା ।

ଶାନିଦାର ଜେଡର ଖପୁରି ଚଳିତ ଶତାବ୍ଦୀର ସବୁଠୁ ସଠିକ୍ ରୂପେ ସଂରକ୍ଷିତ ନିଏଣ୍ଡରଥଲ ଆବିଷ୍କାର ବୋଲି କୁହାଯାଉଛି । ଅନୁମାନ କରାଯାଉଛି ଯେ ଏହାର ମୃତ୍ୟୁର ତୁରନ୍ତ ପରେ କୌଣସି ଚଟାଣରେ ମାଡ଼ ହୋଇଥିଲା, ଯେଉଁଥି ପାଇଁ ଖପୁରି ଚେପେଟା ହୋଇଯାଇଛି । ନିଏଣ୍ଡରଥଲଙ୍କ ଖପୁରି ମଣିଷଙ୍କ ଖପୁରିଠାରୁ ଅଲଗା ଦେଖାଯାଏ ।

ଅତ୍ୟାଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ଶାନିଦାର ଜେଡର ଚେହେରା ତିଆରି କରାଯାଇଛି । ଚେହେରା ଦେଖି ଲାଗୁଛି ଯେ ମହିଳାଙ୍କ ଚେହେରା ପାଖାପାଖି ଆଜିର ମଣିଷଙ୍କ ପରି ଥିଲା । ବିଶେଷଜ୍ଞ କୁହନ୍ତି ଯେ ଆଜି ଜୀବିତ ପ୍ରାୟ ସମସ୍ତଙ୍କ ପାଖରେ ଏବେ ବି ନିଏଣ୍ଡରଥଲ ଡିଏନଏ ଅଛି ।