ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚମତ୍କାର: କ୍ୟାସନରରୁ ମୁକ୍ତି ଦେବ ବିଷାକ୍ତ କବକ !

ନୂଆଦିଲ୍ଲୀ: ମାନବ ସମାଜ ପାଇଁ ମଙ୍ଗଳ ସାଜିବ କ୍ଷେତରେ ଫସଲ ନଷ୍ଟ କରୁଥିବା ବିଷାକ୍ତ କବକ। କର୍କଟ ରୋଗରେ ପୀଡିତ ଲକ୍ଷ ଲକ୍ଷ ରୋଗୀଙ୍କ ପାଇଁ ଆଣିଛି ନୂଆ ଆଶା। ବିଷାକ୍ତ ଆସ୍ପରଗିଲସ୍ ଫ୍ଲାଭସ୍ ଫଙ୍ଗସ୍ ଏବେ କର୍କଟ ରୋଗର ଚିକିତ୍ସାରେ ପ୍ରଭାବଶାଳୀ ପ୍ରମାଣିତ ହେବ। ପୂର୍ବେ ଘାତକ ବୋଲି ବିବେଚନା କରାଯାଉଥିବା ଏହି କବକ ଏବେ ଜୀବନଦାତା ଭାବରେ ଉଭା ହୋଇଛି। ଆମେରିକୀୟ ବୈଜ୍ଞାନିକଙ୍କ ଏକ ଟିମ୍ ଏହି କବକରୁ ଏକ ବିଶେଷ ଉପାଦାନ ବାହାର କରି ଚିକିତ୍ସା ପ୍ରସ୍ତୁତ କରିଛନ୍ତି, ଯାହା କର୍କଟ ରୋଗ ବିରୋଧରେ ଏକ ବଡ଼ ସଫଳତା ପ୍ରମାଣିତ ହୋଇପାରେ।ଆସ୍ପରଗିଲସ୍ ଫ୍ଲାଭସ୍ ଏକ କବକ ଯାହା ଫସଲରେ ମିଳିଥାଏ। ଏହା 'ଆଫ୍ଲାଟକ୍ସିନ୍' ନାମକ ବିଷ ତିଆରି କରେ। ଏହି ବିଷ ମଣିଷର ଲିଭର୍ ଏବଂ ଅନ୍ୟାନ୍ୟ ଅଙ୍ଗକୁ ଗୁରୁତର କ୍ଷତି ପହଞ୍ଚାଇପାରେ। କିନ୍ତୁ ଏବେ ବୈଜ୍ଞାନିକମାନେ ଏହି କବକରୁ ଏକ ରସାୟନିକ ଉପାଦାନ ଆବିଷ୍କାର କରିଛନ୍ତି ଯାହା କର୍କଟ ରୋଗ କୋଷଗୁଡ଼ିକୁ ନଷ୍ଟ କରିବାର କ୍ଷମତା ରଖେ। ଏପରିକି ମଣିଷର ସୁସ୍ଥ କୋଷଗୁଡ଼ିକୁ କ୍ଷତି ପହଞ୍ଚାଇନଥାଏ।ବୈଜ୍ଞାନିକମାନେ ଏହି କବକରୁ ଏକ ରସାୟନିକ ଉପାଦାନକୁ ପୃଥକ କରିଛନ୍ତି, ଯାହା ଟ୍ୟୁମର କୋଷଗୁଡ଼ିକର ଡିଏନଏ ପରିବର୍ତ୍ତନ କରି ନଷ୍ଟ କରିଦିଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ରକ୍ରିୟା ଶରୀରର ସାଧାରଣ କୋଷଗୁଡ଼ିକୁ ପ୍ରଭାବିତ କରେ ନାହିଁ, ଯାହା ସାଇଡ୍ ଇଫେକ୍ଟର ସମ୍ଭାବନାକୁ ମଧ୍ୟ କମାଇଦିଏ।

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚମତ୍କାର: କ୍ୟାସନରରୁ ମୁକ୍ତି ଦେବ ବିଷାକ୍ତ କବକ !

ନୂଆଦିଲ୍ଲୀ: ମାନବ ସମାଜ ପାଇଁ ମଙ୍ଗଳ ସାଜିବ କ୍ଷେତରେ ଫସଲ ନଷ୍ଟ କରୁଥିବା ବିଷାକ୍ତ କବକ। କର୍କଟ ରୋଗରେ ପୀଡିତ ଲକ୍ଷ ଲକ୍ଷ ରୋଗୀଙ୍କ ପାଇଁ ଆଣିଛି ନୂଆ ଆଶା। ବିଷାକ୍ତ ଆସ୍ପରଗିଲସ୍ ଫ୍ଲାଭସ୍ ଫଙ୍ଗସ୍ ଏବେ କର୍କଟ ରୋଗର ଚିକିତ୍ସାରେ ପ୍ରଭାବଶାଳୀ ପ୍ରମାଣିତ ହେବ। ପୂର୍ବେ ଘାତକ ବୋଲି ବିବେଚନା କରାଯାଉଥିବା ଏହି କବକ ଏବେ ଜୀବନଦାତା ଭାବରେ ଉଭା ହୋଇଛି। ଆମେରିକୀୟ ବୈଜ୍ଞାନିକଙ୍କ ଏକ ଟିମ୍ ଏହି କବକରୁ ଏକ ବିଶେଷ ଉପାଦାନ ବାହାର କରି ଚିକିତ୍ସା ପ୍ରସ୍ତୁତ କରିଛନ୍ତି, ଯାହା କର୍କଟ ରୋଗ ବିରୋଧରେ ଏକ ବଡ଼ ସଫଳତା ପ୍ରମାଣିତ ହୋଇପାରେ।

ଆସ୍ପରଗିଲସ୍ ଫ୍ଲାଭସ୍ ଏକ କବକ ଯାହା ଫସଲରେ ମିଳିଥାଏ। ଏହା 'ଆଫ୍ଲାଟକ୍ସିନ୍' ନାମକ ବିଷ ତିଆରି କରେ। ଏହି ବିଷ ମଣିଷର ଲିଭର୍ ଏବଂ ଅନ୍ୟାନ୍ୟ ଅଙ୍ଗକୁ ଗୁରୁତର କ୍ଷତି ପହଞ୍ଚାଇପାରେ। କିନ୍ତୁ ଏବେ ବୈଜ୍ଞାନିକମାନେ ଏହି କବକରୁ ଏକ ରସାୟନିକ ଉପାଦାନ ଆବିଷ୍କାର କରିଛନ୍ତି ଯାହା କର୍କଟ ରୋଗ କୋଷଗୁଡ଼ିକୁ ନଷ୍ଟ କରିବାର କ୍ଷମତା ରଖେ। ଏପରିକି ମଣିଷର ସୁସ୍ଥ କୋଷଗୁଡ଼ିକୁ କ୍ଷତି ପହଞ୍ଚାଇନଥାଏ।

ବୈଜ୍ଞାନିକମାନେ ଏହି କବକରୁ ଏକ ରସାୟନିକ ଉପାଦାନକୁ ପୃଥକ କରିଛନ୍ତି, ଯାହା ଟ୍ୟୁମର କୋଷଗୁଡ଼ିକର ଡିଏନଏ ପରିବର୍ତ୍ତନ କରି ନଷ୍ଟ କରିଦିଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ରକ୍ରିୟା ଶରୀରର ସାଧାରଣ କୋଷଗୁଡ଼ିକୁ ପ୍ରଭାବିତ କରେ ନାହିଁ, ଯାହା ସାଇଡ୍ ଇଫେକ୍ଟର ସମ୍ଭାବନାକୁ ମଧ୍ୟ କମାଇଦିଏ। ଏହି ମେଡିସିନ ବର୍ତ୍ତମାନ ପ୍ରି-କ୍ଲିନିକାଲ୍ ପରୀକ୍ଷଣ ପର୍ଯ୍ୟାୟରେ ଅଛି, କିନ୍ତୁ ପ୍ରାରମ୍ଭିକ ଫଳାଫଳ ବହୁତ ଆଶାଜନକ।

ଏପର୍ଯ୍ୟନ୍ତ କେମୋଥେରାପି, ରେଡିଏସନ୍ ଏବଂ ସର୍ଜରୀ କର୍କଟ ଚିକିତ୍ସାର ମୁଖ୍ୟ ପଦ୍ଧତି ହୋଇଆସିଛି। କିନ୍ତୁ ଏସବୁ ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ। ଯଦି ଏହି ନୂଆ ମେଡିସିନ ସଫଳ ହୁଏ, ତେବେ ଏହା କର୍କଟ ଚିକିତ୍ସାକୁ କମ୍ ଯନ୍ତ୍ରଣାଦାୟକ ଏବଂ ଅଧିକ ପ୍ରଭାବଶାଳୀ କରିପାରିବ।

ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଔଷଧର କ୍ଲିନିକାଲ୍ ପରୀକ୍ଷଣ ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ ଆରମ୍ଭ ହୋଇପାରେ। ଏହି ମେଡିସିନ ମାନବ ଶରୀର ଉପରେ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହେବ। ଏହାକୁ ଲ୍ୟାବରେ କରାଯାଇଥିବା ଗବେଷଣାରେ ଦେଖାଯାଇଛି, ତେବେ ଏହା କର୍କଟ ରୋଗୀଙ୍କ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ହେବ।

ଏହି ଗବେଷଣା କେବଳ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନୁହେଁ, ବରଂ ଏହା ପ୍ରମାଣିତ କରେ ଯେ ପ୍ରକୃତିର ପ୍ରତ୍ୟେକ ଉପାଦାନର ଦୁଇଟି ପ୍ରଭାବ ରହିଛି। ଗୋଟିଏ ବିନାଶ ଏବଂ ଅନ୍ୟଟି ଜୀବନ। ଏହାକୁ ବୁଝିବା, ବିକଶିତ କରିବା ଏବଂ ସଠିକ୍ ଦିଗରେ ବ୍ୟବହାର କରିବା ଆବଶ୍ୟକ।