ରୁଷ୍‌ ଉପରେ ୟୁକ୍ରେନ୍ ସେନାର ଡ୍ରୋନ୍ ହମଲା; ୧୪୪ରୁ ୧୨୪କୁ ମାରି ଖସାଇଲେ ମସ୍କୋ ସେନା

ନୂଆଦିଲ୍ଲୀ: ରୁଷ୍‌ ଉପରେ ୟୁକ୍ରେନ ସେନାର ୧୪୪ ଅଧିକ ଡ୍ରୋନ୍‌ ଆକ୍ରମଣ । ଋଷ୍‌ର ଅନେକ ଆବାସିକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ରୁଷ୍‌ ରାଜଧାନୀ ମସ୍କୋ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଋଷ୍ ସେନା ୨୦ଟି ଡ୍ରୋନ୍‌କୁ ଖସାଇ ଦିଆଯାଇଛି । ତେବେ ୟୁକ୍ରେନ୍‌ର ଏହି ହମ୍‌ଲାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣକୁ ଦୃଷ୍ଟିରେ ରଖି ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିମାନବନ୍ଦରଗୁଡ଼ିକରେ ୫୦ରୁ ଅଧିକ ବିମାନର ଉଡ଼ାଣ ବନ୍ଦ କରାଯାଇଥିଲା । ରୁଷ୍‌ର ଅଧିକାରୀଙ୍କ ମୁତାବକ, ମସ୍କୋର ୩ଟି ବିମାନବନ୍ଦରକୁ ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା । ଏହାବ୍ୟତୀତ ଅନ୍ୟ ୮ଟି ପ୍ରଦେଶରେ ୧୨୪ ଡ୍ରୋନ୍‌କୁ ଜବାବୀ ହମ୍‌ଲା କରି ଖସାଇ ଦିଆଯାଇଥିଲା । ତେଣୁ କେହି ମୃତାହତ ହୋଇନାହାନ୍ତି । ସେପଟେ ରୁଷ୍‌ ୟୁକ୍ରେନ୍‌ ଉପରେ ୪୬ଟି ଡ୍ରୋନ୍‌ରୁ ଆକ୍ରମଣ କରିଥିଲା । କିନ୍ତୁ ୩୮ଟି ଡ୍ରୋନ୍‌କୁ ଖସାଇବାରେ ସମର୍ଥ ହୋଇଛି ୟୁକ୍ରେନ୍‌ । ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ ଯୋଗୁ ରୁଷ୍‌ର ଏକ ବହୁତଳ କୋଠା ଭାଙ୍ଗିଥିଲା । ଅନ୍ୟ ଏକ କୋଠାରେ ନିଆଁ ଲାଗିଯାଇଥିଲା । ଏହା ପୂର୍ବରୁ ୟୁକ୍ରେନ୍‌ ପକ୍ଷରୁ ଅଗଷ୍ଟ ୩୧ରେ ରୁଷ୍‌ ଉପରେ ୧୫୦ରୁ ଅଧିକ ଡ୍ରୋନ୍‌ରୁ ଆକ୍ରମଣ କରାଯାଇଥିଲା । ଅଢ଼େଇ ବର୍ଷରୁ ଅଧିକ ଦିନ ଧରି ଜାରି ରହିଥିବା ଯୁଦ୍ଧରେ ୟୁକ୍ରେନ୍‌ ପ୍ରଥମ ଥର ପାଇଁ ଏକାଥରେ ଏତେସଂଖ୍ୟକ ଡ୍ରୋନ୍‌ ବ୍ୟବହାର କରିଥିଲା । ହମ୍‌ଲାରେ

ରୁଷ୍‌ ଉପରେ ୟୁକ୍ରେନ୍ ସେନାର ଡ୍ରୋନ୍ ହମଲା; ୧୪୪ରୁ ୧୨୪କୁ ମାରି ଖସାଇଲେ ମସ୍କୋ ସେନା

ନୂଆଦିଲ୍ଲୀ: ରୁଷ୍‌ ଉପରେ ୟୁକ୍ରେନ ସେନାର ୧୪୪ ଅଧିକ ଡ୍ରୋନ୍‌ ଆକ୍ରମଣ । ଋଷ୍‌ର ଅନେକ ଆବାସିକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ରୁଷ୍‌ ରାଜଧାନୀ ମସ୍କୋ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଋଷ୍ ସେନା ୨୦ଟି ଡ୍ରୋନ୍‌କୁ ଖସାଇ ଦିଆଯାଇଛି । ତେବେ ୟୁକ୍ରେନ୍‌ର ଏହି ହମ୍‌ଲାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣକୁ ଦୃଷ୍ଟିରେ ରଖି ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିମାନବନ୍ଦରଗୁଡ଼ିକରେ ୫୦ରୁ ଅଧିକ ବିମାନର ଉଡ଼ାଣ ବନ୍ଦ କରାଯାଇଥିଲା । 

ରୁଷ୍‌ର ଅଧିକାରୀଙ୍କ ମୁତାବକ, ମସ୍କୋର ୩ଟି ବିମାନବନ୍ଦରକୁ ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା । ଏହାବ୍ୟତୀତ ଅନ୍ୟ ୮ଟି ପ୍ରଦେଶରେ ୧୨୪ ଡ୍ରୋନ୍‌କୁ ଜବାବୀ ହମ୍‌ଲା କରି ଖସାଇ ଦିଆଯାଇଥିଲା । ତେଣୁ କେହି ମୃତାହତ ହୋଇନାହାନ୍ତି । ସେପଟେ ରୁଷ୍‌ ୟୁକ୍ରେନ୍‌ ଉପରେ ୪୬ଟି ଡ୍ରୋନ୍‌ରୁ ଆକ୍ରମଣ କରିଥିଲା । କିନ୍ତୁ ୩୮ଟି ଡ୍ରୋନ୍‌କୁ ଖସାଇବାରେ ସମର୍ଥ ହୋଇଛି ୟୁକ୍ରେନ୍‌ । ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ ଯୋଗୁ ରୁଷ୍‌ର ଏକ ବହୁତଳ କୋଠା ଭାଙ୍ଗିଥିଲା । ଅନ୍ୟ ଏକ କୋଠାରେ ନିଆଁ ଲାଗିଯାଇଥିଲା । 

ଏହା ପୂର୍ବରୁ ୟୁକ୍ରେନ୍‌ ପକ୍ଷରୁ ଅଗଷ୍ଟ ୩୧ରେ ରୁଷ୍‌ ଉପରେ ୧୫୦ରୁ ଅଧିକ ଡ୍ରୋନ୍‌ରୁ ଆକ୍ରମଣ କରାଯାଇଥିଲା । ଅଢ଼େଇ ବର୍ଷରୁ ଅଧିକ ଦିନ ଧରି ଜାରି ରହିଥିବା ଯୁଦ୍ଧରେ ୟୁକ୍ରେନ୍‌ ପ୍ରଥମ ଥର ପାଇଁ ଏକାଥରେ ଏତେସଂଖ୍ୟକ ଡ୍ରୋନ୍‌ ବ୍ୟବହାର କରିଥିଲା । ହମ୍‌ଲାରେ ଏକ ତୈଳ ବିଶୋଧନାଗାରରେ ବିସ୍ଫୋରଣ ହୋଇଥିଲା । ରୁଷ୍‌ର ବରିଷ୍ଠ ଅଧିକାରୀଙ୍କ ମୁତାବକ, ୟୁକ୍ରେନ୍‌ ୧୫ଟି ପ୍ରଦେଶରେ ୧୫୮ ଡ୍ରୋନ୍‌ରୁ ହମଲା କରିଥିଲା । ରୁଷ୍‌ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପ୍ରାୟ ସମସ୍ତ ଡ୍ରୋନ୍‌କୁ ଖସାଇ ଦେଇଥିଲା ।