ଦୁର୍ଘଟଣାରେ ଚାଲିଗଲା ତ୍ରୀନାଥଙ୍କ ଜୀବନ,କ୍ଷତିପୂରଣ ଦାବିରେ ରାସ୍ତାରେ ବସିଛନ୍ତି ରଘୁନାଥପୁର ଗ୍ରାମବାସୀ
ଆନନ୍ଦପୁର,୧୮।୬.(ସୁଶାନ୍ତ କୁମାର ସାହୁ): ଅଜଣା ଗାଡି ଧକ୍କାରେ ରଘୁନାଥପୁର ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତେବେ ପରିବାରକୁ କ୍ଷତିପୂରଣ ଦାବିରେ ରଘୁନାଥପୁର ଗ୍ରାମବାସୀ ବୁଧବାର ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି। ବର୍ଷା ହେଉଥିଲେ ସୁଦ୍ଧା ଲୋକେ ସେମାନଙ୍କ ଜିଦ୍ରେ ଅଟଳ ରହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ରଘୁନାଥପୁର ଗାଁର ଯୁବକ ତ୍ରୀନାଥ ମାନସିଂ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କାଦେଇ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ତ୍ରୀନାଥଙ୍କୁ ନିକଟସ୍ଥ ହରିଚନ୍ଦନପୁର ଡାକ୍ତରଖାନାରେ […] The post ଦୁର୍ଘଟଣାରେ ଚାଲିଗଲା ତ୍ରୀନାଥଙ୍କ ଜୀବନ,କ୍ଷତିପୂରଣ ଦାବିରେ ରାସ୍ତାରେ ବସିଛନ୍ତି ରଘୁନାଥପୁର ଗ୍ରାମବାସୀ appeared first on Dharitri Odia News.
ଆନନ୍ଦପୁର,୧୮।୬.(ସୁଶାନ୍ତ କୁମାର ସାହୁ): ଅଜଣା ଗାଡି ଧକ୍କାରେ ରଘୁନାଥପୁର ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତେବେ ପରିବାରକୁ କ୍ଷତିପୂରଣ ଦାବିରେ ରଘୁନାଥପୁର ଗ୍ରାମବାସୀ ବୁଧବାର ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି। ବର୍ଷା ହେଉଥିଲେ ସୁଦ୍ଧା ଲୋକେ ସେମାନଙ୍କ ଜିଦ୍ରେ ଅଟଳ ରହିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ରଘୁନାଥପୁର ଗାଁର ଯୁବକ ତ୍ରୀନାଥ ମାନସିଂ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କାଦେଇ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ତ୍ରୀନାଥଙ୍କୁ ନିକଟସ୍ଥ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ରଘୁନାଥପୁର ଗାଁ ଦେଇ ଯାଇଥିବା ରାସ୍ତା ବେଆଇନ ଭାବେ ବାଲି ବୋଝେଇ ହାଇଓ୍ବା ଚଳାଚଳ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଏହି ରାସ୍ତାଦେଇ ଭାରିଯାନ ବନ୍ଦ କରିବା ସହ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଲୋକେ। ଘଷିପୁରା ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବାକୁ ପ୍ରୟାସ ଚଳାଇଛି।
The post ଦୁର୍ଘଟଣାରେ ଚାଲିଗଲା ତ୍ରୀନାଥଙ୍କ ଜୀବନ,କ୍ଷତିପୂରଣ ଦାବିରେ ରାସ୍ତାରେ ବସିଛନ୍ତି ରଘୁନାଥପୁର ଗ୍ରାମବାସୀ appeared first on Dharitri Odia News.