କମଲା ହାରିସ୍‌ ରାଷ୍ଟ୍ରପତି ପ୍ରାର୍ଥୀ ! ସମର୍ଥନ ଲାଗି ଡେମୋକ୍ରାଟିକ୍ ନେତାଙ୍କୁ ବାଇଡେନଙ୍କ ଆହ୍ବାନ

ଓ୍ବାଶିଂଟନ; ଆମେରିକା ରାଜନୀତିରେ ରୋଚକ ରବିବାର । ରାଷ୍ଟ୍ରପତି ଜୋ ବାଇଡେନ୍ ଏରା ଏଣ୍ଡ୍ । ନିର୍ବାଚନ ରେସରୁ ଓହରିଲେ ବାଇଡେନ୍ । କମଲା ହାରିସ୍ ଡେମୋକ୍ରାଟିକ୍ ପ୍ରାର୍ଥୀ ହେବା ଚର୍ଚ୍ଚା । ସମର୍ଥନ ପାଇଁ ଆହ୍ବାନ ଦେଲେ ଜୋ । ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ହେଲେ ରବିବାର ଆମେରିକା ରାଜନୀତିରେ ନାଟକୀୟ ମୋଡ଼ ଦେଖିବାକୁ ମିଳିଛି । ମତଦାନ ପୂର୍ବରୁ ହାତଟେକି ଦେଇଛନ୍ତି ପ୍ରେସିଡେଣ୍ଟ୍ ଜୋ ବାଇଡେନ୍ । ଆଗାମୀ ନିର୍ବାଚନ ସେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନଜରକୁ ଆସିବେ ନାହିଁ । ପରିବାର ଲୋକଙ୍କ ବୁଝାସୁଝା ପରେ ରାଷ୍ଟ୍ର ତଥା ଡେମୋକ୍ରାଟିକ୍ ପାର୍ଟିର ହିତ ପାଇଁ ୮୧ ବର୍ଷୀୟ ବାଇଡେନ ନିର୍ବାଚନରୁ ଓହରି ଯାଇଛନ୍ତି । ଏନେଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ଚିଠି ପୋଷ୍ଟ କରି ସେ ସୂଚନା ଦେଇଛନ୍ତି ।  ଡେମୋକ୍ରାଟିକ୍‌ ପାର୍ଟି ନୂଆ ରାଷ୍ଟ୍ରପତି ପ୍ରର୍ଥୀ କିଏ ? ହ୍ବାଇଟ୍ ହାଉସ୍ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ । ଉପ-ରାଷ୍ଟ୍ରପତି କମଲା ହାରିସ୍ ରାଷ୍ଟ୍ରପତି ପ୍ରାର୍ଥୀ ! ସମର୍ଥନ ପାଇଁ ରାଷ୍ଟ୍ରପତି  ଜୋ ବାଇଡେନ ଆହ୍ବାନ ଦେଇଛନ୍ତି । ନିର୍ବାଚନରେ କମଲାଙ୍କ ଲଢ଼େଇ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ହେବ । ଡେମୋକ୍ରାଟିକ୍ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ୭ରୁ ୮ଜଣ ନେତା ରହିଛନ୍ତି । ମାତ୍ର ଏମାନଙ୍କ ମଧ୍ୟରେ ଉପ-ରାଷ୍ଟ୍ରପତି କମଲା ହାରିସ୍ ସର୍ବାଗ୍ରେ ଅଛନ୍ତି । ଏହି ଭାରତୀୟ ବଂଶୋଦ୍ଭ

କମଲା ହାରିସ୍‌ ରାଷ୍ଟ୍ରପତି ପ୍ରାର୍ଥୀ ! ସମର୍ଥନ ଲାଗି ଡେମୋକ୍ରାଟିକ୍ ନେତାଙ୍କୁ ବାଇଡେନଙ୍କ ଆହ୍ବାନ

ଓ୍ବାଶିଂଟନ; ଆମେରିକା ରାଜନୀତିରେ ରୋଚକ ରବିବାର । ରାଷ୍ଟ୍ରପତି ଜୋ ବାଇଡେନ୍ ଏରା ଏଣ୍ଡ୍ । ନିର୍ବାଚନ ରେସରୁ ଓହରିଲେ ବାଇଡେନ୍ । କମଲା ହାରିସ୍ ଡେମୋକ୍ରାଟିକ୍ ପ୍ରାର୍ଥୀ ହେବା ଚର୍ଚ୍ଚା । ସମର୍ଥନ ପାଇଁ ଆହ୍ବାନ ଦେଲେ ଜୋ । ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ହେଲେ ରବିବାର ଆମେରିକା ରାଜନୀତିରେ ନାଟକୀୟ ମୋଡ଼ ଦେଖିବାକୁ ମିଳିଛି । ମତଦାନ ପୂର୍ବରୁ ହାତଟେକି ଦେଇଛନ୍ତି ପ୍ରେସିଡେଣ୍ଟ୍ ଜୋ ବାଇଡେନ୍ । ଆଗାମୀ ନିର୍ବାଚନ ସେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନଜରକୁ ଆସିବେ ନାହିଁ । ପରିବାର ଲୋକଙ୍କ ବୁଝାସୁଝା ପରେ ରାଷ୍ଟ୍ର ତଥା ଡେମୋକ୍ରାଟିକ୍ ପାର୍ଟିର ହିତ ପାଇଁ ୮୧ ବର୍ଷୀୟ ବାଇଡେନ ନିର୍ବାଚନରୁ ଓହରି ଯାଇଛନ୍ତି । ଏନେଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ଚିଠି ପୋଷ୍ଟ କରି ସେ ସୂଚନା ଦେଇଛନ୍ତି ।  

ଡେମୋକ୍ରାଟିକ୍‌ ପାର୍ଟି ନୂଆ ରାଷ୍ଟ୍ରପତି ପ୍ରର୍ଥୀ କିଏ ? ହ୍ବାଇଟ୍ ହାଉସ୍ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ । ଉପ-ରାଷ୍ଟ୍ରପତି କମଲା ହାରିସ୍ ରାଷ୍ଟ୍ରପତି ପ୍ରାର୍ଥୀ ! ସମର୍ଥନ ପାଇଁ ରାଷ୍ଟ୍ରପତି  ଜୋ ବାଇଡେନ ଆହ୍ବାନ ଦେଇଛନ୍ତି । ନିର୍ବାଚନରେ କମଲାଙ୍କ ଲଢ଼େଇ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ହେବ । ଡେମୋକ୍ରାଟିକ୍ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ୭ରୁ ୮ଜଣ ନେତା ରହିଛନ୍ତି । ମାତ୍ର ଏମାନଙ୍କ ମଧ୍ୟରେ ଉପ-ରାଷ୍ଟ୍ରପତି କମଲା ହାରିସ୍ ସର୍ବାଗ୍ରେ ଅଛନ୍ତି । ଏହି ଭାରତୀୟ ବଂଶୋଦ୍ଭବଙ୍କୁ ସମର୍ଥନ ପାଇଁ ଦଳୀୟ ନେତାଙ୍କୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ସେ କହିଛନ୍ତି, ଦେଶ ତଥା ଦଳର ସର୍ବୋତ୍କୃଷ୍ଟ ସ୍ୱାର୍ଥକୁ  ବାଇଡେନ ବିଶ୍ୱାସ କରନ୍ତି । ତାଙ୍କ କାର୍ଯ୍ୟକାଳ ଶେଷ ହେବା ଯାଏ ରାଷ୍ଟ୍ରପତି ଭାବେ କର୍ତ୍ତବ୍ୟ ପାଳନ କରିବେ । ଏପଟେ ଡେମୋକ୍ରାଟିକ୍‌ ପାର୍ଟିରୁ ନୂଆ ପ୍ରାର୍ଥୀ ବାଛିବା ଲାଗି ରଣନୀତି ଆରମ୍ଭ ହୋଇଛି । ରିପବ୍ଲିକାନ୍‌ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଟକ୍କର ଦେବାକୁ ପ୍ରାର୍ଥୀ ଚୟନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ନିର୍ବାଚନରୁ ଓହରିବା ପରେ ବାଇଡେନଙ୍କୁ ପରିହାସ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ପାଇଁ ବାଇଡେନ ଯୋଗ୍ୟ ନୁହଁନ୍ତି । ଆମେରିକା ଇତିହାସରେ ଜୋ ସବୁଠାରୁ ଖରାପ ରାଷ୍ଟ୍ରପତି । ଅନ୍ୟପଟେ କମଲା ହାରିସ୍ ହରାଇବା ସବୁଠୁ ସହଜ । ସେ ରାଷ୍ଟ୍ରପତି ପଦ ଲାଗି ସକ୍ଷମ ନୁହନ୍ତି । ଏହାଛଡ଼ା ତାଙ୍କ ନିର୍ବାଚନ ଜିତି ସରକାର ଗଠନ କଲେ ଆମେରିକାକୁ ପୁଣି ଥରେ ମହାନ କରିବେ ବୋଲି ଟ୍ରମ୍ପ କହିଛନ୍ତି ।  

ଜୁନ୍‌ ୨୭ରେ ଅନୁଷ୍ଠିତ ପ୍ରେସିଡେନ୍ସିଆଲ୍‌ ଡିବେଟ୍‌ରେ ଟ୍ରମ୍ପ୍‌ ଓ ବାଇଡେନ୍‌ ମୁହାଁମୁହିଁ ହୋଇଥିଲେ । ଦେଶର ହିତ ପାଇଁ ଦୁଇ ନେତାଙ୍କ ପାଖରେ କ’ଣ ଯୋଜନା ରହିଛି, ତାହା ବଖାଣି ଥିଲେ । ହେଲେ ଏହି ବିତର୍କରେ ବାଇଡେନ୍‌ଙ୍କ ଉପରେ ଟ୍ରମ୍ପ୍‌ ଭାରୀ ପଡ଼ିଥିଲେ । ତାଙ୍କର ଲୋକପ୍ରିୟତା କମିଥିବାରୁ ଏହାକୁ ନେଇ ଡେମୋକ୍ରାଟିକ୍‌ ପାର୍ଟିର ଚିନ୍ତା ବଢ଼ିଯାଇଥିଲା । ଶେଷରେ ବାଇଡେନ୍‌ ହ୍ୱାଇଟ୍‌ ହାଉସ୍‌ ଦୌଡ଼ରୁ ଓହରି ଯାଇଛନ୍ତି ।...