ଇସ୍ରୋ ଯିବେ ବିକାଶ ଛାତ୍ର ପ୍ରଜ୍ଞାନ କର
ବରଗଡ଼,୧୩।୧୨(ପ୍ରେମାନନ୍ଦ ଖମାରୀ): ସାରା ଓଡ଼ିଶାରୁ ୮୦ହଜାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପ୍ରଜ୍ଞାନ କର ଯୁବ ଜ୍ୟୋତିର୍ବିଜ୍ଞାନୀ ଭାବେ ଭାରତୀୟ ଗବେଷଣା ସଂସ୍ଥା ଇସ୍ରୋକୁ ଯିବା ପାଇଁ ମନୋନୀତ ହୋଇଛନ୍ତି । ପ୍ରକାଶଥାଉକି, ରାଜ୍ୟ ସରକାର ପ୍ଲାନେଟୋରିୟମ୍ ଓ ଟାଟା ଷ୍ଟିଲ୍ର ମିଳିତ ସହଯୋଗରେ ଆୟୋଜିତ ୟଙ୍ଗ୍ ଅଷ୍ଟୋନୋମର୍ ଟ୍ୟାଲେଣ୍ଟ ସର୍ଚ୍ଚ ୨୦୨୪ର ୧୮ତମ ସଂସ୍କରଣରେ ବରଗଡ଼ କ୍ରୀଷ୍ଣା ବିକାଶ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟର ପ୍ରଜ୍ଞାନ ସର୍ବଶ୍ରେଷ୍ଠ ୩୦ଜଣ […] The post ଇସ୍ରୋ ଯିବେ ବିକାଶ ଛାତ୍ର ପ୍ରଜ୍ଞାନ କର appeared first on Dharitri Odia News.
ବରଗଡ଼,୧୩।୧୨(ପ୍ରେମାନନ୍ଦ ଖମାରୀ): ସାରା ଓଡ଼ିଶାରୁ ୮୦ହଜାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପ୍ରଜ୍ଞାନ କର ଯୁବ ଜ୍ୟୋତିର୍ବିଜ୍ଞାନୀ ଭାବେ ଭାରତୀୟ ଗବେଷଣା ସଂସ୍ଥା ଇସ୍ରୋକୁ ଯିବା ପାଇଁ ମନୋନୀତ ହୋଇଛନ୍ତି । ପ୍ରକାଶଥାଉକି, ରାଜ୍ୟ ସରକାର ପ୍ଲାନେଟୋରିୟମ୍ ଓ ଟାଟା ଷ୍ଟିଲ୍ର ମିଳିତ ସହଯୋଗରେ ଆୟୋଜିତ ୟଙ୍ଗ୍ ଅଷ୍ଟୋନୋମର୍ ଟ୍ୟାଲେଣ୍ଟ ସର୍ଚ୍ଚ ୨୦୨୪ର ୧୮ତମ ସଂସ୍କରଣରେ ବରଗଡ଼ କ୍ରୀଷ୍ଣା ବିକାଶ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟର ପ୍ରଜ୍ଞାନ ସର୍ବଶ୍ରେଷ୍ଠ ୩୦ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ମନୋନୀତ ହୋଇଥିଲେ। ସେ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ପୁରସ୍କୃତ ହୋଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଯିବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ ଓ ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ପ୍ରଜ୍ଞାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
The post ଇସ୍ରୋ ଯିବେ ବିକାଶ ଛାତ୍ର ପ୍ରଜ୍ଞାନ କର appeared first on Dharitri Odia News.