ଟାଇଟଲ ବଜାୟ ରଖିଲେ ଅଲ୍‌କାରାଜ

ଇଣ୍ଡିଆନ ଓ୍ବେଲ୍ସ, ୧୯ା୩ (ଏପି): କାର୍ଲୋସ ଅଲ୍‌କାରାଜ ବିଏନ୍‌ପି ପାରିବାସ ଓପନ୍‌ ଟେନିସ ଟାଇଟଲ ବଜାୟ ରଖିଛନ୍ତି। ଫାଇନାଲରେ ସେ ଡାନିଲ ମେଡଭେଡେଭଙ୍କୁ ୭-୬ (୫), ୬-୧ରେ ହରାଇ ଦେଇଛନ୍ତି। ଏହି ଇଭେଣ୍ଟରେ ସେ କ୍ରମାଗତ ଦ୍ୱିତୀୟ ଥର ଫାଇନାଲରେ ମେଡଭେଡେଭଙ୍କୁ ଭେଟିଥିଲେ। ଗତବର୍ଷ ଓ୍ବିମ୍ବେଲଡନ ପରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଟାଇଟଲ। ଅନ୍ୟପକ୍ଷରେ ଇଗା ସ୍ବିଟେକ୍‌ ୬-୪, ୬-୦ରେ ମାରିଆ ସାକାରୀଙ୍କୁ ହରାଇ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ସ୍ବିଟେକ୍‌ ମ୍ୟାଚ ପିଛା ୩.୫ […] The post ଟାଇଟଲ ବଜାୟ ରଖିଲେ ଅଲ୍‌କାରାଜ appeared first on Dharitri Odia News.

ଟାଇଟଲ ବଜାୟ ରଖିଲେ ଅଲ୍‌କାରାଜ

ଇଣ୍ଡିଆନ ଓ୍ବେଲ୍ସ, ୧୯ା୩ (ଏପି): କାର୍ଲୋସ ଅଲ୍‌କାରାଜ ବିଏନ୍‌ପି ପାରିବାସ ଓପନ୍‌ ଟେନିସ ଟାଇଟଲ ବଜାୟ ରଖିଛନ୍ତି। ଫାଇନାଲରେ ସେ ଡାନିଲ ମେଡଭେଡେଭଙ୍କୁ ୭-୬ (୫), ୬-୧ରେ ହରାଇ ଦେଇଛନ୍ତି। ଏହି ଇଭେଣ୍ଟରେ ସେ କ୍ରମାଗତ ଦ୍ୱିତୀୟ ଥର ଫାଇନାଲରେ ମେଡଭେଡେଭଙ୍କୁ ଭେଟିଥିଲେ। ଗତବର୍ଷ ଓ୍ବିମ୍ବେଲଡନ ପରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଟାଇଟଲ। ଅନ୍ୟପକ୍ଷରେ ଇଗା ସ୍ବିଟେକ୍‌ ୬-୪, ୬-୦ରେ ମାରିଆ ସାକାରୀଙ୍କୁ ହରାଇ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ସ୍ବିଟେକ୍‌ ମ୍ୟାଚ ପିଛା ୩.୫ ଗେମ୍‌ ଆଭରେଜରେ ୧୨ ଦିନ ଧରି ଚାଲିଥିବା ଏହି ଟୁର୍ନାମେଣ୍ଟରେ ଖେଳିଥିବା ୬ଟି ମ୍ୟାଚରେ ୨୧ଟି ଗେମ୍‌ରେ ପରାସ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ଫେବୃଆରୀ ଶେଷରେ ଅନୁଷ୍ଠିତ ରିଓ ଓପନରେ ଅଲ୍‌କାରାଜଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଏଠାରେ ସେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ ଖେଳିପାରିବେ କି ନା ସେ ନେଇ ସନ୍ଦେହ ରହିଥିଲା। କିନ୍ତୁ ସେ ଏଠାରେ ଦ୍ୱିତୀୟ ଥର ଟାଇଟଲ ଜିତି ଫେରିଛନ୍ତି। ନୋଭାକ ଜୋକୋଭିଚ୍‌ଙ୍କ ପରେ ଇଣ୍ଡିଆନ ଓ୍ବେଲ୍ସରେ ଟାଇଟଲ ବଜାୟ ରଖିବାରେ ଅଲ୍‌କାରାଜ ହେଉଛନ୍ତି ପ୍ରଥମ ପୁରୁଷ ଖେଳାଳି। ଜୋକୋଭିଚ୍‌ ୨୦୧୪-ରୁ୧୬ କ୍ରମାଗତ ୩ଥର ଏଠାରେ ଟାଇଟଲ ଜିତିଥିଲେ। ଅଲ୍‌କାରାଜ ଗତବର୍ଷ ସର୍ଦ୍ଦର୍ନ କାଲିଫର୍ନିଆ ଡେଜର୍ଟରେ ମେଡଭେଡେଭଙ୍କୁ ୬-୩, ୬-୨ରେ ହରାଇ ଦେଇଥିଲେ। ଏଥର ଚାମ୍ପିୟନ ଭାବେ ଅଲକାରାଜ ଓ ସ୍ବିଟେକ୍‌ ପ୍ରତ୍ୟେକ ୧.୧ ନିୟୁତ ଡଲାର ପକେଟସ୍ଥ କରିଛନ୍ତି, ଯାହା କି ୨୦୨୩ରେ ମହିଳା ଓ ପୁରୁଷ ଚାମ୍ପିୟନ ପାଇଥିବା ପୁରସ୍କାର ରାଶି ୧.୨୬ ନିୟୁତ ଡଲାରଠାରୁ କମ୍‌। ଏଥର ଚାମ୍ପିୟନ ପୁରସ୍କାର ରାଶି ୧୩% ପ୍ରତିଶତ ହ୍ରାସ କରାଯାଇ ପୂର୍ବ ରାଉଣ୍ଡ ପାଇଁ ଉଦ୍ଦିଷ୍ଟ ପୁରସ୍କାର ରାଶିକୁ ବୃଦ୍ଧି କରାଯାଇଛି।

The post ଟାଇଟଲ ବଜାୟ ରଖିଲେ ଅଲ୍‌କାରାଜ appeared first on Dharitri Odia News.