୨୫ ଫୁଟ ଲମ୍ବ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର, ତା ପରେ…

କେନ୍ଦ୍ରାପଡ଼ା,୧୬।୭: ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ଉଠିଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ କୁମ୍ଭୀର ପ୍ରଜନନ ଋତୁ ଚାଲିଛି। ବଉଳା କୁମ୍ଭୀରମାନେ ଭିତରକନିକା ଅଞ୍ଚଳରେ ଚଳିତ ବର୍ଷ ୧୧୪ଟି ବସା କରିଛନ୍ତି। ବଉଳା କୁମ୍ଭୀର ଜନବସତି ମୁହାଁ ସମସ୍ତେ ଜାଣିଥିବେ। ସେମାନେ ପୁଣି ଅନେକଙ୍କୁ ଆକ୍ରମଣ କରିଥାନ୍ତେ। ଅନେକ ସମୟରେ ପୋଖରୀ, ନଦୀ […] The post ୨୫ ଫୁଟ ଲମ୍ବ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର, ତା ପରେ… appeared first on Dharitri Odia News.

୨୫ ଫୁଟ ଲମ୍ବ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର, ତା ପରେ…

କେନ୍ଦ୍ରାପଡ଼ା,୧୬।୭: ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ଉଠିଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ କୁମ୍ଭୀର ପ୍ରଜନନ ଋତୁ ଚାଲିଛି। ବଉଳା କୁମ୍ଭୀରମାନେ ଭିତରକନିକା ଅଞ୍ଚଳରେ ଚଳିତ ବର୍ଷ ୧୧୪ଟି ବସା କରିଛନ୍ତି। ବଉଳା କୁମ୍ଭୀର ଜନବସତି ମୁହାଁ ସମସ୍ତେ ଜାଣିଥିବେ। ସେମାନେ ପୁଣି ଅନେକଙ୍କୁ ଆକ୍ରମଣ କରିଥାନ୍ତେ। ଅନେକ ସମୟରେ ପୋଖରୀ, ନଦୀ ନାଳ ବା ରାସ୍ତା ଉପରେ ଦେଖିବାକୁ ମିଳିଥିଲା ।
ମାତ୍ର କୁମ୍ଭୀର ବିଦ୍ୟୁତ ଖୁଣ୍ଟ ଉପରକୁ ଚଢିବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ଏବେ ଭାଇରାଲ ହେଉଛି। ନଦୀରୁ ଉଠି ରାସ୍ତା ପାର ହୋଇ ୨୫ ଫୁଟ ଲମ୍ବ ବିଦ୍ୟୁତ ଖୁଣ୍ଟର ପୁରା ଉପରକୁ ଚଢିଯାଇଛି।

The post ୨୫ ଫୁଟ ଲମ୍ବ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର, ତା ପରେ… appeared first on Dharitri Odia News.