ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ସିଜଫାୟର କେବଳ ମେ ୧୮ ପର୍ଯ୍ୟନ୍ତ

ଇସ୍ଲାମାବାଦ ୧୫।୫:  ଭାରତ ଓ ପାକିସ୍ତାନ ମଧ୍ୟରେ ସିଜଫାୟାର କେବଳ ମେ ୧୮ ତାରିଖ ପର୍ଯ୍ୟନ୍ତ। ଏହା କହିଛନ୍ତି ପାକିସ୍ତାନ ବିଦେଶ ମନ୍ତ୍ରୀ ଇସାକ୍ ଡାର। ନ୍ୟାସନାଲ ଆସେମ୍ବ୍ଲିକୁ ସମ୍ବୋଧିତ କରିବା ଅବସରରେ ସେ ଗୁରୁବାର ଏହା କହିଥିବା ବେଳେ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏଫପି ଏହାକୁ ରିପୋର୍ଟ କରିଛି।  ପାକ୍ ବିଦେଶ ମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିବା ପରେ ଭାରତ-ପାକ ଯୁଦ୍ଧକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ପ୍ରଶ୍ନ ଉଠୁଛି ଭାରତ-ପାକ ମଧ୍ୟରେ ସୈନ୍ୟ ସଂଘର୍ଷ କ’ଣ ପୁଣି ଆରମ୍ଭ ହେବ?ପାକିସ୍ତାନ ବିଦେଶ ମନ୍ତ୍ରୀ ଗୁରୁବାର ସିଜଫାୟାର ନେଇ ଏହି ବୟାନ ଦେବା କଥା ଠିକ୍। ତେବେ ସେ ଏପରି କଥା କାହିଁକି କହିଛନ୍ତି ତା ପଛରେ ମଧ୍ୟ ଏକ ଚାଲ ରହିଛି। ଏହି ଚାଲ୍ ହେଉଛି  ଭାରତକୁ ଆଲୋଚନା ଟେବୁଲକୁ ଆଣି ପୁଣି ସିନ୍ଧୁ ଚୁକ୍ତିକୁ ସ୍ୱଭାବିକ କରିବା।  ଡାର ନ୍ୟାସନାଲ ଆସେମ୍ବ୍ଲିକୁ କହିଛନ୍ତି ଯେ ‘ମେ ୧୦ ତାରିଖ ଦିନ ଦୁଇ ଦେଶଙ୍କ ଡିଜିଏମଓ ସ୍ତରର ଆଲୋଚନାରେ ମେ ୧୨ ତାରିଖ ପର୍ଯ୍ୟନ୍ତ ସିଜଫାୟାର ପାଇଁ ସହମତି ହୋଇଥିଲା। ଏଥିରେ ୧୨ ମେରେ ଯେଉଁ କଥା ହେଲା ତାହା ସିଜଫାୟରକୁ ମେ ୧୪ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲା। ସେହିପରି ମେ ୧୪ରେ ଯେଉଁ କଥାବାର୍ତ୍ତା  ହୋଇଛି  ସେଥିରେ  ସିଜ ଫାୟାର ମେ ୧୮ ପର୍ଯ୍ୟନ୍ତ ବଢିଛି। Further to the understanding reached between the DGMOs of India and Paki

ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ସିଜଫାୟର କେବଳ ମେ ୧୮ ପର୍ଯ୍ୟନ୍ତ

ଇସ୍ଲାମାବାଦ ୧୫।୫:  ଭାରତ ଓ ପାକିସ୍ତାନ ମଧ୍ୟରେ ସିଜଫାୟାର କେବଳ ମେ ୧୮ ତାରିଖ ପର୍ଯ୍ୟନ୍ତ। ଏହା କହିଛନ୍ତି ପାକିସ୍ତାନ ବିଦେଶ ମନ୍ତ୍ରୀ ଇସାକ୍ ଡାର। ନ୍ୟାସନାଲ ଆସେମ୍ବ୍ଲିକୁ ସମ୍ବୋଧିତ କରିବା ଅବସରରେ ସେ ଗୁରୁବାର ଏହା କହିଥିବା ବେଳେ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏଫପି ଏହାକୁ ରିପୋର୍ଟ କରିଛି।  ପାକ୍ ବିଦେଶ ମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିବା ପରେ ଭାରତ-ପାକ ଯୁଦ୍ଧକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ପ୍ରଶ୍ନ ଉଠୁଛି ଭାରତ-ପାକ ମଧ୍ୟରେ ସୈନ୍ୟ ସଂଘର୍ଷ କ’ଣ ପୁଣି ଆରମ୍ଭ ହେବ?

ପାକିସ୍ତାନ ବିଦେଶ ମନ୍ତ୍ରୀ ଗୁରୁବାର ସିଜଫାୟାର ନେଇ ଏହି ବୟାନ ଦେବା କଥା ଠିକ୍। ତେବେ ସେ ଏପରି କଥା କାହିଁକି କହିଛନ୍ତି ତା ପଛରେ ମଧ୍ୟ ଏକ ଚାଲ ରହିଛି। ଏହି ଚାଲ୍ ହେଉଛି  ଭାରତକୁ ଆଲୋଚନା ଟେବୁଲକୁ ଆଣି ପୁଣି ସିନ୍ଧୁ ଚୁକ୍ତିକୁ ସ୍ୱଭାବିକ କରିବା।  ଡାର ନ୍ୟାସନାଲ ଆସେମ୍ବ୍ଲିକୁ କହିଛନ୍ତି ଯେ ‘ମେ ୧୦ ତାରିଖ ଦିନ ଦୁଇ ଦେଶଙ୍କ ଡିଜିଏମଓ ସ୍ତରର ଆଲୋଚନାରେ ମେ ୧୨ ତାରିଖ ପର୍ଯ୍ୟନ୍ତ ସିଜଫାୟାର ପାଇଁ ସହମତି ହୋଇଥିଲା। ଏଥିରେ ୧୨ ମେରେ ଯେଉଁ କଥା ହେଲା ତାହା ସିଜଫାୟରକୁ ମେ ୧୪ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲା। ସେହିପରି ମେ ୧୪ରେ ଯେଉଁ କଥାବାର୍ତ୍ତା  ହୋଇଛି  ସେଥିରେ  ସିଜ ଫାୟାର ମେ ୧୮ ପର୍ଯ୍ୟନ୍ତ ବଢିଛି। 


ଡାର କହିଛନ୍ତି ଯେ ସାମରିକ ସ୍ତରରେ ଯେଉଁ ସହମତି ହୋଇଛି ତାହା ସେତେବେଳେ ପୂର୍ଣ୍ଣ ସହମତିରେ ରୂପାନ୍ତରିତ ହେବ ଯେତେବେଳେ ରାଜନୈତିକ ସ୍ତରରେ ଦୁଇ ଦେଶଙ୍କ ମଧ୍ୟରେ ଆଲୋଚନା ହେବ’। ତେବେ ସିଜଫାୟାର ଘୋଷଣା ପରେ ଭାରତ ସ୍ପଷ୍ଟ କରି ଦେଇଥିଲା ଯେ ସିନ୍ଧୁ ଚୁକ୍ତି ସ୍ଥଗିତ ରହିବ। ଏଥିରେ ଯଦି ପାକିସ୍ତାନ ସହ କୌଣସି ଆଲୋଚନା ହୁଏ ତେବେ ଏହା ଆତଙ୍କବାଦ ଓ ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ନେଇ ହେବ। ପାକିସ୍ତାନ ସିନ୍ଧୁ ଚୁକ୍ତି ନିଲମ୍ବନକୁ ହଟାଇବାକୁ ଚାହୁଁଛି, ଏଥିଲାଗି ସେ ଭାରତକୁ ଆଲୋଚନା ଟେବୁଲକୁ ଆମନ୍ତ୍ରିତ କରିବାକୁ ଚାହୁଁଛି। 


ପାକିସ୍ତାନ ଚାହୁଁଛି ଯେ ଏହାକୁ ନେଇ ରାଜନୀତି ସ୍ତରରେ କଥା ହେଉ, ଯାହାଦ୍ୱାରା ସିନ୍ଧୁ ଜଳ ସନ୍ଧି ସ୍ଥଗିତ ନେଇ ସେ ଭାରତ ସହିତ ଆଲୋଚନା  ହୋଇପାରିବ। ତେବେ ଭାରତ ପ୍ରଥମରୁ ଏହାକୁ ନା କହି ସାରିଛି। ଭାରତ ପ୍ରଥମେ ଆତଙ୍କବାଦ ଉପରେ ପାକିସ୍ତାନ ପକ୍ଷରୁ ପୂରା ଗ୍ୟାରେଣ୍ଟି ଚାହୁଁଛି, ଯେପରି ସେ ଭବିଷ୍ୟତରେ ଆଉ ଏପରି ନ କରେ। ଏଣୁ ଭାରତ କହିଛି ଏବେ କେବଳ ଡିଜିଏମଓ ସ୍ତରୀୟ ଆଲୋଚନା ଜାରି ରହିବ। ଏଥି ଲାଗି ମଧ୍ୟ ଭାରତ ନିଜର ସର୍ତ୍ତ ରଖିଛି।