ଓଡ଼ିଶାର ୬ ନୂଆ ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ୮ଟି ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଦେଶର ପୂର୍ବ ରାଜ୍ୟଗୁଡିକର ବିକାଶକୁ ଦୃଷ୍ଟିରେ ରଖି ପ୍ରକଳ୍ପକୁ ମଞ୍ଜୁରି ମିଳିଥିବା ବେଳେ ଏଥିରେ ୨୪,୬୫୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। ତେବେ ଏହି ୮ ପ୍ରକଳ୍ପରୁ ୬ଟି ଓଡ଼ିଶା ପାଇଁ ରହିଛି। ପ୍ରକଳ୍ପ ଅନୁଯାୟୀ ଓଡ଼ିଶାରେ କରାଯିବ ୬ ନୂଆ ରେଳ ଲାଇନ୍‌। ତାହା ହେଉଛି ଗୁଣପୁର-ଥିରୁବାଲି ୭୩ କିମି ନୂଆ ରେଳ ଲାଇନ୍। ଏଥିପାଇଁ ୧,୩୨୬ କୋଟି ଟଙ୍କା ଖର୍ଚ୍ଚ ହେବ। ଜୁନାଗଡ଼-ନବରଙ୍ଗପୁର ୧୧୬ କିମି ବିଶିଷ୍ଟ ନୂଆ ରେଳ ଲାଇନ୍ ନିର୍ମାଣ ହେବ। ଏଥିପାଇଁ ୩,୨୭୪ କୋଟି ଟଙ୍କା । ସେହିଭଳି ୧୭୩ କିମି ଲମ୍ବ ମାଲକାନଗିରି-ପାଣ୍ଡୁରଙ୍ଗପୁରମ ନୂଆ ରେଳ ଲାଇନ୍ ପାଇଁ ଖର୍ଚ୍ଚ ହେବ ୪,୧୦୯ କୋଟି ଟଙ୍କା।ଆଉ ଏହି ପ୍ରକଳ୍ପ 'ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ ପାଇଁ ଏହା ବିକାଶର ମାଧ୍ୟମ ପାଲଟିବ। ଏହା ସହ 'ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସହ ଆଗକୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ମଧ୍ୟ ଯୋଡ଼ିବ।

ଓଡ଼ିଶାର ୬ ନୂଆ ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ୮ଟି ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଦେଶର ପୂର୍ବ ରାଜ୍ୟଗୁଡିକର ବିକାଶକୁ ଦୃଷ୍ଟିରେ ରଖି ପ୍ରକଳ୍ପକୁ ମଞ୍ଜୁରି ମିଳିଥିବା ବେଳେ ଏଥିରେ ୨୪,୬୫୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। 

ତେବେ ଏହି ୮ ପ୍ରକଳ୍ପରୁ ୬ଟି ଓଡ଼ିଶା ପାଇଁ ରହିଛି। ପ୍ରକଳ୍ପ ଅନୁଯାୟୀ ଓଡ଼ିଶାରେ କରାଯିବ ୬ ନୂଆ ରେଳ ଲାଇନ୍‌। ତାହା ହେଉଛି ଗୁଣପୁର-ଥିରୁବାଲି ୭୩ କିମି ନୂଆ ରେଳ ଲାଇନ୍। ଏଥିପାଇଁ ୧,୩୨୬ କୋଟି ଟଙ୍କା ଖର୍ଚ୍ଚ ହେବ। ଜୁନାଗଡ଼-ନବରଙ୍ଗପୁର ୧୧୬ କିମି ବିଶିଷ୍ଟ ନୂଆ ରେଳ ଲାଇନ୍ ନିର୍ମାଣ ହେବ। ଏଥିପାଇଁ ୩,୨୭୪ କୋଟି ଟଙ୍କା । ସେହିଭଳି ୧୭୩ କିମି ଲମ୍ବ ମାଲକାନଗିରି-ପାଣ୍ଡୁରଙ୍ଗପୁରମ ନୂଆ ରେଳ ଲାଇନ୍ ପାଇଁ ଖର୍ଚ୍ଚ ହେବ ୪,୧୦୯ କୋଟି ଟଙ୍କା।

ଆଉ ଏହି ପ୍ରକଳ୍ପ 'ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ ପାଇଁ ଏହା ବିକାଶର ମାଧ୍ୟମ ପାଲଟିବ। ଏହା ସହ 'ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସହ ଆଗକୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ମଧ୍ୟ ଯୋଡ଼ିବ।