ଟେମ୍ପୋ ଓଲଟି ୧୦ ଆହତ, ଶୋଭାଯାତ୍ରାରେ ଯୋଗଦେଇ ଗାଁକୁ ଫେରୁଥିଲେ 

ବଣେଇ : ଶୋଭାଯାତ୍ରାରେ ଯୋଗଦେଇ ନିଜ ନିଜ ଅଞ୍ଚଳକୁ ଗାଁକୁ ଫେରୁଥିବାବେଳେ ଅଟୋ ଓଲଟି ୧୦ ଜଣ ଲୋକ ଆହତ ହୋଇଛନ୍ତି  । ଦୁର୍ଘଟଣା ଘଟିଛି ବଣେଇ ଉପଖଣ୍ଡରେ । ଆଜି ଚତୁର୍ଥ ଦିନରେ ବଣେଇ ସିପିଆଇଏମ ବିଧାନସଭା ଆସନ ପାଇଁ ଲକ୍ଷ୍ମଣ ମୁଣ୍ଡା ନାମାଙ୍କର ପତ୍ର ଦାଖଲ କରିଛନ୍ତି । ତାଙ୍କ ସମର୍ଥନରେ ସିପିଆଇଏମ ଦଳର ହଜାର ହଜାର ଲୋକେ ବଣେଇ ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ଆସି ଶୋଭାଯାତ୍ରାରେ ଯୋଗଦେଇ ନିଜ ନିଜ ଅଞ୍ଚଳକୁ ଫେରୁଥିଲେ […] The post ଟେମ୍ପୋ ଓଲଟି ୧୦ ଆହତ, ଶୋଭାଯାତ୍ରାରେ ଯୋଗଦେଇ ଗାଁକୁ ଫେରୁଥିଲେ  appeared first on KNews Odisha.

ଟେମ୍ପୋ ଓଲଟି ୧୦ ଆହତ, ଶୋଭାଯାତ୍ରାରେ ଯୋଗଦେଇ ଗାଁକୁ ଫେରୁଥିଲେ 
bonai

ବଣେଇ : ଶୋଭାଯାତ୍ରାରେ ଯୋଗଦେଇ ନିଜ ନିଜ ଅଞ୍ଚଳକୁ ଗାଁକୁ ଫେରୁଥିବାବେଳେ ଅଟୋ ଓଲଟି ୧୦ ଜଣ ଲୋକ ଆହତ ହୋଇଛନ୍ତି  । ଦୁର୍ଘଟଣା ଘଟିଛି ବଣେଇ ଉପଖଣ୍ଡରେ । ଆଜି ଚତୁର୍ଥ ଦିନରେ ବଣେଇ ସିପିଆଇଏମ ବିଧାନସଭା ଆସନ ପାଇଁ ଲକ୍ଷ୍ମଣ ମୁଣ୍ଡା ନାମାଙ୍କର ପତ୍ର ଦାଖଲ କରିଛନ୍ତି । ତାଙ୍କ ସମର୍ଥନରେ ସିପିଆଇଏମ ଦଳର ହଜାର ହଜାର ଲୋକେ ବଣେଇ ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ଆସି ଶୋଭାଯାତ୍ରାରେ ଯୋଗଦେଇ ନିଜ ନିଜ ଅଞ୍ଚଳକୁ ଫେରୁଥିଲେ ।

ବିମଳା ଗଡ ଫକିରମୁଣ୍ଡା ଗ୍ରାମର ୧୦ ଜଣ ଲୋକ ଏକ ଟେମ୍ପୋରେ ଫେରୁଥିବା ବେଳେ ରାଜାମୁଣ୍ଡା ଗୁଢି ଆଳି ଠାରେ ଟେମ୍ପୋଟି ଦୁର୍ଘଟଣା ଘଟିଥିଲା ।  ଫଳରେ ୮ ରୁ ୯ ଜଣ ଲୋକ ଗୁରୁତର ହୋଇଛନ୍ତି । କାହାର ମୁଣ୍ଡ ଫାଟି ଥିବା ବେଳେ କାହାର ହାତ ଭାଙ୍ଗିଛି ତ ଆଉ କାହାର ଗୋଡ ଭାଙ୍ଗି ଯାଇ ଗୁରୁତର ହୋଇ ପଡିଥିବା ଜଣାପଡିଛି ।

ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଲହୁଣୀପଡ଼ା ଡାକ୍ତରଖାନାକୁ ଏକ ବୋଲେରୋ ଓ ଏକ ଅଟୋ ଯୋଗେ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଉ ଥିବାବେଳେ ଅଧିକ ଗୁରୁତର ଥିବା ପେସେଣ୍ଟକୁ ରାଉରକେଲା ଆର ଜିଏଚକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

The post ଟେମ୍ପୋ ଓଲଟି ୧୦ ଆହତ, ଶୋଭାଯାତ୍ରାରେ ଯୋଗଦେଇ ଗାଁକୁ ଫେରୁଥିଲେ  appeared first on KNews Odisha.