କ୍ଲବ୍, ହୋଟେଲରେ ଜମିବ ମେଲୋଡି
ବ୍ରହ୍ମପୁର,୩୧ା୧୨(ସ୍ମୃତି ରଞ୍ଜନ ମହାଲିକ): ୨୦୨୪କୁ ବିଦାୟ ଦେଇ ମଙ୍ଗଳବାର ରାତି ୧୨ଟାରେ ନୂତନ ବର୍ଷ ୨୦୨୫କୁ ସ୍ବାଗତ ଜଣାଇବା ପାଇଁ ଉତ୍କଣ୍ଠା ବଢ଼ିଛି। ବ୍ରହ୍ମପୁର ମହାନଗରବାସୀ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ବେିଭିନ୍ନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସହରରେ ଜିରୋ ନାଇଟ ପାଇଁ ବିଭିନ୍ନ ସଂଗଠନ, ହୋଟେଲ ଓ କ୍ଲବ ତତ୍ପର ହୋଇଛି। ସନ୍ଧ୍ୟା ୭ଟାରୁ ରାତ୍ରି ୧୨ଟା ଯାଏ ସେଲିବ୍ରେଶନ ପାଇଁ ଧାର୍ଯ୍ୟ କରାଯାଇଛି। ସହରରେ ରହିଥିବା ହୋଟେଲ ଓ କ୍ଲବଗୁଡିକ ପକ୍ଷରୁ ଜିରୋ […] The post କ୍ଲବ୍, ହୋଟେଲରେ ଜମିବ ମେଲୋଡି appeared first on Dharitri Odia News.
ବ୍ରହ୍ମପୁର,୩୧ା୧୨(ସ୍ମୃତି ରଞ୍ଜନ ମହାଲିକ): ୨୦୨୪କୁ ବିଦାୟ ଦେଇ ମଙ୍ଗଳବାର ରାତି ୧୨ଟାରେ ନୂତନ ବର୍ଷ ୨୦୨୫କୁ ସ୍ବାଗତ ଜଣାଇବା ପାଇଁ ଉତ୍କଣ୍ଠା ବଢ଼ିଛି। ବ୍ରହ୍ମପୁର ମହାନଗରବାସୀ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ବେିଭିନ୍ନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସହରରେ ଜିରୋ ନାଇଟ ପାଇଁ ବିଭିନ୍ନ ସଂଗଠନ, ହୋଟେଲ ଓ କ୍ଲବ ତତ୍ପର ହୋଇଛି। ସନ୍ଧ୍ୟା ୭ଟାରୁ ରାତ୍ରି ୧୨ଟା ଯାଏ ସେଲିବ୍ରେଶନ ପାଇଁ ଧାର୍ଯ୍ୟ କରାଯାଇଛି। ସହରରେ ରହିଥିବା ହୋଟେଲ ଓ କ୍ଲବଗୁଡିକ ପକ୍ଷରୁ ଜିରୋ ନାଇଟକୁ ଧୁମଧାମ ସହକାରେ ପାଳନ କରିବା ପାଇଁ ସହରବାସୀଙ୍କ ନିମନ୍ତେ ବିିଭିନ୍ନ ଅଫର ଓ ସୁସ୍ବାଦୁ ଖାଦ୍ୟର ଆୟୋଜନ କରାଯାଇଛି।
ୟୁନିୟନ କ୍ଲବ ପକ୍ଷରୁ ଜିରୋ ନାଇଟ ସେଲିବ୍ରେସନ ପାଳନ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସହରବାସୀଙ୍କ ମନୋରଞ୍ଜନ ନିମନ୍ତେ ୨୦୧୨ ଇଣ୍ଡିଆନ ଆଇଡଲର ଫାଇନାଲିଷ୍ଟ ସଂଗୀତଜ୍ଞ ସୁଖବିନ୍ଦର ସିଂ, ୨୦୧୭ ଫାଇନାଲିଷ୍ଟ ପାୟଲ ଆର ସି ଓ ଉପସ୍ଥାପିକା ସୟଦ ଜୈନାବ ୱରସି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ଯୁବ ପିଢିଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏପରିକି ବିଭିନ୍ନ ହୋଟେଲରେ ମଧ୍ୟ ବିଭିନ୍ନ ମୂଲ୍ୟର ଖାଦ୍ୟ ପ୍ୟାକେଜ ସହ ମେଲୋଡି ଓ ସଂଗୀତ ପରିବେଷଣର ବ୍ୟବସ୍ଥା କରାଯାଇଛି। କ୍ଳବ ଓ ହୋଟେଲ ଗୁଡିକର ନୂତନ ବର୍ଷ ପାଳନକୁ ନେଇ ଭିନ୍ନ ଭିନ୍ନ ମୂଲ୍ୟର ଟିକେଟ ବିକ୍ରି ହେଉଛି। ଯୁବ ପିଢି ଅଧିକ ମାତ୍ରାରେ ଅଧିକ ଟିକେଟ କିଣିଥିବା ଜଣାପଡିଛି। ହୋଟେଲ ଗୁଡିକରେ ବଫେଟ ମେନୁ ପ୍ରସ୍ତୁତ କରାଯାଇଛି। ମୂଲ୍ୟ ଅଧିକ ରହିଥିବା ସତ୍ତ୍ୱେ କୁପନ ଅଧିକା ମାତ୍ରାରେ ବିକ୍ରି ହେଉଥିବା ହୋଟେଲ ମାଲିକମାନେ କହିଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
The post କ୍ଲବ୍, ହୋଟେଲରେ ଜମିବ ମେଲୋଡି appeared first on Dharitri Odia News.