ଅଙ୍କିତାଙ୍କ ଘରକୁ ଆସିଲେ ନୂଆ ଅତିଥି
ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ବାମୀ ବିକି ଜୈନଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଏହି ଦମ୍ପତି ଜଣେ ରାଜକୁମାରୀଙ୍କୁ ସ୍ବାଗତ କରିଛନ୍ତି। ସେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି। ଏହି ଭିଡିଓରେ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନ ଏକ ସୁନ୍ଦର ବିଲେଇଙ୍କୁ ନିଜ ଘରେ ସ୍ବାଗତ କରୁଥିବା ଦେଖିବାକୁ ମିଳିଛି। ଏହି କପରେ ଦମ୍ପତି ବିଲେଇ ସହ ଖେଳିବା, ଏହାକୁ ଆଲିଙ୍ଗନ କରିବା ଏବଂ ଏହାର […] The post ଅଙ୍କିତାଙ୍କ ଘରକୁ ଆସିଲେ ନୂଆ ଅତିଥି appeared first on Dharitri Odia News.
ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ବାମୀ ବିକି ଜୈନଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଏହି ଦମ୍ପତି ଜଣେ ରାଜକୁମାରୀଙ୍କୁ ସ୍ବାଗତ କରିଛନ୍ତି। ସେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି।
ଏହି ଭିଡିଓରେ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନ ଏକ ସୁନ୍ଦର ବିଲେଇଙ୍କୁ ନିଜ ଘରେ ସ୍ବାଗତ କରୁଥିବା ଦେଖିବାକୁ ମିଳିଛି। ଏହି କପରେ ଦମ୍ପତି ବିଲେଇ ସହ ଖେଳିବା, ଏହାକୁ ଆଲିଙ୍ଗନ କରିବା ଏବଂ ଏହାର ଯତ୍ନ ନେଉଥିବାର ନଜର ଆସିଛନ୍ତି। ଅଙ୍କିତା ଭିଡିଓ ଶେୟାର କରି ଲେଖିଛନ୍ତି, ‘ଆମ ପରିବାରକୁ ତୁମକୁ ସ୍ବାଗତ, ଆମର ଛୋଟ ରାଜକୁମାରୀ ମ୍ୟୁ ଲୋଖଣ୍ଡେ ଜୈନ। ତୁମେ ଆମ ପରିବାରର ନୂତନ ସଦସ୍ୟ, ମା ଏବଂ ବାପା ତୁମକୁ ବହୁତ ଭଲ ପାଆନ୍ତି। ତୁମେ ଆମ ଜୀବନରେ ବହୁତ ସାରା ଭଲପାଇବା ଏବଂ ଖୁସି ଆଣିଥାଅ। ତୁମେ ଆମପାଇଁ ସୁଖ ଆଣିଛ।
ଅଙ୍କିତା ଆହୁରି ଲେଖିଛନ୍ତି, ତୁମର ଆଗମନ ପରଠାରୁ ଆମ ଜୀବନ ହସ ଏବଂ ପ୍ରେମରେ ପରିପୂର୍ଣ୍ଣ ହୋଇଛି।
ସୂଚନାଯୋଗ୍ୟ, ଅଙ୍କିତା ଲୋଖଣ୍ଡେ ବ୍ୟବସାୟୀ ବିକି ଜୈନଙ୍କୁ ୧୪ଡିସେମ୍ବର ୨୦୨୧ରେ ମୁମ୍ବାଇରେ ବିବାହ କରିଥିଲେ। ନିକଟରେ ଅଙ୍କିତା ଲୋଖଣ୍ଡେ ରିଅଲିଟି ଶୋ ‘ବିଗ ବସ ୧୭’ରେ ନଜର ଆସିଥିଲେ। ଏହା ବ୍ୟତୀତ ସେ ବର୍ତ୍ତମାନ ‘ଲାପ୍ଟର ଶେଫସ୍-ଅନଲିମିଟେଡ ଏଣ୍ଟରଟେନମେଣ୍ଟ’ରେ ନଜର ଆସିଛନ୍ତି।
The post ଅଙ୍କିତାଙ୍କ ଘରକୁ ଆସିଲେ ନୂଆ ଅତିଥି appeared first on Dharitri Odia News.