କେଜରିଓ୍ବାଲଙ୍କ ସ୍ତ୍ରୀଙ୍କ ସମେତ ମାତାପିତାଙ୍କୁ ହେବ ପଚରାଉଚରା

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀ ପୋଲିସ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସ୍ବାତି ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ ଓ ନିର୍ଯ୍ୟାତନା ମାମଲାର ତଦନ୍ତରେ ବ୍ୟସ୍ତ ଅଛି। ସଦ୍ୟତମ ମାମଲାରେ ଦିଲ୍ଲୀ ପୋଲିସ ଟିମ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସ୍ତ୍ରୀ ସୁନୀତା ଏବଂ ତାଙ୍କ ମାତାପିତାଙ୍କୁ ପଚରାଉଚରା କରିବେ ବୋଲି ଜଣାପଡିଛି। ଏହି ପ୍ରସଙ୍ଗରେ ଆମ ଆଦମୀ ପାର୍ଟିର ନେତାମାନେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଘରେ […] The post କେଜରିଓ୍ବାଲଙ୍କ ସ୍ତ୍ରୀଙ୍କ ସମେତ ମାତାପିତାଙ୍କୁ ହେବ ପଚରାଉଚରା appeared first on Dharitri Odia News.

କେଜରିଓ୍ବାଲଙ୍କ ସ୍ତ୍ରୀଙ୍କ ସମେତ ମାତାପିତାଙ୍କୁ ହେବ ପଚରାଉଚରା

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀ ପୋଲିସ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସ୍ବାତି ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ ଓ ନିର୍ଯ୍ୟାତନା ମାମଲାର ତଦନ୍ତରେ ବ୍ୟସ୍ତ ଅଛି।
ସଦ୍ୟତମ ମାମଲାରେ ଦିଲ୍ଲୀ ପୋଲିସ ଟିମ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସ୍ତ୍ରୀ ସୁନୀତା ଏବଂ ତାଙ୍କ ମାତାପିତାଙ୍କୁ ପଚରାଉଚରା କରିବେ ବୋଲି ଜଣାପଡିଛି।

ଏହି ପ୍ରସଙ୍ଗରେ ଆମ ଆଦମୀ ପାର୍ଟିର ନେତାମାନେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଘରେ ପହଞ୍ଚିବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ସ୍ବତି ମାଲିୱାଲ ଅରବିନ୍ଦ କେଜରିୱାଲଙ୍କ ପିଏ ବିଭବ କୁମାରଙ୍କ ଉପରେ ଆକ୍ରମଣ ଏବଂ ନିର୍ଯ୍ୟାତନା ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ପତ୍ନୀ ସୁନୀତା ଏବଂ ତାଙ୍କ ମାତାପିତାଙ୍କୁ ପଚରାଉଚରା ବେଳେ ସତ୍ୟ ପଦାକୁ ଆସିବ ବୋଲି ପୋଲିସ ଆଶା କରିଛି।

The post କେଜରିଓ୍ବାଲଙ୍କ ସ୍ତ୍ରୀଙ୍କ ସମେତ ମାତାପିତାଙ୍କୁ ହେବ ପଚରାଉଚରା appeared first on Dharitri Odia News.