ତୃତୀୟ କାର୍ଯ୍ୟକାଳ ପ୍ରଥମ ଫାଇଲ୍‌ ଦସ୍ତଖତ କରିବା ପରେ ଏମିତି କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ କିଷାନ ନିଧିର ୧୭ତମ କିସ୍ତି ରିଲିଜ୍‌ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରଥମ ଫାଇଲରେ ଦସ୍ତଖତ କରିଛନ୍ତି। ନରେନ୍ଦ୍ର ମୋଦି ଏହାକୁ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି କହିଛନ୍ତି, ଆମ କୃଷକ ଭାଇ ଓ ଭଉଣୀଙ୍କ ଜୀବନକୁ ସହଜ କରିବାକୁ ଆମ ସରକାର ପ୍ରତିବଦ୍ଧ। ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଯେ କ୍ରମାଗତ ତୃତୀୟ ଥର ପାଇଁ […] The post ତୃତୀୟ କାର୍ଯ୍ୟକାଳ ପ୍ରଥମ ଫାଇଲ୍‌ ଦସ୍ତଖତ କରିବା ପରେ ଏମିତି କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

ତୃତୀୟ କାର୍ଯ୍ୟକାଳ ପ୍ରଥମ ଫାଇଲ୍‌ ଦସ୍ତଖତ କରିବା ପରେ ଏମିତି କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ କିଷାନ ନିଧିର ୧୭ତମ କିସ୍ତି ରିଲିଜ୍‌ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରଥମ ଫାଇଲରେ ଦସ୍ତଖତ କରିଛନ୍ତି। ନରେନ୍ଦ୍ର ମୋଦି ଏହାକୁ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି କହିଛନ୍ତି, ଆମ କୃଷକ ଭାଇ ଓ ଭଉଣୀଙ୍କ ଜୀବନକୁ ସହଜ କରିବାକୁ ଆମ ସରକାର ପ୍ରତିବଦ୍ଧ। ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଯେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ମୁଁ ତାଙ୍କ ପାଇଁ ପ୍ରଥମ କାମ କରିବାର ସୁଯୋଗ ପାଇଛି। ଏହା ଅଧୀନରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି ସହ ଜଡିତ ଫାଇଲରେ ଦସ୍ତଖତ କରାଯାଇଥିଲା, ଯାହା ଦେଶର ୯ କୋଟିରୁ ଅଧିକ ଚାଷୀଙ୍କୁ ଉପକୃତ କରିବ। ଆଗାମୀ ସମୟରେ ଆମେ କୃଷକଙ୍କ କଲ୍ୟାଣ ଏବଂ କୃଷି କ୍ଷେତ୍ରର ଉନ୍ନତି ପାଇଁ କାର୍ଯ୍ୟ ଜାରି ରଖିବା।
ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦି ସୋମବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସହ ଜଡିତ ଫାଇଲରେ ଦସ୍ତଖତ କରିଛନ୍ତି। ଏହା ସହିତ ଦେଶର ପ୍ରାୟ ୯.୩ କୋଟି ଚାଷୀଙ୍କ ଆକାଉଣ୍ଟକୁ ପ୍ରାୟ ୨୦ ହଜାର କୋଟି ଟଙ୍କା ସିଧାସଳଖ ହସ୍ତାନ୍ତର କରାଯିବ।

The post ତୃତୀୟ କାର୍ଯ୍ୟକାଳ ପ୍ରଥମ ଫାଇଲ୍‌ ଦସ୍ତଖତ କରିବା ପରେ ଏମିତି କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.