ପର୍ଥରେ ହଠାତ୍‌ ଏ କ’ଣ ହେଲା? ଦୌଡ଼ି ଦୌଡ଼ି ନେଟ୍ସରୁ ପଳାଇଲେ କୋହଲି, ରୋକିବାକୁ ପଡ଼ିଲା…

ପର୍ଥ,୧୯।୧୧: ଦିନ କେଇଟା ପରେ ବର୍ଡର-ଗାଭାସ୍କର ଟ୍ରଫି। ନଭେମ୍ବର ୨୨ରୁ ଜାନୁଆରୀ ୭ ଯାଏ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହାର ପ୍ରଥମ ମୁକାବିଲା ଲାଗି ଟିମ୍‌ ଇଣ୍ଡିଆର ଖେଳାଳିମାନେ ଅପ୍ଟସ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି। ହେଲେ ଏହି ସମୟରେ ଏଭଳି କିଛି ଘଟିଥିଲା ଯାହାକୁ ନେଇ ଖେଳାଳିମାନେ ମଇଦାନରୁ ବାହାରି ଆସିଥିଲେ। ରିପୋର୍ଟ ମୁତାବକ, ପ୍ରଥମ ଅଭ୍ୟାସ ସେଶନରେ ଦେବଦତ୍ତ ପାଡିକଲ ପ୍ରଥମ ଖେଳାଳି ଭାବେ ମଇଦାନରେ ପହଞ୍ଚିଥିଲେ। ପରେ […] The post ପର୍ଥରେ ହଠାତ୍‌ ଏ କ’ଣ ହେଲା? ଦୌଡ଼ି ଦୌଡ଼ି ନେଟ୍ସରୁ ପଳାଇଲେ କୋହଲି, ରୋକିବାକୁ ପଡ଼ିଲା… appeared first on Dharitri Odia News.

ପର୍ଥରେ ହଠାତ୍‌ ଏ କ’ଣ ହେଲା? ଦୌଡ଼ି ଦୌଡ଼ି ନେଟ୍ସରୁ ପଳାଇଲେ କୋହଲି, ରୋକିବାକୁ ପଡ଼ିଲା…

ପର୍ଥ,୧୯।୧୧: ଦିନ କେଇଟା ପରେ ବର୍ଡର-ଗାଭାସ୍କର ଟ୍ରଫି। ନଭେମ୍ବର ୨୨ରୁ ଜାନୁଆରୀ ୭ ଯାଏ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହାର ପ୍ରଥମ ମୁକାବିଲା ଲାଗି ଟିମ୍‌ ଇଣ୍ଡିଆର ଖେଳାଳିମାନେ ଅପ୍ଟସ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି। ହେଲେ ଏହି ସମୟରେ ଏଭଳି କିଛି ଘଟିଥିଲା ଯାହାକୁ ନେଇ ଖେଳାଳିମାନେ ମଇଦାନରୁ ବାହାରି ଆସିଥିଲେ।

ରିପୋର୍ଟ ମୁତାବକ, ପ୍ରଥମ ଅଭ୍ୟାସ ସେଶନରେ ଦେବଦତ୍ତ ପାଡିକଲ ପ୍ରଥମ ଖେଳାଳି ଭାବେ ମଇଦାନରେ ପହଞ୍ଚିଥିଲେ। ପରେ ସମସ୍ତ ଖେଳାଳି ପହଞ୍ଚି ଅଭ୍ୟାସ କରିଥିଲେ। ହେଲେ ହଠାତ ସେଠାରେ ବର୍ଷା ହେବା ସତ୍ତ୍ୱେ କୋହଲି ଖେଳିବା ଜାରି ରଖିଥିଲେ। ହେଲେ ପରେ ସେ ବାକି ଖେଳାଳିଙ୍କ ସହ ମଇଦାନରୁ ବାହାରିଯିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ସେ ବାକି ସଦସ୍ୟଙ୍କ ସହ ଦୌଡ଼ୁଥିବା ନଜର ଆସିଥିଲେ।

ବର୍ଷା ପୂର୍ବରୁ ବିରାଟ ନିଜର କଟ୍‌, ପୁଲ୍‌ ଏବଂ ବ୍ୟାକ୍‌ଫୁଟରେ ଖେଳିବା ଉପରେ ଧ୍ୟାନ ଦେଇଥିଲେ। ଏହାଛଡ଼ା ସେ ବ୍ୟାଟ୍‌ରେ କିଛି କଭର୍‌ ଡ୍ରାଇଭ୍‌ ମାରୁଥିବା ନଜର ଆସିଥିଲେ।

The post ପର୍ଥରେ ହଠାତ୍‌ ଏ କ’ଣ ହେଲା? ଦୌଡ଼ି ଦୌଡ଼ି ନେଟ୍ସରୁ ପଳାଇଲେ କୋହଲି, ରୋକିବାକୁ ପଡ଼ିଲା… appeared first on Dharitri Odia News.