ଇଡେନ୍‌ ଗାର୍ଡେନରେ ଅଭିଷେକ ଶର୍ମା ଝଡ଼: ୭ ଉଇକେଟରେ ଜିତିଲା ଟିମ୍‌ ଇଣ୍ଡିଆ

କୋଲକାତା,୨୨।୧: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌କୁ ଜିତି ନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ମାତ୍ର ୧୩୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଜବାବରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଭିଷେକ ଶର୍ମା ଜବରଦସ୍ତ ବ୍ୟାଟିଂ କରି ଦଳକୁ ଜିତାଇଛନ୍ତି। ଏବେ ଭାରତର ସ୍କୋର ୧-୦ ହୋଇଛି। ଅଭିଷେକ ମାତ୍ର ୩୪ ବଲ୍‌ରେ ୭୯ ରନ୍‌ କରିଥିଲେ। ଏଥିରେ ୮ ଛକା ଏବଂ ୫ ଚୌକା ଥିଲା। କହିରଖୁଛୁ, କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯାଉଥିବା ଏହି […] The post ଇଡେନ୍‌ ଗାର୍ଡେନରେ ଅଭିଷେକ ଶର୍ମା ଝଡ଼: ୭ ଉଇକେଟରେ ଜିତିଲା ଟିମ୍‌ ଇଣ୍ଡିଆ appeared first on Dharitri Odia News.

ଇଡେନ୍‌ ଗାର୍ଡେନରେ ଅଭିଷେକ ଶର୍ମା ଝଡ଼: ୭ ଉଇକେଟରେ ଜିତିଲା ଟିମ୍‌ ଇଣ୍ଡିଆ

କୋଲକାତା,୨୨।୧: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌କୁ ଜିତି ନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ମାତ୍ର ୧୩୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଜବାବରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଭିଷେକ ଶର୍ମା ଜବରଦସ୍ତ ବ୍ୟାଟିଂ କରି ଦଳକୁ ଜିତାଇଛନ୍ତି। ଏବେ ଭାରତର ସ୍କୋର ୧-୦ ହୋଇଛି। ଅଭିଷେକ ମାତ୍ର ୩୪ ବଲ୍‌ରେ ୭୯ ରନ୍‌ କରିଥିଲେ। ଏଥିରେ ୮ ଛକା ଏବଂ ୫ ଚୌକା ଥିଲା।

କହିରଖୁଛୁ, କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇ ଥିଲେ। ତେବେ ଭାରତ ଏକାଦଶରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିଥିଲା।

ବିସ୍ଫୋରକ ବ୍ୟାଟିଂ ଲାଗି ଜଣାଶୁଣା ଇଂଲଣ୍ଡ ଟିମ୍‌ ପାଓ୍ବାର ପ୍ଲେରେ ମାତ୍ର ୭୪ ରନ୍‌ କରିପାରିଥିଲେ। ଅପରପକ୍ଷେ ଭାରତୀୟ ବୋଲରମାନେ ପ୍ରଭାବୀ ବୋଲିଂ ଜାରି ରଖିଥିଲେ। ଶେଷରେ ଦଳ ମାତ୍ର ୧୩୨ ରନ୍‌ ସ୍କୋରରେ ଅଲଆଉଟ୍‌ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଜୋସ୍‌ ବଟଲର୍‌ ସର୍ବାଧିକ ୬୮ ରନ୍‌ କରିଥିଲେ। ତାଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ ଯାଏ ପହଞ୍ଚି ପାରି ନ ଥିଲେ।

The post ଇଡେନ୍‌ ଗାର୍ଡେନରେ ଅଭିଷେକ ଶର୍ମା ଝଡ଼: ୭ ଉଇକେଟରେ ଜିତିଲା ଟିମ୍‌ ଇଣ୍ଡିଆ appeared first on Dharitri Odia News.