ବଦଳିବ ପାଗ: ୧୫ରୁ କମିବ ତାପମାତ୍ରା, ବଢିବ ଶୀତ

ଭୁବନେଶ୍ୱର: ୧୫ ତାରିଖରୁ ରାଜ୍ୟରେ ବଢିବ ଶୀତ। ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିବ ତାପମାତ୍ରା। ୧୫ରୁ କମିବ ତାପମାତ୍ରା। ଏହାପରେ ବଢିବ ଶୀତ। ଶୀତ ଆସିବାରେ ଯଥେଷ୍ଟ ବିଳମ୍ୱ ହୋଇଥିବାବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୁରଭଞ୍ଜ, କେନ୍ଦୁଝରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆସନ୍ତାକାଲି […]

ବଦଳିବ ପାଗ: ୧୫ରୁ କମିବ ତାପମାତ୍ରା, ବଢିବ ଶୀତ

ଭୁବନେଶ୍ୱର: ୧୫ ତାରିଖରୁ ରାଜ୍ୟରେ ବଢିବ ଶୀତ। ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିବ ତାପମାତ୍ରା। ୧୫ରୁ କମିବ ତାପମାତ୍ରା। ଏହାପରେ ବଢିବ ଶୀତ। ଶୀତ ଆସିବାରେ ଯଥେଷ୍ଟ ବିଳମ୍ୱ ହୋଇଥିବାବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୁରଭଞ୍ଜ, କେନ୍ଦୁଝରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆସନ୍ତାକାଲି ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ୧୩ ତାରିଖରୁ ପାଗ ମୁଖ୍ୟତଃ ଶୁଖିଲା ରହିବ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଦ୍ବାରା ଜାରି ବୁଲେଟିନରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ସମେତ ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।