ପ୍ରବୀଣଙ୍କ ନିଲମ୍ବନ ଯୋଗୁଁ ଭାରତର ଏସୀୟ କ୍ରୀଡ଼ା ୧୦୬କୁ ହ୍ରାସ ପାଇଲା
ନୂଆଦିଲ୍ଲୀ: ବର୍ଷରେ ତିନିଥର ହୋୟାରଏବାଉଟ୍ର ଜବାବ ନମିଳିବାରୁ ବକ୍ସର ପ୍ରବୀଣ ହୁଡ଼ାଙ୍କୁ ଦେଢ଼ ବର୍ଷ ପାଇଁ ନିଲମ୍ବନ କରାଯାଇଛି। ଫଳରେ ଭାରତ ଗୋଟିଏ ଏସୀୟ କ୍ରୀଡ଼ା କାଂସ୍ୟ ପଦକ ହରାଇଛି। ଭାରତର ଏସୀୟ କ୍ରୀଡ଼ା ପଦକ ସଂଖ୍ୟା ୧୦୭ରୁ ୧୦୬କୁ ହ୍ରାସ ପାଇଛି। ୨୦୨୨ ଡିସେମ୍ବର ୧୧ରୁ ୨୦୨୪ ମେ ୧୭ ତାରିଖ ମଧ୍ୟରେ ପ୍ରବୀଣଙ୍କ ସପକ୍ଷରେ ଯାଇଥିବା ସମସ୍ତ ଫଳାଫଳ ଅଯୋଗ୍ୟ ଘୋଷିତ ହୋଇଥିବା ଆନ୍ତର୍ଜାତିକ ଟେଷ୍ଟିଂ ଏଜେନ୍ସି (ଆଇଟିଏ) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। […]

ନୂଆଦିଲ୍ଲୀ: ବର୍ଷରେ ତିନିଥର ହୋୟାରଏବାଉଟ୍ର ଜବାବ ନମିଳିବାରୁ ବକ୍ସର ପ୍ରବୀଣ ହୁଡ଼ାଙ୍କୁ ଦେଢ଼ ବର୍ଷ ପାଇଁ ନିଲମ୍ବନ କରାଯାଇଛି। ଫଳରେ ଭାରତ ଗୋଟିଏ ଏସୀୟ କ୍ରୀଡ଼ା କାଂସ୍ୟ ପଦକ ହରାଇଛି। ଭାରତର ଏସୀୟ କ୍ରୀଡ଼ା ପଦକ ସଂଖ୍ୟା ୧୦୭ରୁ ୧୦୬କୁ ହ୍ରାସ ପାଇଛି। ୨୦୨୨ ଡିସେମ୍ବର ୧୧ରୁ ୨୦୨୪ ମେ ୧୭ ତାରିଖ ମଧ୍ୟରେ ପ୍ରବୀଣଙ୍କ ସପକ୍ଷରେ ଯାଇଥିବା ସମସ୍ତ ଫଳାଫଳ ଅଯୋଗ୍ୟ ଘୋଷିତ ହୋଇଥିବା ଆନ୍ତର୍ଜାତିକ ଟେଷ୍ଟିଂ ଏଜେନ୍ସି (ଆଇଟିଏ) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ପଦକ ହରାଇବା ସଂକ୍ରାନ୍ତରେ ଭାରତୀୟ ବକ୍ସିଂ ମହାସଂଘ ସମ୍ପାଦକ ହେମନ୍ତ କାଲିଟା କହିଛନ୍ତି, ଆଇଟିଏ ପକ୍ଷରୁ ପ୍ରବୀଣଙ୍କ ନିଲମ୍ବନକୁ ୮ ମାସକୁ ହ୍ରାସ କରାଯାଇଛି, କିନ୍ତୁ ଉକ୍ତ ଅବଧି ଭିତରେ ସେ ପାଇଥିବା ସମସ୍ତ ଫଳାଫଳକୁ ଅଯୋଗ୍ୟ କରିଦିଆଯାଇଛି। ଏସୀୟ କ୍ରୀଡ଼ା କୋଭିଡ୍ ମହାମାରୀ ଯୋଗୁଁ ୨୦୨୨ ପରିବର୍ତ୍ତେ ୨୦୨୩ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା। ପ୍ରବୀଣ ୫୭କେଜି ବର୍ଗରେ କାଂସ୍ୟ ପଦକ ଜିତିବା ସହ ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍ ପାଇଥିଲେ। ଏବେ ନିଲମ୍ବନ ପାଇଁ ପଦକ ଓ ଅଲିମ୍ପିକ୍ସ ଟିକେଟ୍, ସବୁକିଛି ହରାଇଛନ୍ତି।