ସନ୍ଦେଶଖାଲିରୁ ବିପୁଳ ଅସ୍ତ୍ର ଜବତ
ନୂଆଦିଲ୍ଲୀ : ଜାନୁଆରି ୫ ତାରିଖରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଏକ ଟିମ୍ ଉପରେ ଆକ୍ରମଣ ହୋଇଥିବା ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଆଜି ପଶ୍ଚିମବଙ୍ଗର ସନ୍ଦେଶଖାଲିର ଏକ ଘରେ ଚଢ଼ଉ କରିଛି। ୧୦ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସିବିଆଇ ଟିମ୍ ସନ୍ଦେଶଖାଲିର ସରବେରିଆ ଅଞ୍ଚଳର ଏକ ଘରେ ଚଢ଼ଉ କରିଛନ୍ତି। ସ୍ଥାନୀୟ ଟିଏମସି ନେତା ହଫିଜୁଲ ଖାନଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଆଜି ଏହି ଚଢ଼ଉ ହୋଇଥିଲା। ସିବିଆଇ ଟିମ୍ ଉକ୍ତ ଘରୁ […]

ନୂଆଦିଲ୍ଲୀ : ଜାନୁଆରି ୫ ତାରିଖରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଏକ ଟିମ୍ ଉପରେ ଆକ୍ରମଣ ହୋଇଥିବା ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଆଜି ପଶ୍ଚିମବଙ୍ଗର ସନ୍ଦେଶଖାଲିର ଏକ ଘରେ ଚଢ଼ଉ କରିଛି। ୧୦ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସିବିଆଇ ଟିମ୍ ସନ୍ଦେଶଖାଲିର ସରବେରିଆ ଅଞ୍ଚଳର ଏକ ଘରେ ଚଢ଼ଉ କରିଛନ୍ତି। ସ୍ଥାନୀୟ ଟିଏମସି ନେତା ହଫିଜୁଲ ଖାନଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଆଜି ଏହି ଚଢ଼ଉ ହୋଇଥିଲା। ସିବିଆଇ ଟିମ୍ ଉକ୍ତ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଉକ୍ତ ଘରେ ବହୁ ପରିମାଣରେ ବୋମା ଏବଂ ଅନ୍ୟାନ୍ୟ ଅସ୍ତ୍ର ଥିଲା। ଖବର ପାଇ ଜାତୀୟ ସୁରକ୍ଷା ବାହିନୀରୁ ବମ୍ ସ୍କ୍ବାଡ୍ ସନ୍ଦେଶଖାଲିରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଇଡି ଅଫିସରମାନେ ନିଲମ୍ବିତ ଟିଏମସି ନେତା ଶେଖ୍ ଶାହଜାହାନଙ୍କ ଘରେ ଚଢ଼ଉ ପାଉଁ ଯାଉଥିବାବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଉଲ୍ଳେଖଯୋଗ୍ୟ ଯେ ପୂର୍ବତନ ଟିଏମସି ନେତା ଶେଖ ଶାହଜାହାନ ଫେବ୍ରୁଆରି ୨୯ ତାରିଖରେ ଗିରଫ ହୋଇଥିଲେ। ଇଡି ଟିମ୍ ଉପରେ ଆକ୍ରମଣ ମାମଲାର ୫୫ ଦିନ ପରେ ଶେଖ ଶାହଜାହାନ ଗିରଫ ହୋଇଥିଲେ।