ୱାୟନାଡ଼ରୁ ପ୍ରିୟଙ୍କା ଗାନ୍ଧୀ ଲଢ଼ିବା ନିଷ୍ପତ୍ତିକୁ ବିଜେପିର କଡ଼ା ସମାଲୋଚନା

ନୂଆଦିଲ୍ଲୀ : କେରଳର ୱାୟନାଡ଼ ଲୋକସଭା ଆସନରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ିବେ ବୋଲି ଗତକାଲି କଂଗ୍ରେସ ଦଳ ପକ୍ଷରୁ ଘୋଷଣା କରାଯାଇଛି। ତେବେ ୱାୟନାଡ଼ରୁ ପ୍ରିୟଙ୍କାଙ୍କ ପ୍ରାର୍ଥୀତ୍ବକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ବିଜେପି ଉକ୍ତ ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଛି। କଂଗ୍ରେସ ବଂଶବାଦ ରାଜନୀତି କରୁଛି ବୋଲି ବିଜେପି କହିଛି। କଂଗ୍ରେସ ଏହାର ଉଦ୍ଦେଶ୍ୟକୁ ଲୁଚାଇ ଲୋକମାନଙ୍କ ସହ ବିଶ୍ବାସଘାତ କରିଛି ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି […]

ୱାୟନାଡ଼ରୁ ପ୍ରିୟଙ୍କା ଗାନ୍ଧୀ ଲଢ଼ିବା ନିଷ୍ପତ୍ତିକୁ ବିଜେପିର କଡ଼ା ସମାଲୋଚନା

ନୂଆଦିଲ୍ଲୀ : କେରଳର ୱାୟନାଡ଼ ଲୋକସଭା ଆସନରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ିବେ ବୋଲି ଗତକାଲି କଂଗ୍ରେସ ଦଳ ପକ୍ଷରୁ ଘୋଷଣା କରାଯାଇଛି। ତେବେ ୱାୟନାଡ଼ରୁ ପ୍ରିୟଙ୍କାଙ୍କ ପ୍ରାର୍ଥୀତ୍ବକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ବିଜେପି ଉକ୍ତ ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଛି। କଂଗ୍ରେସ ବଂଶବାଦ ରାଜନୀତି କରୁଛି ବୋଲି ବିଜେପି କହିଛି। କଂଗ୍ରେସ ଏହାର ଉଦ୍ଦେଶ୍ୟକୁ ଲୁଚାଇ ଲୋକମାନଙ୍କ ସହ ବିଶ୍ବାସଘାତ କରିଛି ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ନେତା ରାଜୀବ ଚନ୍ଦ୍ରଶେଖର ଅଭିଯୋଗ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ‘ରାହୁଲ ଗାନ୍ଧୀ ଅନ୍ୟ ଏକ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା କଥା ଅତ୍ୟନ୍ତ ଲଜ୍ଜାଜନକ ଭାବେ ଲୁଚାଇବାପରେ ୱାୟନାଡ଼ ଭୋଟରଙ୍କ ଉପରେ ତାଙ୍କ ବଂଶର ଜଣଙ୍କ ପରେ ଜଣଙ୍କୁ ଲଦି ଦିଆଯାଉଛି। ଏହା ଅତ୍ୟନ୍ତ ଲଜ୍ଜାଜନକ। ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଏମିତି ବିଶ୍ବାସଘାତକତା ପାଇଁ କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ଅଧୀନରେ ଲଗାତାର ତୃତୀୟ ନିର୍ବାଚନ ହାରିଛି। ତେବେ ଚନ୍ଦ୍ରଶେଖରଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ପୱନ ଖେଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନରେନ୍ଦ୍ର ମୋଦୀ ୨୦୧୪ରେ ୨ଟି ଆସନରୁ ନିର୍ବାଚନ ଲଢ଼ିବା ଉଦାହରଣ ଦେଇଛନ୍ତି। ନରେନ୍ଦ୍ର ମୋଦୀ ୨୦୧୪ରେ ଭଦୋଦରା ଭୋଟରମାନଙ୍କ ସହ ବିଶ୍ବାସଘାତ କରିଥିଲେ ବୋରଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଲୋକସଭା ନିର୍ବାଚନରେ ବାରାଣସୀ ଏବଂ ଭଦୋଦରା ଆସନାରୁ ନିର୍ବାଚନ ଲଢ଼ିଥିଲେ। ସେ ୨ଟି ଯାକ ଆସନରୁ ଜିତିଥିଲେ। ଅବଶ୍ୟ ପରେ ସେ ବାରାଣସୀ ଆସନ ନିଜ ପାଖରେ ରଖି ଭଦୋଦରାରୁ ଇସ୍ତଫା ଦେଇଥିଲେ। ସେହିପରି ବିଜେପି ମୁଖପାତ୍ର ସେହଜାଦ ପୁନାୱାଲା କହିଛନ୍ତି, ଏହା ପ୍ରମାଣ ହୋଇଯାଉଛି ଯେ କଂଗ୍ରେସ ଏକ ଦଳ ନୁହେଁ ବରଂ ଏହା ଏକ ଫ୍ୟାମିଲି କମ୍ପାନି।