ଓଡ଼ିଶାର ମାଣ୍ଡିଆରୁ ତିଆରି ହେବ ମଦ
ଭୁବନେଶ୍ୱର:ଓଡ଼ିଶାରେ ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ ।ଏଥିପାଇଁ ଆଗ୍ରହୀ କମ୍ପାନୀକୁ ସବ୍ସିଡି ଯୋଗାଇବେ ସରକାର। ଏହି ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।୨୦୨୫-୨୬ ଅବକାରୀ ନୀତିକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।ମହୁଲ ଓ ମାଣ୍ଡିଆରୁ ମଦ ପ୍ରସ୍ତୁତ କଲେ ପ୍ରୋତ୍ସାହନ ମିଳିବ। ଓଡ଼ିଶାରେ ଭଲ ବ୍ରାଣ୍ଡର ମଦ ପ୍ରସ୍ତୁତି କାରଖାନା ହେବା ଉପରେ ଆଲୋଚନା।ନୂଆ ଅବକାରୀ ନୀତି ନେଇ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି […]

ଭୁବନେଶ୍ୱର:ଓଡ଼ିଶାରେ ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ ।ଏଥିପାଇଁ ଆଗ୍ରହୀ କମ୍ପାନୀକୁ ସବ୍ସିଡି ଯୋଗାଇବେ ସରକାର। ଏହି ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।୨୦୨୫-୨୬ ଅବକାରୀ ନୀତିକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।ମହୁଲ ଓ ମାଣ୍ଡିଆରୁ ମଦ ପ୍ରସ୍ତୁତ କଲେ ପ୍ରୋତ୍ସାହନ ମିଳିବ। ଓଡ଼ିଶାରେ ଭଲ ବ୍ରାଣ୍ଡର ମଦ ପ୍ରସ୍ତୁତି କାରଖାନା ହେବା ଉପରେ ଆଲୋଚନା।ନୂଆ ଅବକାରୀ ନୀତି ନେଇ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି ।
ମାଣ୍ଡିଆ, ଯଅ, ବାଜରା ଭଳି ଶସ୍ୟରୁ ଏହି କମ୍ପାନୀଗୁଡ଼ିକ ମଦ ତିଆରି କରିବାକୁ ଆଗ୍ରହୀ ରହିଛନ୍ତି। ସେହିପରି ମହୁଲିକୁ ବିଶୁଦ୍ଧ କରି ନାନା ପ୍ରକାର ଫ୍ଲେଭର ମିଶାଇ ବିଶ୍ଵସ୍ତରୀୟ କରିବାକୁ ସରକାର ଯୋଜନା କରିଛନ୍ତି।