ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ
ଭୁବନେଶ୍ୱର : ପଶୁପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ନନ୍ଦନକାନନରେ ଏକ ୭ ମାସର ଧଳା ବାଘ ଛୁଆର ମୃତ୍ୟୁ ଘଟିଛି । ଏହି ବାଘ ଛୁଆଟି ୨୦୨୪ ନଭେମ୍ବର ୨ରେ ଧଳା ବାଘୁଣୀ ରୂପା ଓ ମେଲାନିଷ୍ଟିକ ବାଘ କ୍ରିଷ୍ଣାଠାରୁ ଜନ୍ମ ନେଇଥିଲା । ତେବେ ଗୋଡ଼ରେ ଆଘାତ ଲାଗିବା ପରେ ବାଘ ଛୁଆଟି ଗତ କିଛି ମାସ ହେବ ପଶୁଚିକିତ୍ସକଙ୍କ ତତ୍ତ୍ୱାବଧାନରେ ଥିଲା। ଗତ ମାର୍ଚ୍ଚ ମାସରେ ବାଘ ଛୁଆଟି ହଠାତ ଅସୁସ୍ଥ ହୋଇ ପଡି […]

ଭୁବନେଶ୍ୱର : ପଶୁପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ନନ୍ଦନକାନନରେ ଏକ ୭ ମାସର ଧଳା ବାଘ ଛୁଆର ମୃତ୍ୟୁ ଘଟିଛି । ଏହି ବାଘ ଛୁଆଟି ୨୦୨୪ ନଭେମ୍ବର ୨ରେ ଧଳା ବାଘୁଣୀ ରୂପା ଓ ମେଲାନିଷ୍ଟିକ ବାଘ କ୍ରିଷ୍ଣାଠାରୁ ଜନ୍ମ ନେଇଥିଲା । ତେବେ ଗୋଡ଼ରେ ଆଘାତ ଲାଗିବା ପରେ ବାଘ ଛୁଆଟି ଗତ କିଛି ମାସ ହେବ ପଶୁଚିକିତ୍ସକଙ୍କ ତତ୍ତ୍ୱାବଧାନରେ ଥିଲା।
ଗତ ମାର୍ଚ୍ଚ ମାସରେ ବାଘ ଛୁଆଟି ହଠାତ ଅସୁସ୍ଥ ହୋଇ ପଡି ଚଲାବୁଲା କରି ନପାରିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ତୁରନ୍ତ ଚିକିତ୍ସା ପାଇଁ ତା’ ମାଆଠାରୁ ଏନକ୍ଲୋଜରରୁ ଅଲଗା କରି ଚିକିତ୍ସା କରାଉଥିଲେ ଏବଂ ସୁସ୍ଥ ହେବା ପରେ ତା’କୁ ପୁଣି ଏନକ୍ଲୋଜରରେ ଛଡ଼ାଯାଇଥିଲା। କିନ୍ତୁ ସାଧାରଣ ଭ।ବରେ ଖିଆ ପିଆ କରୁଥିବା ସମୟରେ ହଠାତ୍ ଜୁନ ୧ ତାରିଖ ରବିବାର ସନ୍ଧ୍ୟାରେ ଛୁଆଟିର ମୃତ୍ୟୁ ଘଟିଥିଲା ।
ରୂପା ଏବଂ ମେଲାନିଷ୍ଟିକ ବାଘ କ୍ରୀଷ୍ଣା ଔରସରୁ ଏହା ତୃତୀୟ ବାଘ ଶାବକ ଥିବାବେଳେ ୨ ଟି ଶାବକଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ଜାନୁଆରୀ ୧୫ ରେ ଅନ୍ୟ ଏକ ବାଘ ଶାବକର ମୃତ୍ୟୁ ଘଟିଥିଲା । ଏହି ବିରଳ ପ୍ରଜାତିର ମାଈ ବାଘ ଶାବକର ମୃତ୍ୟୁ ପରେ , ନନ୍ଦନକାନନର ବାଘ ସଂଖ୍ୟା ବର୍ତ୍ତମାନ ବାଘ ସଂଖ୍ୟା ୨୭ରେ ପହଞ୍ଚିଛି, ଯେଉଁଥିରେ ୧୮ଟି ସାଧାରଣ ରଙ୍ଗର, ୫ଟି ଧଳା ଓ ୪ଟି ମେଲାନିଷ୍ଟିକ ବାଘ ଅଛନ୍ତି।
ବାଘ ଛୁଆର ମୃତ୍ୟୁ ପରେ ନନ୍ଦନକାନନ କର୍ମଚାରୀ ଏବଂ ପର୍ଯ୍ୟଟକମାନଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି ।