ଗୋପାଳପୁର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିବାକୁ କଂଗ୍ରେସର ଉଦ୍ୟମ

ଭୁବନେଶ୍ବର: ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣା । ଏହାକୁ ନେଇ ଜୋର ଧରିଛି ରାଜନୀତି । ବୁଧୁବାର ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ସଭା କରି ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିବାକୁ ଉଦ୍ୟମ କରାଯାଇଛି । ସାରା ରାଜ୍ୟରେ ମହିଳାମାନଙ୍କୁ ନିର୍ଯାତନା ଓ ଅତ୍ୟାଚାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ଆଜି ଦିନ ୧୧ ଘଟିକା ସମୟରେ ପ୍ରଦେଶ […]

ଗୋପାଳପୁର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିବାକୁ କଂଗ୍ରେସର ଉଦ୍ୟମ
ଗୋପାଳପୁର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିବାକୁ କଂଗ୍ରେସର ଉଦ୍ୟମ

ଭୁବନେଶ୍ବର: ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣା । ଏହାକୁ ନେଇ ଜୋର ଧରିଛି ରାଜନୀତି । ବୁଧୁବାର ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ସଭା କରି ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିବାକୁ ଉଦ୍ୟମ କରାଯାଇଛି ।

ସାରା ରାଜ୍ୟରେ ମହିଳାମାନଙ୍କୁ ନିର୍ଯାତନା ଓ ଅତ୍ୟାଚାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ଆଜି ଦିନ ୧୧ ଘଟିକା ସମୟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଅନେକ କଂଗ୍ରେସକର୍ମୀ -ପୁଲିସ ଧସ୍ତାଧସ୍ତି ହୋଇଥିଲେ। ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ବିରୋଧୀ ଦଳ ନେତା ରାମଚନ୍ଦ୍ର କାଡାମ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସମେତ କଂଗ୍ରେସର ଛାତ୍ର ଯୁବ ସଙ୍ଗଠନ, ମହିଳା ସଙ୍ଗଠନ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଯୋଗଦେଇଥିଲେ।

ଗୋପାଳପୁର ଗଣଦୁଷ୍କର୍ମ ମାମଲାକୁ ନେଇ ସରକାର କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି । ମଙ୍ଗଳବାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣାରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଭାତୀ ପରିଡା ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ ଏକ ପୋଷ୍ଟରେ ଲେଖିଛନ୍ତି, ଘଟଣାକୁ ନେଇ ଗଭୀର ମର୍ମାହତ। ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ, ସେଥିପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି।

ସେହିପରି ରାଜ୍ୟ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ଜେନା ମଧ୍ୟ ଏହି ଘଟଣା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ୨୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗିରଫ ସମସ୍ତ ଅଭିଯୁକ୍ତ ହିଞ୍ଜିଳିକାଟୁ ଅଞ୍ଚଳର ଏବଂ ମୁଖ୍ୟ ଅଭିଯୁକ୍ତ ହେଉଛି ବ୍ରହ୍ମପୁର ପୁରୁଷୋତ୍ତମପୁର ଅଞ୍ଚଳର ପ୍ରମୋଦ ନାଏକ । ପୁନର୍ବାର ଏଭଳି ଘଟଣା ସମୁଦ୍ର ବେଳାଭୂମିରେ ନହୁଏ ତାହାକୁ ଗୁରୁତ୍ୱର ସହ ନେଇ ପ୍ରଶାସନ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବେ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।